ଯଦି ମୋର ସନ୍ଦେହ ଅଛି ତେବେ କଣ ହେବ?
ଈଶ୍ଵର ଆମର ସନ୍ଦେହ ସବୁ କୁ ବୁଝନ୍ତି | ପାହାଡ ଉପରକୁ ଦୌଡୁ ଥିବା ଜଣେ ରନର୍ ବିଷୟରେ ଚିନ୍ତା କରନ୍ତୁ - ମାଧ୍ୟାକର୍ଷଣ ଶକ୍ତି ଦୌଡକୁ କଠିନ କରିଥାଏ, କିନ୍ତୁ ଏହା ମଧ୍ୟ ରନର୍ କୁ ଶକ୍ତିଶାଳୀ କରିଥାଏ | ସେହିପରି ଭାବରେ, ସନ୍ଦେହ, ଯଦିଓ ଏହା ଆମର ବିଶ୍ବାସକୁ ଚ୍ୟାଲେଞ୍ଜ କରେ, ଶେଷରେ ଆମର ବିଶ୍ବାସକୁ ମଧ୍ଯ ଶକ୍ତିଶାଳୀ କରିପାରେ |
ଆମେ ଆମ ହୃଦୟରେ ସତ୍ୟ ଜାଣୁ କିନ୍ତୁ ପ୍ରକୃତରେ ଆମ ହୃଦୟରେ ଈଶ୍ଵରଙ୍କୁ ବିଶ୍ଵାସ କରିବାକୁ ସଂଘର୍ଷ କରୁ | ଆମେ ଆଶ୍ଚର୍ଯ୍ୟ ହେଉ ଯେ କଅଣ ସେ ପ୍ରକୃତରେ ଆମ ଉପରେ ନଜର ରଖିଛନ୍ତି ନା କଅଣ ସେ ଆମକୁ କଷ୍ଟଦାୟକ ସମୟ ମଧ୍ଯ ଦେଇ ନେବେ। ଆମେ ବେଳେବେଳେ ତାଙ୍କ ପ୍ରେମର ଲକ୍ଷଣ ଦେଖିବାକୁ ଓ ବୁଝିବାକୁ ସଂଘର୍ଷ କରୁ | ଏହି ପରି ସମୟରେ, ତାଙ୍କ ବାକ୍ୟରେ ଈଶ୍ବରଙ୍କ ପ୍ରତିଜ୍ଞାକୁ ଫେରି ଯାଇ ଧ୍ୟାନ ଦେବା ଆବଶ୍ୟକ। ଅନ୍ଧାରରେ କଦାପି ସନ୍ଦେହ କର ନାହିଁ ଯେ ତୁମେ ଜାଣିଛ ଯେ ଆଲୋକରେ କ’ଣ ସତ୍ୟ | ତୁମକୁ ସାହାଯ୍ୟ କରିବାକୁ ଏବଂ ଯୀଶୁଙ୍କୁ କହିଥିବା ବ୍ୟକ୍ତିଙ୍କ ଶବ୍ଦର ପ୍ରତିଧ୍ୱନୀ କରିବାକୁ ପବିତ୍ର ଆତ୍ମାଙ୍କୁ କୁହ, 'ମୁଁ ବିଶ୍ୱାସ କରେ! ମୋର ଅବିଶ୍ୱାସ ଦୂର କରିବାକୁ ମୋତେ ସାହାଯ୍ୟ କର! ' (ମାର୍କ ୯:୨୪) |
ଆମେ ଆତ୍ମିକ ଆକ୍ରମଣର ଅନୁଭବ କରୁ |
ଶୟତାନ ଆମର ମନ ଏବଂ ହୃଦୟରେ ବୋମା ପକାଇ ଥାଏ, ଏବଂ ସେମାନଙ୍କୁ ପ୍ରଶ୍ନ ଏବଂ ସନ୍ଦେହରେ ପୂର୍ଣ୍ଣ କରେ | ତେବେ ତୁମର ସଠିକ୍ ପ୍ରତିକ୍ରିୟା କ’ଣ? ତୁମର ଆତ୍ମିକ ଖଡ୍ଗ, ବାଇବେଲ ବ୍ୟବହାର କର | ଲୋକମାନଙ୍କୁ ତୁମ ପାଇଁ ପ୍ରାର୍ଥନା କରିବାକୁ କୁହ | ବିଶ୍ୱାସର ଭଲ ସଂଗ୍ରାମ କର !
ଆମର ବହୁତ ଉତ୍ତରହୀନ ପ୍ରଶ୍ନ ଅଛି |
ଏହିପରି ପ୍ରଶ୍ନ: ଈଶ୍ଵର କାହିଁକି ଦୁଃଖକୁ ଅନୁମତି ଦିଅନ୍ତି? ଅନ୍ୟ ଧର୍ମଗୁଡ଼ିକ ବିଷୟରେ? ମୁଁ କିପରି ବାଇବଲ ଉପରେ ବିଶ୍ୱାସ କରିପାରିବି? ଏଗୁଡ଼ିକ ପ୍ରକୃତ ପ୍ରଶ୍ନ, କିନ୍ତୁ ସମସ୍ତଙ୍କର ଦୃଢ ବା ସଠିକ ଉତ୍ତର ଅଛି | ଆପଣ ଯାହା ବିଶ୍ଵାସ କରନ୍ତି ତାହା କେବଳ ଆକଳନ କରନ୍ତୁ ନାହିଁ, ବରଂ ଆପଣ ଏଥିରେ କାହିଁକି ବିଶ୍ଵାସ କରୁଛନ୍ତି ତାହା ମଧ୍ୟ ଆବିଷ୍କାର କରନ୍ତୁ | ଯଦି ତୁମେ ଏହା ଉପରେ ଗମ୍ଭୀର, ତୁମେ ତୁମର ଅଧିକାଂଶ ପ୍ରଶ୍ନର ଉତ୍ତର ପାଇବ - କାରଣ ବାଇବେଲ ପ୍ରକୃତରେ ଐତିହାସିକ ଭାବରେ ନିର୍ଭରଯୋଗ୍ୟ ଓ ବିଶ୍ଵସନୀୟ ପୁସ୍ତକ | ଯୀଶୁ ଆମ ପାଇଁ ଆସିଲେ, ମୃତ୍ୟୁବରଣ କଲେ ଏବଂ ପୁନରୁତ୍ଥିତ ହେଲେ ଏବଂ ସେଠାରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ୨,୦୦୦ ବର୍ଷରୁ ଅଧିକ ସମୟ ଧରି ନିଜ ଜୀବନରେ ଯୀଶୁଙ୍କ ବାସ୍ତବତାକୁ ଅନୁଭବ କରିଛନ୍ତି |
Source: Reach4Life
No comments:
Post a Comment
Kindly give your suggestions or appreciation!!!