BN

Marks of True and False Gospel - Odia (ଗାଲାତୀୟ ପୁସ୍ତକରୁ)

ସତ୍ୟ ଏବଂ ମିଥ୍ୟା ସୁସମାଚାରର ଚିହ୍ନ

 (ଗାଲାତୀୟ ପୁସ୍ତକରୁ)

    ବର୍ତ୍ତମାନ ଯୁଗରେ ଆମେ ଅଜାଣତରେ ଅନେକ ମିଥ୍ୟା ସୁସମାଚାରର ସମ୍ମୁଖୀନ ହୋଇ ଥାଉ । ଆଉ ଆମ୍ଭେମାନେ ଜାଣୁ ଯେ, ଶୟତାନ ହେଉଛି ଆଦ୍ଯରୁ ମିଥ୍ୟାବାଦୀ । ଅନ୍ୟମାନଙ୍କୁ ପଥଭ୍ରଷ୍ଟ କରିବା ନିମନ୍ତେ ମିଥ୍ୟା ଶୟତାନର ଗୋଟିଏ ଅସ୍ତ୍ର କହିଲେ କୌଣସି ଭୁଲ ହେବ ନାହଁ । ଆଜି ଅନେକେ ଖ୍ରୀଷ୍ଟଙ୍କ ସୁସମାଚାରକୁ ମିଥ୍ୟା ଭାବରେ ପ୍ରସ୍ତୁତ କରନ୍ତି, ଯାହା ଫଳରେ ବିଶ୍ଵାସୀମାନେ ଭ୍ରାନ୍ତ ହୋଇ ପରିତ୍ରାଣ ହରାଇ ବସନ୍ତି । ଗାଲାତିୟ ମଣ୍ଡଳୀ ଯୀହୁଦୀ ଧର୍ମର ମିଥ୍ୟା ସୁସମାଚାରରେ ପ୍ରଭାବିତ ହୋଇଥିଲେ । ଆଉ ପାଉଲ ତାଙ୍କ ଚିଠିରେ ଗାଲାତୀୟ ମଣ୍ଡଳୀକୁ  ସତ୍ୟ ଏବଂ ମିଥ୍ୟା ସୁସମାଚାରର ପାର୍ଥକ୍ୟ ଜଣାନ୍ତି ।  ତେବେ ଆସନ୍ତୁ ଗାଲାତିୟ ପୁସ୍ତକରୁ ଦେଖିବା  ସତ୍ୟ  ଏବଂ ମିଥ୍ୟା ସୁସମାଚାର ଚିହ୍ନ ସବୁ : 

 

ସତ୍ୟ ସୁସମାଚାରର: 

  • ଶିକ୍ଷା ଦିଏ ଯେ ସୁସମାଚାରର ଉତ୍ସ ହେଉଛି ଈଶ୍ଵର | (ଗାଲାତୀୟ ୧:୧୧-୧୨)

  • ଜାଣେ ଯେ ମୃତ୍ୟୁ ଦ୍ୱାରା ଜୀବନ ପ୍ରାପ୍ତ ହୁଏ; ଆମ୍ଭେମାନେ ଈଶ୍ବରଙ୍କ ପୁତ୍ରଠାରେ ବିଶ୍ଵାସ କରୁ, ଯିଏ ଆମକୁ ପ୍ରେମ କଲେ ଏବଂ ଆମ ପାଇଁ ମୃତ୍ୟୁବରଣ କଲେ  | ଯେପରି ଆମ୍ଭେମାନେ ପାପ ପ୍ରତି ମୃତ ଏବଂ ଖ୍ରୀଷ୍ଟଙ୍କ ପାଇଁ ଜୀବିତ ହେବୁ | (୨:୨୦ )

  • ବ୍ୟାଖ୍ୟା କରେ ଯେ ଆମ୍ଭେମାନେ(ବିଶ୍ୱାସୀ) ବିଶ୍ଵାସ ହେତୁ ପ୍ରତିଜ୍ଞାତ ପ୍ରବିତ୍ର ଆତ୍ମା ପ୍ରାପ୍ତ ହେଉ । (୩:୧୩)

  • ଘୋଷଣା କରେ ଯେ ବ୍ୟବସ୍ଥା ପାଳନ କରିବା ଦ୍ଵାରା  ଆମେ ପରିତ୍ରାଣ ପାଇପାରିବୁ ନାହିଁ; ପରିତ୍ରାଣର ଏକମାତ୍ର ଉପାୟ ବା ଉତ୍ସ  ହେଉଛି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ | (୩:୨୧-୨୨)

  • କହେ ଯେ ସମସ୍ତ ବିଶ୍ଵାସୀ ଖ୍ରୀଷ୍ଟଙ୍କଠାରେ ଏକ, ତେଣୁ ବିଶ୍ଵାସୀମାନଙ୍କ ମଧ୍ୟରେ କୌଣସି ପ୍ରକାରର ପ୍ରଭେଦ ନାହିଁ  | (୩ :୨୬-୨୮)  

  • ଘୋଷଣା କରେ ଯେ ଆମେ ପାପର କବଳରୁ ମୁକ୍ତ ଏବଂ ପବିତ୍ର ଆତ୍ମାଙ୍କର ଶକ୍ତି ଆମକୁ ପରିପୂର୍ଣ୍ଣ ଏବଂ ମାର୍ଗଦର୍ଶନ କରେ | (୫:୨୪-୨୫) 


ମିଥ୍ୟା ସୁସମାଚାର : 

  • ଏହା ଖ୍ରୀଷ୍ଟଙ୍କ ମୃତ୍ୟୁକୁ ବୃଥା ବୋଲି ବିବେଚନା କରେ | (୨:୨୧)

  • କହେ ଯେ ପରିତ୍ରାଣ ପାଇବା ପାଇଁ ଲୋକମାନଙ୍କୁ ବ୍ୟବସ୍ଥା ପାଳନ କରିବା ଜରୁରୀ। (୩:୧୨)

  • କିଛି ରୀତିନୀତି ପାଳନ କରି ଈଶ୍ବରଙ୍କ କୃପା ପାଇବାକୁ ଚେଷ୍ଟା କରେ | (୪:୧୦)

  • କହେ ଯେ ବ୍ୟବସ୍ଥା ଦ୍ଵାରା  ଈଶ୍ଵରଙ୍କ ନିକଟରେ  ଧାର୍ମିକ ଗଣିତ ହୋଇ ହୁଏ ।  (୫:୪) 




Source: NIV Life Application Study Bible

1 comment:

Kindly give your suggestions or appreciation!!!