BN

ସମସ୍ତଙ୍କ ନିମନ୍ତେ ବାର୍ତ୍ତା

 ସମସ୍ତଙ୍କ ନିମନ୍ତେ ବାର୍ତ୍ତା

Message for All!!!

 ଗୀତ ୧୯:୧-୧୪


ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣ୍ଣନା କରେ, ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। (ଗୀତ ୧୯:୧)


ଯୁକ୍ତରାଷ୍ଟ୍ର ଆମରିକା ସୈନ୍ୟଦଳର ଜଣେ ଉଚ୍ଚପଦସ୍ଥ ଜେନେରାଲ ଜାପାନ ଗସ୍ତରେ ଥିବା ସମୟରେ ତାଙ୍କର ଭାଷଣରେ ଇଂରାଜୀରେ ଯାହା କହୁଥାନ୍ତି, ସ୍ଥାନୀୟ ଅଞ୍ଚଳର ଜଣେ ଅନୁବାଦକ ତାହାକୁ ଜାପାନୀ ଭାଷାରେ ବୁଝାଇ ଦେଉଥାନ୍ତି । କିନ୍ତୁ ସେହି ଅନୁବାଦକ ଆମେରିକାର କଥାକୁହା ଇଂରାଜୀ ବୁଝିବାରେ ଅଭ୍ୟାସ୍ତ ନ ଥିବାରୁ ସେହି ଜେନେରାଲଙ୍କ ବାର୍ତ୍ତାର ପ୍ରକୃତ ଅର୍ଥ ଶ୍ରୋତାମାନେ ବୁଝିବାରେ ବିଫଳ ହେଲେ । 

ମାତ୍ର ଆମ ନିମନ୍ତେ ଏକ ବାର୍ତ୍ତା ରହିଛି, ଆଉ ତାହା ଅତି ପରିଷ୍କାର । ତାହା ଏ ଜଗତରେ ବିଭିନ୍ନ ଭାଷା ଓ ସଂସ୍କୃତି ନିର୍ବିଶଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଅତି ପରିଷ୍କାର। ଗୀତ ୧୯ ବର୍ଣ୍ଣନା କରେ, "ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣ୍ଣନା କରେ, ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ… (ଏପରି) କୌଣସି ବାକ୍ୟ କି ଭାଷା ନ ଥାଏ, (ଯେଉଁଠାରେ) ସେମାନଙ୍କ ରବ ଶୁଣା ଯାଇ ନ ପାରେ । ସେମାନଙ୍କ ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ" (୧-୪ ପଦ


ଏହା ଏକ ଛୋଟ ଦ୍ବୀପ ହେଉ ବା ବିଶାଳ ମହାଦେଶ  ହେଉ, ଏକ ଛୋଟ କୁଡିଆ ହେଉ ବା ଏକ ନଭଶ୍ଚୁମୀ ଅଟ୍ଟାଳିକା ହେଉ, ଏସବୁଥିରେ ଈଶ୍ବରଙ୍କ ସୃଷ୍ଟି ତାହାଙ୍କର ଶକ୍ତି ଓ ଗୌରଵ ପ୍ରକାଶ କରେ । କେହି ଏହାକୁ ଏଡାଇ ଯାଇ ପାରିବ ନାହିଁ। ଆଉ ଆମ୍ଭମାନଙ୍କ ନିକଟରେ ସେ ତାଙ୍କର ପ୍ରେମର ବାର୍ତ୍ତା ପ୍ରଦାନ କରି ଯାଇଛନ୍ତି- ଯୀଶୁ ଖ୍ରୀଷ୍ଟଙ୍କଠାରେ ପରିତ୍ତ୍ତ୍ରାଣର ଶୁଭ ସମ୍ବାଦ। ସ୍ଵର୍ଗରେ ଈଶ୍ବରଙ୍କର ବାର୍ତ୍ତା ଏ ଜଗତରେ ତାଙ୍କର ବାର୍ତ୍ତାବାହକମାନଙ୍କ ନିମନ୍ତେ ପଥ ପରିଷ୍କାର କରେ ।


ଆଜି ଯେଉଁମାନେ ଆକାଶମଣ୍ଡଳ ଓ ଏହି ପୃଥିବୀର ସୃଷ୍ଟିକୁ  ନିରୀକ୍ଷଣ କରନ୍ତି ,ସେମାନଙ୍କୁ ଏହାର ସୃଷ୍ଟିକର୍ତ୍ତାଙ୍କ ବିଷୟ କହିବା ନିମନ୍ତେ କ'ଣ ଆପଣ ପ୍ରସ୍ତୁତ ?

1 comment:

Kindly give your suggestions or appreciation!!!