BN

ଅନୁଗ୍ରହ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ

 ଅନୁଗ୍ରହ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ

Grace is Available for All!!!

ପଠନ: ଯୋହନ ୩:୧-୧୮

ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣାର ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ତହିଁରେ ଯେକେହି ତାହାଙ୍କଠାରେ ବିଶ୍ୱାସ କରେ…. (ଯୋହନ ୩:୧୬)



ବାଇବଲ ଶିକ୍ଷକ ସେଲ୍ୱିୱିନ୍ କହନ୍ତି, "ଅନୁଗ୍ରହ ପ୍ରଚୁରତା ସମ୍ପର୍କରେ ଯେତେଥର ମୁଁ ପ୍ରଚାର କରେ, ସେତେଥର କେହି ନା  କେହି ମତେ ଏହି ପ୍ରଶ୍ନ କରନ୍ତି। ଯଦି ପ୍ରଚୁର ଭାବେ ଇଶ୍ୱରଙ୍କ ଅନୁଗ୍ରହ ଆମ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ ତାହେଲେ କାହିଁକି କେତେ ଜଣ ଖ୍ରୀଷ୍ଟିୟ ଯାତ୍ରାରେ ଅନେକ ଆଗରେ ଥାଆନ୍ତି ଓ ଆହୁରି ଅନେକ ପଛରେ ପଡ଼ି ଯାଇଥା'ନ୍ତି? ମୁଁ ସେମାନଙ୍କୁ ଅନେକ ସମୟରେ ଓଲଟି ପ୍ରଶ୍ନ କରିଥାଏ- ଏ ପ୍ରକାର କାହିଁକି ହୁଏ ବୋଲି ତୁମେ ସେ ବିଷୟରେ କ'ଣ ଭାବୁଛ? ପ୍ରାୟ ସମସ୍ତେ ତା' ର ଉତ୍ତରରେ କହିଥା'ନ୍ତି, ହୁଏତ କେତେଜଣ ଈଶ୍ୱରଙ୍କର ଅଧିକ ଆଦରଣୀୟ । 

ମନୁଷ୍ୟମାନଙ୍କ ପରି ଈଶ୍ଵର କ'ଣ କେତେ ଜଣଙ୍କୁ ଅଧିକ ଆଦର କରନ୍ତି ଓ ଅନ୍ୟମାନଙ୍କୁ କରନ୍ତି ନାହିଁ? ଆଜି ଆମ ସମ୍ମୁଖରେ ଯେଉଁ ସ୍ଵର୍ଣ୍ଣମୟ ପଦ ରହିଛି ତାହାକୁ ଟିକେ ବିବେଚନା କରନ୍ତୁ, ଯାହାକୁ କୁହାଯାଏ ସମଗ୍ର ବାଇବଲର 'ମହାନ ପଦ'। ଏହା  କୁହେ, ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ - ଅର୍ଥାତ୍ ଜଗତର ପ୍ରତ୍ୟେକ ମନୁଷ୍ୟ ତହିଁ ମଧ୍ୟରେ ଅର୍ନ୍ତଭୁକ୍ତ? କାରଣ, ଯେ କେହି ବିଶ୍ୱାସ କରି ତାଙ୍କ ପୁତ୍ରଙ୍କୁ ଗ୍ରହଣ କରେ ସେ ତାକୁ ପରିତ୍ରାଣର ଦାନ ଦିଅନ୍ତି। ଈଶ୍ୱରଙ୍କ ଅନୁଗ୍ରହ ଲାଭ କରିବା କ୍ଷେତ୍ରରେ କେହି ତାହାଙ୍କର ଅଧିକ ଆଦରଣୀୟ ନୁହେଁ ବା କମ୍ ଆଦରଣୀୟ ନୁହେଁ। 

ଆପଣ ଯଦି ଅନୁଭବ କରୁଛନ୍ତି ଯେ, ଅନ୍ୟମାନଙ୍କଠାରୁ ଆପଣ ଇଶ୍ଵରଙ୍କ ଅନୁଗ୍ରହ କମ୍ ମାତ୍ରାରେ ପାଉଛନ୍ତି, ତା' ହେଲେ ଆପଣଙ୍କ ଜୀବନର କେଉଁ ସବୁ ବିଷୟ ସେଥିରୁ ଆପଣଙ୍କୁ ବଞ୍ଚିତ କରୁଛି, ତାହା ନିଜେ ବିବେଚନା କରି ଦେଖନ୍ତୁ। ସମସ୍ୟା ଇଶ୍ଵରଙ୍କଠାରେ ନାହିଁ ମାତ୍ର ସମସ୍ୟା ରହିଛି ଆମ ପାଖରେ। ହୁଏତ ଆମେ ଇଶ୍ୱରଙ୍କର ଅନୁଗ୍ରହ ଲାଭ କରିବା ପାଇଁ ଅନିଚ୍ଛୁକ କିମ୍ୱା ତାହାଙ୍କର ଅନୁଗ୍ରହର ପ୍ରଚୁରତା କିପରି ଲାଭ କରିବାକୁ ହୁଏ ତାହା ଆମକୁ ଅଜଣା।

Source: ଦୈନିକ ଆହାର 



2 comments:

Kindly give your suggestions or appreciation!!!