BN

ଆପଣ ବହି ପଢ଼ନ୍ତି କି?

 Praise the Lord!!


Reading Book is One of the Best Hobbies that you should afford to Develop.


"ବହି ପଢିବା ସମସ୍ତ ଅଭ୍ୟାସଗୁଡିକ ମଧ୍ୟରୁ ଏକ ସର୍ବୋତ୍ତମ ଅଭ୍ୟାସ ଯାହା ଆପଣମାନଙ୍କୁ ବିକାଶ କରିବାକୁ ପଡିବ।"


ଆମ୍ଭେମାନେ ସମସ୍ତେ ଜଣେ ଜଣେ ନେତା ଅଟୁ, ଯେହେତୁ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ବିଷୟରେ ନେତୃତ୍ୱ ନେଇଥାଏ। କେହି ଜଣେ କହନ୍ତି "Leaders are Reader"।


ଯେଉଁମାନେ ବର୍ତ୍ତମାନ ପାଠ ପଢ଼ୁଛନ୍ତି, ସେମାନଙ୍କ ପାଇଁ ଏହି ଅଭ୍ୟାସକୁ ବିକାଶ କରିବା ନିମନ୍ତେ ଏହା ଏକ ସଠିକ ସମୟ । ଯେହେତୁ ଯେତେବେଳେ ଆପଣ କାର୍ଯ୍ୟ କିମ୍ବା ଚାକିରି କରିବା ଆରମ୍ଭ କରିବେ, ଆପଣଙ୍କ ନିକଟରେ ଏହି ଅଭ୍ୟାସକୁ ବିକାଶ କରିବା ନିମନ୍ତେ ସମୟ ନଥିବ । ସେ ସମୟରେ ବାହାନା ମାରିବା ପାଇଁ ଅନେକ Option ରହିଥିବ। ସେ ସମୟରେ ଇଚ୍ଛା ଥିବ କିନ୍ତୁ ସମୟ ନଥିବ । ତେବେ ଏବେ ସମୟ ଥାଉ ଥାଉ ସେହି ଅଭ୍ୟାସକୁ ବିକାଶ କରିବା ନିମନ୍ତେ ଦୃଢ଼ ଇଚ୍ଛା କରନ୍ତୁ।


ତେଣୁ ଏହି ଅଭ୍ୟାସକୁ ବିକାଶ କରିବା ନିମନ୍ତେ ଆପଣମାନଙ୍କୁ ଉତ୍ସାହ କରୁଛି।  ମୁଁ ଛାତ୍ର ଥିବା ସମୟରେ ଏହାର ମହତ୍ତ୍ୱ ନଜାଣି ବର୍ତ୍ତମାନ ଅନୁତାପ କରୁଛି।


ଆମ୍ଭେମାନେ ଆଜିକାଲି Mobile ରେ ଏତେ ବ୍ୟସ୍ତ ହୋଇଯାଉ ଯେ ଆମକୁ କୌଣସି ବହି ପଢିବାକୁ ସମୟ ଆଉ ଇଚ୍ଛା ବି ନାହିଁ।


🔹 ଆଜିକାଲି ଆମ୍ଭମାନଙ୍କୁ ଲେଖିବାଠାରୁ ମୋବାଇଲରେ Typing କରିବା ଅଧିକ ଭଲ ବା ସହଜ ଲାଗେ।  


🔹 ଆଜିକାଲି ଆମ୍ଭମାନଙ୍କୁ ପଢିବାଠାରୁ ମୋବାଇଲରେ ଶୁଣିବା ଅଧିକ ଭଲ ବା ସହଜ ଲାଗେ।  


🔹 ଆଜିକାଲି ଆମ୍ଭମାନଙ୍କୁ କରିବାଠାରୁ କହିବା ଅଧିକ ଭଲ ବା ସହଜ ଲାଗେ।  


🔹 ଆଜିକାଲି ଆମ୍ଭେମାନେ ବ୍ୟକ୍ତିଗତ ଭାବେ ବାକ୍ୟ ଅଧ୍ୟୟନ କରିବାଠାରୁ ପ୍ରଚାରକ ମାନଙ୍କଠାରୁ ବାକ୍ୟ ଶୁଣିବାକୁ ଅଧିକ ଇଚ୍ଛା କରୁଛୁ।  


