BN

ସମୟକୁ ହତ୍ୟା କରିବା

ସମୟକୁ ହତ୍ୟା କରିବା 

ଏଫିସୀୟ ୫:୧-୧୭

ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ୱନ୍ଧରେ  ବିଶେଷ ସାବଧାନ ହୁଅ । ପୁଣି ସୁଯୋଗର ସଦବ୍ୟବହାର କର (ଏଫିସୀୟ ୫:୧୫'୧୬)

 ମୋ'ର ଜଣେ ବନ୍ଧୁ ନିଜର ଦୁଇ ହାତକୁ ଛନ୍ଦି ପାର୍କର ଗୋଟିଏ ବେଞ୍ଚ ଉପରେ ବସିଥିଲେ ଓ ଦୂରକୁ ଚାହିଁ ରହିଥିଲେ । ଯେତେବେଳେ ସେ ସେଠାରେ କ'ଣ କରୁଛନ୍ତି ବୋଲି ମୁଁ ତାଙ୍କୁ ପ୍ରଶ୍ନ କଲି, ସେତେବେଳେ ସେ ଉତ୍ତର ଦେଇଥିଲେ ଓଃ କେବଳ ସମୟକୁ ହତ୍ୟା କରୁଅଛି ।

ସମୟ ଭଳି ଏତେ ମୂଲ୍ୟବାନ୍ ବିଷୟ ପ୍ରତି ଏପରି କରିବା କେତେ ନିଷ୍ଠୁରତା ଅଟେ । ଏହାକୁ କାହିଁକି ହତ୍ୟା କରିବା ? ନିହତ ହେବା ପାଇଁ ନୁହେଁ, ମାତ୍ର ବିକାଶତ ହେବା ପାଇଁ ଆମକୁ ସମୟ ଦିଆଯାଇଛି । ସମୟକୁ ନଷ୍ଟ ନ କରି ସର୍ବୋତ୍ତମ ଉପକାରିତା ପାଇଁ ବ୍ୟବହାର କରାଯିବା ଉଚିତ୍ ।

ଅବଶ୍ୟ, ଏପରି ସମୟ ଅଛି, ଯେତେବେଳେ ଆମକୁ କ୍ଳାନ୍ତି ମେଣ୍ଟାଇବାକୁ ଓ ବିଶ୍ରାମ ନେବାକୁ ହୁଏ । ଯୀଶୁ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ, "ତୁମ୍ଭେମାନେ ଅନ୍ତର ହୋଇ ... କିଛି ସମୟ ବିଶ୍ରାମ କର (ମାର୍କ ୬:୩୧) ମାତ୍ର ତାହା "ସମୟକୁ ହତ୍ୟା କରିବା" ନ ଥିଲା, ଏହା ଥିଲା, ପୁନଃ କାର୍ଯ୍ୟକ୍ଷମ ହେବା ପାଇଁ ସମୟର ବ୍ୟବହାର କରିବା । ସେମାନେ ବିଶ୍ରାମ ନେବା ପରେ, ସେମାନଙ୍କର ସମୟକୁ ଅଧିକ ଫଳପ୍ରଦ ଭାବରେ ଓ ଲାଭଜନକ ଭାବରେ ବ୍ୟବହାର କରିବା ପାଇଁ ସମର୍ଥ ହୋଇଥିବେ । 

ଯଦି ଆମେ ନଷ୍ଟ କରୁଥିବା ସମୟର କିଛି ଅଂଶ ପ୍ରାର୍ଥନା କରିବାରେ, ବାଇବଲ ପଢ଼ିବାରେ, ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ଦେବାରେ, ଦୁଃଖରେ ଥିବା ଜଣେ ବନ୍ଧୁଙ୍କ ନିକଟକୁ ଯିବାରେ କିମ୍ୱା ଶୋକ କରୁଥିବା ଜଣେ ବ୍ୟକ୍ତିଙ୍କୁ ସାନ୍ତ୍ଵନା ଦେବାରେ ବ୍ୟବହାର କରିପାରନ୍ତୁ, ତେବେ ଏହା କେତେ ଭିନ୍ନତା ସୃଷ୍ଟି କରନ୍ତା । ଆଜି ଯଦି ଆପଣଙ୍କ ପାଖରେ ବଳକା ସମୟ ଅଛି, ତେବେ ସେହି ଅଧିକା ମୁହୂର୍ତ୍ତଗୁଡ଼ିକୁ ଆପଣ କିପରି ସର୍ବୋତ୍ତମ ଭାବେ ଉନ୍ନତ କରିପାରିବେ, ତାହା ନିଜକୁ ପଚାରନ୍ତୁ । ନଷ୍ଟ ହୋଇଯାଇଥିବା ସମୟକୁ ଫେରାଇ ଆଣି ହୁଏ ନାହିଁ । ଏହା ଚିରଦିନ ପାଇଁ ହଜିଯାଏ । 

1 comment:

  1. Yes this is very true.🙏
    👍👍👍👍👍👍👍👍👍👍

    ReplyDelete

Kindly give your suggestions or appreciation!!!