BN

ପ୍ରେମ କ`ଣ ଅଟେ? ପ୍ରେମ କିପରି କରିବା ?

 What is Love? How to Love? 1 Corinthians 13



ପ୍ରେମର ଅଧ୍ୟାୟ : ୧ କରିନ୍ଥୀୟ ୧୩
ପ୍ରେମ କ`ଣ ଅଟେ?ପ୍ରେମ କିପରି କରିବା ?ଶାସ୍ତ୍ରରୁ ସନ୍ଦର୍ଭ
ଦୀର୍ଘସହିଷ୍ଣୁଈଶ୍ବରଙ୍କ ସିଦ୍ଧ ସମୟକୁ ଅପେକ୍ଷା କରିବାକୁ ପ୍ରସ୍ତୁତ ରୁହ | ଆତ୍ମ-ସଂଯମତା ରଖନ୍ତୁ | ତୁମର ପ୍ରେରଣାକୁ ନିୟନ୍ତ୍ରଣ କର |ଯିଶାଇୟ ୪୦:୩୧; ରୋମୀୟ ୧୫:୧; ଯାକୁବ ୧: ୪
ହିତଜନକଅନ୍ୟକୁ ପଚାର, "ସେ ଲୋକଟି କ’ଣ ପସନ୍ଦ କରେ?" "ସେ କ'ଣ ଚାହାଁନ୍ତି?" "ମୃଦୁ ଭାବରେ କୁହ ଏବଂ ଯତ୍ନବାନ ହୁଅହିତୋପଦେଶ ୨୫:୧୧; ଯିଶାଇୟ ୫୮:୬-୭; ଏଫିସୀୟ ୪:୩୨
ଇର୍ଷା କରେ ନାହିଁତୁମର ଯାହା ଅଛି ସେଥିରେ ସନ୍ତୁଷ୍ଟ ହୁଅ | ତୁମର ଆଶୀର୍ବାଦ ସବୁକୁ ତାଲିକା କର | ଅନ୍ୟମାନଙ୍କ ମଙ୍ଗଳ ପାଇଁ ଖୁସି ହୁଅ |୧ କରିନ୍ଥୀୟ ୩:୩ ; ଯାତ୍ରା ପୁସ୍ତକ ୨୦:୧୭; ଫିଲିପ୍ପୀୟ ୪:୧୧-୧୨
ଆତ୍ମ ବଡିମା କରେ ନାହିଁନମ୍ର ହୁଅ। ଗର୍ବ କର ନାହିଁ। ଅନ୍ୟମାନଙ୍କୁ ଶ୍ରେୟ ଦିଅ |ଗୀତସଂହିତା ୩୪:୨; ୪୯:୬-୭; ଫିଲିପ୍ପୀୟ ୩:୧-୮
ଅହଂକାର କରେ ନାହିଁଭାବ ନାହିଁ ଯେ ତୁମେ ଅନ୍ୟମାନଙ୍କ ଅପେକ୍ଷା ଭଲ | ନମ୍ର ହୁଅ ଅହଂକାରୀ ହୁଅ ନାହିଁ।୧ କରିନ୍ଥୀୟ ୮:୧; ଫିଲିପ୍ପୀୟ ୨:୨-୮; ଯୋହନ ୧୩:୧୪-୧୫
ଅନୁଚିତ ବ୍ୟବହାର କରେ ନାହିଁନମ୍ର ଓ ହିତଜନକ ହୁଅ, ଦୟାଳୁ ହୁଅ। ଭଲ ବ୍ୟବହାର କର |ଗଣନା ପୁସ୍ତକ ୧୨:୩; ୧ ପିତର ୪:୯; ୫:୫
ସ୍ଵାର୍ଥ ଚେଷ୍ଟା କରେ ନାହିଁପ୍ରଥମେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କର | ଅନ୍ୟମାନଙ୍କୁ ପ୍ରଥମେ ବାଛିବା ପାଇଁ ସୁଯୋଗ ଦିଅ | ଲୋଭୀ ଏବଂ ସ୍ୱାର୍ଥପର ହୁଅ ନାହିଁ୧ କରିନ୍ଥୀୟ ୧୦:୨୪; ପ୍ରେରିତ ୨୦:୩୫; ଯୋହନ ୧୫:୧୩