🔹 ଆଜିକାଲି ଆମ୍ଭେମାନେ ପ୍ରଥମରେ YouTube ରେ ବାକ୍ୟ ଶୁଣୁ, ତାପରେ ଅନ୍ୟାନ୍ୟ ବାଇବେଲ ଭିତ୍ତିକ ବହି ପଢୁ, ଶେଷରେ ସମୟ ମିଳିଲେ ବାଇବେଲ ପଢିଥାଉ । କିନ୍ତୁ ଆମ୍ଭମାନଙ୍କୁ ପ୍ରଥମେ ବାଇବେଲ, ତାପରେ ବାଇବେଲ ଭିତ୍ତିକ ବହି ଆଉ ଶେଷରେ ସମୟ ହେଲେ YouTube ବାକ୍ୟ ଶୁଣିବା ଉଚିତ୍।  ଆମ୍ଭେମାନେ ଏହାର ସମ୍ପୁର୍ଣ୍ଣ ବିପରୀତ କରୁଛୁ।  


ଏମିତି ଅଧିକ ବିଷୟ ଅଛି ଯେଉଁଥିରେ ଆମ୍ଭେମାନେ ସହଜ ଉପାୟ ସବୁ ଖୋଜି ଥାଉ । ସହଜ ଉପାୟ ଖୋଜିବା ଭୁଲ ବୋଲି ମୁଁ କହୁ ନାହିଁ। କିନ୍ତୁ ମୋ କହିବାର ଉଦ୍ଦେଶ୍ୟ ହେଉଛି ଆମ୍ଭେମାନେ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ଦେବା ଯାହା ଆମକୁ ଦୀର୍ଘସମୟ ନିମନ୍ତେ ଲାଭଦାୟକ, ଯଦିଓ ଆମକୁ ବର୍ତ୍ତମାନ ପାଇଁ ତାହା ଦୁଃଖ ଦିଏ।


ଉଦାହରଣ ସ୍ୱରୂପ: ବହି ପଢିବା ଏତେ ସହଜ ନୁହେଁ । ସାଧାରଣତଃ ଆମ୍ଭେମାନେ ଯେତେବେଳେ ବହି ପଢିବା ଆରମ୍ଭ କରୁ ଆମ୍ଭମାନଙ୍କୁ ହାଇ କିମ୍ବା ପ୍ରବଳ ନିଦ ଆରମ୍ଭ ହୁଏ।  ଯଦି ଏହାକୁ ଆମେ ସଂଜମ କରି ବହି ପଢୁ ତେବେ ତାହା ଆମକୁ ଦୀର୍ଘ ସମୟ ନିମନ୍ତେ ଲାଭଦାୟକ ହେବ। ଏହା ସତ୍ୟ ଅଟେ ଏହାକୁ ସଂଜମ କରିବା ନିମନ୍ତେ ଦୁଃଖ ସହିବାକୁ ପଡ଼ିବ।  😃 


ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ! 

No Pain No Gain


ମୁଁ ଯେତେବେଳେ ବହି ବିଷୟରେ କହୁଛି ଏହା ବାଇବେଲକୁ ମଧ୍ୟ ବୁଝାଉଛି। କିନ୍ତୁ ବାଇବେଲ ଏକ ସାଧାରଣ ବହି ନୁହେଁ । ବାଇବେଲ ଏବଂ ଅନ୍ୟ ବହି ମାନଙ୍କ ମଧ୍ୟରେ ଗୋଟିଏ ଅତ୍ୟୁତ୍ତମ ପାର୍ଥକ୍ୟ ରହିଛି।  ଅନ୍ୟ ବହି ଗୁଡିକର ଲେଖକ ଆମ୍ଭମାନଙ୍କ ନିକଟରେ ନାହାନ୍ତି, କିନ୍ତୁ ବାଇବେଲର ଲେଖକ ଯିଏକି ପବିତ୍ରଆତ୍ମା ଆମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।  


ଆସନ୍ତୁ ପ୍ରାର୍ଥନା ସହ ଏହି ଅଭ୍ୟାସକୁ ବିକାଶ କରିବା।  ପ୍ରଭୁ ଯୀଶୁ ଏହାକୁ ବିକାଶ କରିବା ନିମନ୍ତେ ସାହାର୍ଯ୍ୟ କରନ୍ତୁ।  


ଧନ୍ୟବାଦ


ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?

 Image of God: His Reflection in US.

କି ଏକ ଚମତ୍କାର ଧାରଣା- ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ମାନବଜାତିର ସୃଷ୍ଟି- ତାଙ୍କ ଅନୁସାରେ ସେ ଏକ ନମୁନା କଲେ, ତାଙ୍କ ପରିବାରର ସମାନତାକୁ ପ୍ରତିଫଳିତ କଲେ (୨ କରିନ୍ଥୀୟ ୩:୧୮)। ଏହା ଶାରିରୀକକୁ ନାହିଁ କିନ୍ତୁ ଆତ୍ମିକ ଏବଂ ନୈତିକ ଚରିତ୍ରକୁ ବୁଝାଏ।  


ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?


