BN

ମୋ ଇଚ୍ଛା

 ମୋ ଇଚ୍ଛା

୧ ଯୋହନ ୨:୧୨-୧୭


ହେ ମୋହର ଈଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ (ଗୀତ ୪୦:୮) । 


ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି, ଫ୍ରାଙ୍କ ସିନାତ୍ରା ଆମେରିକାର ଅତି ଲୋକପ୍ରିୟ ମନରଞ୍ଜନକାରୀ ରୁପେ ପରିଚିତ ହୋଇ ଆସୁଛନ୍ତି । ସେ ତାଙ୍କର ସଂଗୀତ "ମାଇ ୱେ" ନିମନ୍ତେ ଅତି ପରିଚିତ । ପରିସ୍ଥିତି ଏପରି ଯେ, ତାଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ଏହି ସଂଗୀତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ମନୋଭାବ ମଧ୍ୟ ସୃଷ୍ଟି କରିପାରିଛି । ଆପଣ ଜାଣନ୍ତି , ସେହି ମନୋଭାବ କ'ଣ? ତାହା ହେଉଛି ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା । ମନୁଷ୍ୟ ସର୍ବଦା ନିଜ ଇଚ୍ଛାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଭଲ ପାଏ ।

 

ଜୀବନର ସାଧାରଣ ସମୟରେ, ନିଜ ଇଚ୍ଛାରେ କାର୍ଯ୍ୟ କରିବା ହୁଏତ ଯୁକ୍ତିସଙ୍ଗତ ହୋଇପାରେ । କିନ୍ତୁ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ସ୍ଥାପିତ ହୋଇଥିଲେ ଆମର ଇଛା କଦାପି ଗୁରୁତ୍ଵପୂର୍ଣ୍ଣ ନୁହେଁ । ଆମର ଇଛା ସର୍ବଦା ତାହାଙ୍କର ଇଛା ଅଧୀନରେ ରହିବା ଉଚିତ୍। ଏହା ଆମର ତ୍ରାଣକର୍ତ୍ତା ପ୍ରଭୂ ଯୀଶୁ ଖ୍ରୀଷ୍ଟ ତାଙ୍କର ଜୀବନରେ କାର୍ଯ୍ୟକାରୀ କରିଥିଲେ, ଯେତେବେଳେ  ଗେଥ୍ସିମନି ବଗିଚାରେ ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବରୁ ସେ କହିଲେ "ମୋ'ର ଇଛା ନୁହେଁ, ମାତ୍ର ତୁମର ଇଛା ସାଧିତ ହେଉ" (ଲୁକ ୨୨:୨୪)


ଆମ ଇଛାର ଏହି ସମର୍ପଣ ହେତୁ ଆମେ ଯେତେ କଷ୍ଟ ପାଇଲେ ମଧ୍ଯ ଈଶ୍ୱରଙ୍କ ବାଧ୍ୟ ହେବା ଫଳରେ ଆମେ ଜଗତରେ ଅନେକ ବିପତ୍ତିରୁ ରକ୍ଷା ପାଇବା ସହିତ ଆଗାମୀ ଜଗତର ସୁଖରୁ ମଧ୍ଯ ବଞ୍ଚିତ ହେବା ନାହିଁ । (ହିତ ୧୪:୧୨) ଅନୁଯାୟୀ" ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ"। ଈଶ୍ଵରଙ୍କ ଇଛା କୁ ଭରସା ସହକାରେ କାର୍ଯ୍ୟକାରୀ କଲେ, ତାହା ବର୍ତ୍ତମାନ ଓ ଆଗାମୀ ଜୀବନ ନିମନ୍ତେ ପ୍ରଚୁର ଆଶୀର୍ବାଦ ଆଣେ । ଏଣୁ ଯେତେେଳେ ନିଜ ଇଚ୍ଛାରେ କାର୍ଯ୍ୟ କରିବାକୁ ଇଛା ହୁଏ, ସେତେବେଳେ ମନେ ପକାନ୍ତୁ ଯେ, ଯୀଶୁ ତାଙ୍କ ପିତାଙ୍କ ଇଚ୍ଛାରେ କାର୍ଯ୍ୟ ସାଧନ କରୁଥିଲେ ।

1 comment:

Kindly give your suggestions or appreciation!!!