ବିରକ୍ତ ହୁଏ ନାହିଁଅନ୍ୟମାନଙ୍କ ବିଷୟରେ ଭଲ ଭାବନ୍ତୁ | ସିଦ୍ଧାନ୍ତରେ ଆସନ୍ତୁ ନାହିଁ | ପ୍ରଶ୍ନ ପଚାର ଏବଂ ଶୁଣ |ମାଥିଉ ୫:୨୨; ରୋମୀୟ ୧୫:୨; ଯାକୁବ ୧: ୧୯
ଅଧର୍ମରେ ଆନନ୍ଦ କରେ ନାହିଁଭୁଲଗୁଡିକ କ୍ଷମା କର, "ଭଲ ବିଷୟସବୁକୁ" ମନେରଖ । ଯୀଶୁ କ'ଣ କଲେ? "ଗାଲାତୀୟ ୬:୧; ମାଥିଉ ୬:୧୨; ଯୋହନ ୮:୧୧
ସତ୍ୟରେ ଆନନ୍ଦ କରେଭଲ ବିଷୟରେ ଖୁସି ହୁଅ | ଭଲ ଖବର ବିସ୍ତାର କରନ୍ତୁ | ନିଜକୁ ଏବଂ ଅନ୍ୟମାନଙ୍କୁ ସତ କୁହ |ଫିଲିପ୍ପୀୟ ୧:୧୮; ଯିଶାଇୟ ୬୦:୧; ଏଫିସୀୟ ୪:୨୫
ସମସ୍ତ ସହ୍ୟ କରେଅସହାୟ ଓ ଦୁର୍ବଳ ଲୋକଙ୍କୁ ରକ୍ଷା କର। ପ୍ରଲୋଭନରୁ ନିଜକୁ ରକ୍ଷା କର | ଯୀଶୁଙ୍କ ନାମ ରକ୍ଷା କର |ଯାକୁବ ୧:୨୭; ହିତୋପଦେଶ ୪:୧୪-୧୫; ୧ ପିତର ୩:୧୫
ସମସ୍ତ ବିଶ୍ଵାସ କରେବିଶ୍ୱାସ ହେଉଛି ଈଶ୍ୱରଙ୍କ ପ୍ରତିଜ୍ଞା ରେ ଭରସା ରଖିବା | ସବୁକିଛି ବିଷୟରେ ପ୍ରାର୍ଥନା କର ଏବଂ ତାଙ୍କ ଉପରେ ବିଶ୍ୱାସ କର | ବିଶ୍ଵାସ କର ଯେ ସବୁ ବିଷୟ ଭଲ ପାଇଁ କାମ କରେ |ଯିଶାଇୟ ୧୪:୨୪; ଫିଲି ୪:୬; ରୋମୀୟ ୮:୨୮
ସମସ୍ତ ଭରସା କରେକେବେହେଲେ ହାର ମାନନି। ମନେରଖ ଯେ ଈଶ୍ବର ତୁମକୁ ପରିତ୍ୟାଗ କରନ୍ତି ନାହିଁ | ଈଶ୍ବରଙ୍କଠାରୁ ଭଲ ବିଷୟ ଆଶା କର |ଏଫିସୀୟ ୬:୧୩; ରୋମୀୟ ୫:୧୦; ୧ ଯୋହନ ୩:୩
ସମସ୍ତ ବିଷୟ ଧୈର୍ଯ୍ୟ ଧରି ରହେସ୍ଥିର ରୁହ | ପ୍ରାର୍ଥନା ଜାରି ରଖ | ଯଦି ଈଶ୍ବର ଆପଣଙ୍କ ପାଇଁ ଅଛନ୍ତି, ତେବେ କିଏ ଆପଣଙ୍କ ବିପକ୍ଷରେ ରହିପାରିବ? ଈଶ୍ବର ଏବଂ ଅନ୍ୟମାନଙ୍କ ପ୍ରତି ବିଶ୍ୱସ୍ତ ହୁଅ |ଯାକୁବ ୫:୧୬; ରୋମୀୟ ୮:୩୧; ୧ ପିତର ୪:୮
କଦାପି ଶେଷ ହୁଏ ନାହିଁପ୍ରେମ କେବେ ବିଫଳ/ଶେଷ ହୁଏ ନାହିଁ | ଈଶ୍ବରଙ୍କ ପ୍ରେମ କଦାପି ବିଫଳ/ଶେଷ ହୁଏ ନାହିଁ | ତାଙ୍କ ପରି ସ୍ନେହପୂର୍ଣ୍ଣ ହୃଦୟ ପାଇଁ ପ୍ରାର୍ଥନା କର |୧ କରି ୧୩:୧୩; ଯୋହନ ୧୩:୩୫; ୧୫:୯

No comments:

Post a Comment

Kindly give your suggestions or appreciation!!!