BN

How Will I Benefit From Studying the Bible??

ବାଇବେଲ ଅଧ୍ୟୟନରୁ ମୁଁ କିପରି ଲାଭ ପାଇବି ??

ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ପୃଷ୍ଠା ସାମଗ୍ରୀ ବା ପୁସ୍ତକ ଛାପଯାଏ । ପ୍ରତି ମାସରେ ହଜାର ହଜାର ନୂତନ ପୁସ୍ତକର ପ୍ରକାଶିତ ହୁଏ । ଏହା ଶଲୋମନଙ୍କ ପାଈଁ ଆଶ୍ଚର୍ଯ୍ୟଜନକ ହେବ ନାହିଁ, ଯେହେତୁ ସେ କହିଥିଲେ "ହେ ମୋହର ପୁତ୍ର, ମୋହର ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ" (ଉପଦେଶକ ୧୨:୧୨) । ଆଜିର ପୁସ୍ତକ ଏବଂ କମ୍ପୁଟର ସାହାଯ୍ୟରେ ମଧ୍ୟ ବାଇବେଲ ହେଉଛି ଈଶ୍ବରୀୟ ପ୍ରକାଶ ଓ ଶକ୍ତିର ଏକମାତ୍ର ଉତ୍ସ ହୋଇ ରହିଅଛି, ଯାହା ଖ୍ରୀଷ୍ଟିୟାନମାନଙ୍କୁ ତାଙ୍କ ଦୈନଦିନ ଜୀବନରେ ଈଶ୍ବରଙ୍କ ସହିତ ଚାଲିବ ନିମନ୍ତେ ସାହାଯ୍ୟ କରେ । 


ଶାସ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଜ୍ଞାଗୁଡିକୁ ଧ୍ୟାନ ଦିଅନ୍ତୁ । 


  1. ବାଇବେଲ ହେଉଛି ସତ୍ୟର ଉତ୍ସ : "ସତ୍ୟ ଦ୍ଵାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ" (ଯୋହନ ୧୭:୧୭) 

  2. ବାଇବେଲ ଈଶ୍ବରଙ୍କ ଆଶୀର୍ବାଦର ଉତ୍ସ: "ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ।" (ଲୁକ ୧୧:୨୮)

  3. ବାଇବେଲ ହେଉଛି ବିଜୟର ଉତ୍ସ : "....ଆତ୍ମାଙ୍କ ଖଡ଼୍‍ଗ, ଅର୍ଥାତ୍ ଈଶ୍ଵରଙ୍କ ବାକ୍ୟ ଧାରଣ କର;" (ଏଫିସୀୟ ୬:୧୭)

  4. ବାଇବେଲ ଅଭିବୃଦ୍ଧିର ଉତ୍ସ : "ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ଦ୍ଵାରା ପରିତ୍ରାଣାର୍ଥେ ବୃଦ୍ଧି ପାଇ ପାର" (୧ ପିତର ୨:୩)

  5. ବାଇବେଲ ମାର୍ଗଦର୍ଶନର ଉତ୍ସ : "ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ" (ଗୀତ ୧୧୯:୧୦୫)

  6. ବାଇବେଲ ହେଉଛି ଶକ୍ତିର ଉତ୍ସ :  "ଯେଣୁ ତାହା ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଶକ୍ତି ଅଟେ" (ରୋମୀୟ ୧:୧୬)



Active Word

Source: MacArthur Handbook


1 comment:

Kindly give your suggestions or appreciation!!!