BN

ସର୍ବଦା କୃତଜ୍ଞ

 ସର୍ବଦା କୃତଜ୍ଞ

ପଠନ: ହବକ୍କୂକ ୩:୧୭-୧୯

…... ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି। ( ହବକୂକ୍ ୩:୧୮)


ଆମର ପରିବାର ଓ ବନ୍ଧୁବର୍ଗ ଗୋଟାଏ ପାରମ୍ପାରିକ, ସ୍ଵାଦିଷ୍ଟ ଖାଦ୍ୟରେ ପରିପୂର୍ଣ ଭୋଜିରେ ବସିଥିବା ସମୟରେ ବାଇବଲର ହବକୂକ୍ ୩:୧୭-୧୮ ଅଧ୍ୟାୟଟିକୁ ପାଠ କରିବା ବୋଧହୁଏ ଅସାଧାରଣ ଥିଲା। ମାତ୍ର ମୁଁ ଏହା ବାଛିବାର ଗୋଟାଏ କାରଣ ଥିଲା । କେବଳ ମୁଣ୍ଡ ନୂଆଁଇ ଧନ୍ୟବାଦ ଦେବା ଯଥେଷ୍ଟ  ମନେ ହେଉ ନ ଥିଲା। ଜଗତର ଅନେକ ଲୋକଙ୍କର ଦାରିଦ୍ର୍ୟ ତୁଳନାରେ ମୁଁ ଧନୀ ଥିଲି।

ଭାବାବଦୀ ହବକୂକ୍ ନିଷ୍ଠୁର  କଲଦୀୟମାନଙ୍କ ଦ୍ଵାରା ନିଜ ଦେଶର ଧ୍ଵଂସକୁ ଅପେକ୍ଷା କରୁଥିଲେ। ଏହି କଲଦୀୟ ସୈନ୍ୟବାହିନୀଙ୍କୁ  ଈଶ୍ଵର ତାଙ୍କ ଲୋକମାନଙ୍କର ଅବଧ୍ୟତା ଓ ଦୁଷ୍ଟତାର ମାର୍ଗ  ପାଇଁ ଦଣ୍ଡ ଦେବାକୁ ଆହ୍ଵାନ କରିଥିଲେ (ହବକୂକ୍ ୧:୫-୬)। ସେ କହିଥିଲେ, 'ଯଦ୍ୟପି ଡିମ୍ବିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା  ଦ୍ରାକ୍ଷାଲତାରେ  ଫଳ ନ ଧରିବ, ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ, ଖୁଆଡରୁ ମେଷପଲ ଉଚ୍ଛିନ୍ନ ହେବେ, ଆଉ ଗୋଠରେ ଗୋରୁ ପଲ ନ ଥିବ, ତଥାପି ମୁଁ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବି' (ହବକୂକ୍ ୩:୧୭-୨୮)

ସେହି ବାକ୍ୟ ମୋତେ ଟିକିଏ ଅଟକି ଯାଇ ଏହା ପଚାରିବାକୁ ପ୍ରବୃତ୍ତ କରିଥିଲା, "ଈଶ୍ଵର ମୋତେ ଯାହା ଦିଅନ୍ତି କିମ୍ବା ଯାହା ଦେବା ସ୍ଥଗିତ ରଖନ୍ତି, ତାହା ସତ୍ତ୍ୱେ ମୁଁ ଈଶ୍ୱରଙ୍କ ପ୍ରତି କୃତଜ୍ଞ ଅଟେ କି? ପ୍ରତ୍ୟେକ ଭୌତିକ ଆଶୀର୍ବାଦ ହରାଇବା ପ୍ରତି ହବକୂକ୍ କିପରି ପ୍ରତିକ୍ରିୟା ଦେଖାଇବେ, ତାହା ସେ ଚିନ୍ତା କରିଥିଲେ। ସେ ଏହି ସିଦ୍ଧାନ୍ତ ନେଇଥିଲେ, "ମୁଁ ମୋର ପରିତ୍ରାଣ ପରମେଶ୍ବରଙ୍କ ଠାରେ ଉଲ୍ଲାସ କରିବି" (୧୮ପଦ)। ପରିବେଶ ବଦଳିପାରେ, ମାତ୍ର ଈଶ୍ବର ସମାନ ରହିଅଛନ୍ତି। ତାହା ହିଁ ସର୍ବଦା ଧନ୍ୟବାଦ ଦେବାର କାରଣ ଅଟେ। ଆପଣଙ୍କ ହସ୍ତରେ ଯାହା ଅଛି, ତା' ନୁହେଁ, ମାତ୍ର ଆପଣଙ୍କ ହୃଦୟରେ ଯାହା ଅଛି, ତା' ଉପରେ କୃତଜ୍ଞତା ନିର୍ଭର କରେ।

1 comment:

  1. Amen, 🙏🙏
    Great bible verse to be grateful towards God in every situation.

    ReplyDelete

Kindly give your suggestions or appreciation!!!