BN

ସମସ୍ତଙ୍କ ବିଷୟରେ ଗୋଟିଏ ଉତ୍ତର

One Answer for All!!!

ପଠନ: ଫିଲିପ୍ପୀୟ ୪:୧୫-୨୦


ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ  ତୁମ୍ଭମାନଙ୍କର ପ୍ରତ୍ୟେକ  ଅଭାବ ପୂରଣ କରିବେ (ଫିଲିପ୍ପୀୟ ୪:୧୯)


ବାପା ମୋତେ ଦଶ ଟଙ୍କା ଦେବ କି?' ବାପା ମୋତେ ଏ ଅଙ୍କ ଟା ଆସୁନି, ଟିକେ ବତେଇ ଦେବ କି ? ' ବାପା ମିସରର ରାଜଧାନୀର ନା କଣ? ବାପା,ମୁଁ କ୍ରିକେଟ ଟିମ୍ ରେ ସ୍ଥାନ ପାଇଲିନି? ମୋ ପୁଅର ଏହି ପ୍ରଶ୍ନ, ଅନୁରୋଧ ଓ ଅଳିଅର୍ଦ୍ଧଳୀର କିଛି ସୀମା ନ  ଥାଏ । ନର୍ସରୀରେ ପଢ଼ିବା ସମୟଠାରୁ ବର୍ତ୍ତମାନ ସେ ବିବାହ କରି ସାରିବା ପରେ ମଧ୍ୟ ସବୁ ବିଷୟରେ ସେ ମୋର ସାହାଯ୍ୟ ଲୋଡ଼େ । କେତେକ ବିଷୟରେ ମୁ ତା' ର ସାହାଯ୍ୟ କରିପାରେ । କିନ୍ତୁ କେତେକ ସମସ୍ୟାର ସମାଧାନ ମୁଁ କରିପାରେ ନାହିଁ ବା, ସେଥିନିମନ୍ତେ ମୋ' ପାଖରେ ସମ୍ବଳ ନ ଥାଏ । ତେବେ ମୁଁ ଜାଣେ ଯେ , ଈଶ୍ୱର ଆମର ସମସ୍ତ ଆବଶ୍ୟକତା ପୂରଣ କରନ୍ତି (ଫିଲି ୪:୧୯) ।  ସେ ଜାଣନ୍ତି ଯେ, କେଉଁ ବିଷୟଗୁଡ଼ିକ ଆମେ ପ୍ରକୃତରେ ଆବଶ୍ୟକ କରୁ ଓ କେଉଁ ଗୁଡ଼ିକ ନୁହେଁ । ଅନେକ ସମୟରେ ଆମର ମନେ ହୁଏ, କେହି ଆମ ବିଷୟରେ ଚିନ୍ତା କରୁନାହାନ୍ତି । 

     ସେତେବେଳେ ଯୀଶୁ କୁହନ୍ତି, "ମୁ ତୁମକୁ ପ୍ରେମ କରେ" (ଯୋହନ ୧୫:୧୨-୧୩) କ'ଣ କରିବୁ, ଜାଣି ନ ପାରିବା ସମୟରେ ଈଶ୍ୱର କହନ୍ତି ଯେ, ସେ ଆମକୁ ପଥ କଢାଇ ନେବେ (ଗୀତ ୪୮:୧୪) । ଯେତେବେଳେ ଆମେ ନିଜ ପାପ ସ୍ୱୀକାର କରୁ ଓ କ୍ଷମା ଚାହୁଁ, ସେ କହନ୍ତି ଯେ, ତାହା କ୍ଷମା କରିବାକୁ ଓ ସମସ୍ତ ଅର୍ଧମରୁ ଆମକୁ ପରିଷ୍କାର କରିବାକୁ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଈଶ୍ୱର ଅଟନ୍ତି  (୧ ଯୋହନ ୧:୯) । ସ୍ବର୍ଗସ୍ଥ ପିତା ଚାହାନ୍ତି, ଆମେ ଆମର ସମସ୍ତ ଚିନ୍ତା ଓ ଅନୁରୋଧକୁ ତାହାଙ୍କ ବାକ୍ୟ ମଧ୍ୟ ଦେଇ ତାହାଙ୍କ ନିକଟକୁ ଆଣୁ ।  ସେ ଆପଣା ନିକଟରେ ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କ ନିକଟବର୍ତ୍ତୀ ଅଟନ୍ତି ଓ ଯେ ତାଙ୍କ ନିକଟକୁ ଆସେ, ସେ କଦାପି ବିଫଳ ବା ହତାଶ  ହୁଏ ନାହିଁ (ଗୀତ ୧୪୫ : ୧୮-୨୦) । 


4 comments:

  1. Yaa nice verse thanks for this,but sorry to say that there is spelling mistake.
    Abasyaka-sa spelling is mistaken

    ReplyDelete
  2. Congratulations my dear brother and sisters for 4months of this your team work,,for which we are blessed to know clearly about bible study and real meaning of a believer of Christ.😊👍

    ReplyDelete

Kindly give your suggestions or appreciation!!!