BN

ଅନୁଗ୍ରହ ପ୍ରଚୁରତା ଉପଲବ୍ଧ

 ଅନୁଗ୍ରହ ପ୍ରଚୁରତା ଉପଲବ୍ଧ

ପଠନ: ରୋମୀୟ ୫:୧-୧୭

 

......ଯେଉଁମାନେ ଅନୁଗ୍ରହ….. ଦାନରେ ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ…. ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା କେତେ ଅଧିକରୂପେ

ଜୀବନରେ ରାଜତ୍ଵ ନ କରିବେ?  ( ରୋମୀୟ ୫:୧୭)



ଆମ ସମ୍ମୁଖରେ ରହିଛି ଏକ ସମ୍ପୂର୍ଣ୍ଣ ଅଜଣା ବର୍ଷ । ଆମ ପାଇଁ କି ପ୍ରକାର ପରିସ୍ଥିତି ସବୁ ରହିଛି ଆମେ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ।


କିନ୍ତୁ ଆମେ ଗୋଟିଏ ବିଷୟ ଜାଣୁ, ଯେ କୌଣସି ପରିସ୍ଥିତରେ ସମ୍ମୁଖୀନ ହେବା ପାଇଁ ଓ ସୁସ୍ଥିର ରହିବା ପାଇଁ ଈଶ୍ୱରଙ୍କ ଅନୁଗ୍ରହର ପ୍ରଚୂରତା ଆମ ପାଇଁ ଉପଲବ୍ଧ । ଅନେକ ସମୟରେ ଆମେ ନିଜ ଶକ୍ତିରେ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ, କିନ୍ତୁ ଅତି ଶୀଘ୍ର ଆମ ନିଜ  ଶକ୍ତି ଓ ଧୈର୍ଯ୍ୟର ଭଣ୍ଡାର ଶୁନ୍ୟ ହୋଇଯାଏ । କିନ୍ତୁ ମନେରଖିବା  ଆବଶ୍ୟକ ଯେ, ଈଶ୍ୱରଙ୍କ ଅନୁଗ୍ରହର ପ୍ରଚୁରତା ପ୍ରବାହିତ ହେଉଛି ଯାହା ପ୍ରାପ୍ତ ହେଲେ ଆମେ ପୂର୍ଣ୍ଣତା ସହ ବାସ କରିବୁ । 


ଆମେ ସାଧାରଣତଃ ଦୁଇ ପ୍ରକାର ବିଶ୍ୱାସୀମାନଙ୍କୁ ଦେଖୁ: ଗୋଟିଏ ପ୍ରକାର ବିଶ୍ବାସୀମାନେ ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରି ଚାଲିଛନ୍ତି ଓ ଅନ୍ୟମାନେ ନାମକୁ ମାତ୍ର ବଞ୍ଚି ରହିଛନ୍ତି । ଅନେକ ବିଶ୍ବାସୀମାନେ, ସହବିଶ୍ୱାସୀମାନଙ୍କଠାରୁ ପରିପକ୍ୱତା ଦିଗକୁ ଶୀଘ୍ର ଶୀଘ୍ର ଅଗ୍ରସର ହୁଅନ୍ତି ଏବଂ ଅନ୍ୟମାନଙ୍କ ଅଗ୍ରଗତି କଚ୍ଛପ ପରି । ସମସ୍ତେ ହୁଏତ ବୟସରେ ସମାନ ଭାବରେ ବୃଦ୍ଧି ପାଉଛନ୍ତି କିନ୍ତୁ ଆତ୍ମିକ ପରିପକ୍ୱତା ସମାନ ଭାବେ ବୃଦ୍ଧି ପାଉନାହିଁ । ଜଣେ ବିଶ୍ବାସୀ ୫ ବର୍ଷର ଖ୍ରୀଷ୍ଟୀୟ ଯାତ୍ରାରେ  ହାସଲ କରିପାରିଛି ଅନ୍ୟମାନେ ୫୦ ବର୍ଷରେ ମଧ୍ୟ ତାହା କରି ପାରି ନାହାନ୍ତି । କାହିଁକି ଏ ପ୍ରକାର ହୁଏ? ତା'ର ଏକ ମୁଖ୍ୟ କାରଣ ହେଲା 'ଈଶ୍ୱରଙ୍କ ଅନୁଗ୍ରହ ଦାନର ପ୍ରଚୁରତା' ସେ ପ୍ରାପ୍ତ ହେଉନାହିଁ ।  ଯେଉଁମାନେ ଈଶ୍ୱରଙ୍କ ଅନୁଗ୍ରହ ଦାନର ପ୍ରଚୁରତା ନିଜ ଜୀବନରେ  ପ୍ରୟୋଗ କରୁଛନ୍ତି ସେମାନେ ସବୁ ବାଧାବିଘ୍ନ ଓ ଜଗତର ଆକର୍ଷଣୀୟ ଅତିକ୍ରମ କରି ଆତ୍ମିକ ପରିପକ୍ଵତା ଦିଗ କୁ ଅଗ୍ରସର ହୋଇ ଚାଲିଛନ୍ତି । ଈଶ୍ୱରଙ୍କ ବାକ୍ୟ କହେ "ଯେଉମାନେ ଅନୁଗ୍ରହ ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଅଧିକ ରୁପେ ଜୀବନରେ ରାଜତ୍ଵ କରିବେ"(ରୋମୀୟ ୫:୧୭) 


ଏ ମାସର ପ୍ରାରମ୍ଭରୁ ଈଶ୍ୱରଙ୍କ ଅନୁଗ୍ରହ ଦାନର ପ୍ରଚୁରତା ପ୍ରାପ୍ତ ହେବାର ଗୁଢ଼ ରହସ୍ୟ ଜାଣନ୍ତୁ ଓ ନିଜ ଜୀବନରେ ପ୍ରାପ୍ତ ହୁଅନ୍ତୁ ।


Source: ଦୈନିକ ଆହାର 


1 comment:

Kindly give your suggestions or appreciation!!!