BN

କର୍ତ୍ତବ୍ୟ ନୁହେଁ ମାତ୍ର କୃତଜ୍ଞତା

 କର୍ତ୍ତବ୍ୟ ନୁହେଁ ମାତ୍ର କୃତଜ୍ଞତା

 …ମୁଁ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ଵରଙ୍କ ସୁଗ୍ରାହ୍ୟ ବଳିରୂପେ ଉତ୍ସର୍ଗ କର...। (ରୋମୀ ୧୨:୧)


   ସାଧୁ ପାଉଲଙ୍କର ଏହି ଅନୁସନ୍ଧାନକାରୀ ପ୍ରଶ୍ନ - 'ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା (ରୋମୀ ୬:୧) - ପ୍ରତି ଯୁଗରେ ଏହା ଆଲୋଚ୍ୟ ବିଷୟ ହୋଇ ଆସିଅଛି । ଏହାର ଉତ୍ତର ସ୍ଵରୂପେ, ଫିଲିପ୍ପୀୟ ନାମକ ପ୍ରଭୁଙ୍କର ଜଣେ ଦାସ ନବ ବିବାହିତ ଏକ ଦମ୍ପତିର ଚିତ୍ର ଦେଇ କହିଛନ୍ତି, "ଯଦି କନ୍ୟାଟି ନିଜ ସ୍ୱାମୀକୁ ଏହିପରି କହିବ, 'ମୁଁ ତୁମକୁ ବହୁତ ପ୍ରେମ କରେ ଏବଂ ଆଶା କରୁଛି ମୁଁ ଯଦି ମଝିରେ ମଝିରେ ଆଉ କାହା ସହିତ ମୋର ପ୍ରେମ ସମ୍ପର୍କ ରଖେ, ତା' ହେଲେ ତୁମେ କିଛି ମନେ କରିବ ନାହିଁ । ତମେ ତ ଜଣେ କ୍ଷମାଶୀଳ ବ୍ୟକ୍ତି ଆଉ ମୁଁ ଯଦି ମଝିରେ ମଝିରେ ଏ ପ୍ରକାର ସୁଯୋଗକୁ ଉପଭୋଗ କରିବି, ତା' ହେଲେ ତୁମେ ମୋତେ ନିଶ୍ଚୟ କ୍ଷମା କରିଦେବ। “ଏ ପ୍ରକାର ମନ୍ତବ୍ୟ ଶୁଣି ସ୍ବାମୀ ଜଣକ କି ପ୍ରତିକ୍ରିୟା ପ୍ରକାଶ କରିବ ବୋଲି ଆପଣ ଭାବୁଛନ୍ତି? ମୁଁ ଭାବୁଛି ସ୍ବାମୀ ଜଣକ ନିଶ୍ଚୟ ଏକ ଶକ୍ତ ଚାପୁଡ଼ା ମାରିବ। "ଯଦି ଜଣେ କନ୍ୟା ଏ ପ୍ରକାର କଥା କେବେ କହେ, ତା' ହେଲେ ଜାଣିବାକୁ ହେବ ଯେ, ପ୍ରେମର ତାତ୍ପର୍ଯ୍ୟ ସେ ଆଦୌ ବୁଝି ନାହିଁ


   ଆଜିର ଧ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଉପରୋକ୍ତ ପଦରେ ପାଉଲ ସବୁ ଖ୍ରୀଷ୍ଟବିଶ୍ବାସୀମାନଙ୍କୁ ନିବେଦନ କରି କହନ୍ତି, "ଈଶ୍ଵରଙ୍କ ଦୟା ହେତୁ, ନିଜ ନିଜ ଶରୀରକୁ… ବଳିରୂପେ ଉତ୍ସର୍ଗ କର। 'ଅନ୍ୟ ଅର୍ଥରେ ତାକୁ ବୁଝିବାକୁ ହେବ ଯେ, ଈଶ୍ଵର ଆମ ପ୍ରତି ଯେଉଁ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି, ତା' ପ୍ରତି ବଦଳରେ ଆମେ ଯେଉଁ ଉତ୍ତମ କାର୍ଯ୍ୟ କରିବୁ ତାହା ଏକ କର୍ତ୍ତବ୍ୟ ସ୍ଵରୂପେ ନୁହେଁ ମାତ୍ର ଆମର କୃତଜ୍ଞତା ସ୍ଵରୂପେ । ଯେଉଁମାନେ କେବଳ କର୍ତ୍ତବ୍ୟ ସ୍ଵରୂପେ ଉତ୍ତମ କାର୍ଯ୍ୟ କରନ୍ତି ସେମାନେ ଏ ପର୍ଯ୍ୟନ୍ତ 'ବ୍ୟବସ୍ଥା' ର ଅଧୀନରେ ଅଛନ୍ତି। ପାଉଲ ଆମ ସମସ୍ତଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ, ଆମେ ସମସ୍ତେ ବ୍ୟବସ୍ଥାର ଅଧୀନରେ ନୋହୁଁ ମାତ୍ର ଅନୁଗ୍ରହ ଅଧୀନରେ ଅଛୁ ତେଣୁ କୃତଜ୍ଞତା ସ୍ଵରୂପେ ପବିତ୍ର ଭାବରେ ଜୀବନ ଯାପନ ପାଇଁ ପ୍ରାଣପଣ କରିବା ହେବ ଈଶ୍ଵରଙ୍କ ପ୍ରଦତ୍ତ ଅନୁଗ୍ରହ  ପ୍ରତି ଆମର ଯୁକ୍ତିଯୁକ୍ତ ପ୍ରତ୍ୟୁତ୍ତର।


1 comment:

Kindly give your suggestions or appreciation!!!