  • ଆମ୍ଭେମାନେ ଯୋଗାଯୋଗ କରିବାକୁ ସମର୍ଥ ଆଉ ଏହା କରିବା ଦ୍ୱାରା ଆମେ ଜଣଙ୍କୁ ଆଶୀର୍ବାଦ କିମ୍ବା ଅଭିଶାପ ଦେଇପାରୁ।  (ଯାକୁବ ୩:୯)

  • ଆମ୍ଭେମାନେ ସୃଜନଶୀଳ ଆଉ ଏହି ସୃଜନଶୀଳତା ଆମକୁ ଆନନ୍ଦ ଏବଂ ସନ୍ତୁଷ୍ଟି ଦିଏ। (ହିତ ୩୧:୧୩-୨୨)

  • ଆମ୍ଭମାନଙ୍କଠାରେ ଭାବନା ଓ ଅନୁଭବ ଅଛି ଆଉ ଆମ୍ଭେମାନେ ସମ୍ପର୍କ ଏବଂ ସହଭାଗୀତା ପାଇଁ ଆଗ୍ରହୀ ଅଟୁ ।  (ଗୀତ ୧୬:୧୧)

  • ଆମ୍ଭେମାନେ ଠିକ୍ ଏବଂ ଭୁଲ୍ ର ବିଚାର କରିପାରୁ।  (ଯିଶାଇୟ ୬:୫)

  • ଆମ୍ଭେମାନେ କର୍ମ କରୁ ଏବଂ ନିଜର କର୍ମ ସକାଶେ ଦାୟୀ ଅଟୁ।  (ଯୋହନ ୩:୧୮)

  • ଆମ୍ଭେମାନେ ଈଶ୍ବରଙ୍କୁ ଅନୁସରଣ କରିବାକୁ ଇଚ୍ଛା କରୁ । ମରିୟମ୍ ଯୀଶୁଙ୍କ ପାଦ ତଳେ ବସି ତାଙ୍କ ବାକ୍ୟ ଶ୍ରବଣ କରୁଥିଲେ।  ଯୀଶୁ ତାଙ୍କୁ ତାଙ୍କ ପାଦ ତଳେ ବସି ଶ୍ରବଣ କରିବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଇଲେ।  (ଲୁକ୍ ୧୦:୪୨)


ଯଦିଓ ଈଶ୍ବର ଏବଂ ମାନବିକତା ମଧ୍ୟରେ ମୂଳ ଅନ୍ତରଙ୍ଗ ସମ୍ପର୍କ ପତନ ଦ୍ୱାରା ବିଚ୍ଛିନ୍ନ ହୋଇଯାଇଥିଲା (ଆଦି ୩:୫-୭), ଈଶ୍ବର ତାଙ୍କ ପିଲାମାନଙ୍କୁ ଯୁଗ ଯୁଗ ଧରି ଅନୁସରଣ କରିଆସୁଛନ୍ତି, ତାଙ୍କର ପୁତ୍ର ଯୀଶୁଙ୍କୁ ପ୍ରେରଣ କରିଛନ୍ତି ଯେପରି ଆମେ ତାଙ୍କ ସହିତ ପୁନଃର୍ମିଲିତ ହୋଇପାରିବା ଏବଂ ତାଙ୍କର ପୁତ୍ର ଏବଂ ଝିଅ, ତାଙ୍କର ଉତ୍ତରାଧିକାରୀ ହୋଇପାରିବା (ରୋମୀୟ ୮:୧୪-୧୭) । ତାଙ୍କର ପ୍ରତିମୂର୍ତ୍ତି ଆମ ଭିତରେ ପ୍ରତିଫଳିତ ହୋଇପାରେ | ଖ୍ରୀଷ୍ଟଙ୍କ ମାଧ୍ୟମରେ ତାଙ୍କର ପ୍ରତିମୂର୍ତ୍ତିକୁ ପୁନର୍ବାର ଧ୍ୟାନକୁ ଅଣାଯାଇଛି ଯାହା ଦ୍ୱାରା ତାଙ୍କର ଗୌରବ ପ୍ରତିଫଳନରୁ ଉଜ୍ଜ୍ୱଳ ହୁଏ । 


Source: NKJV Study Bible.

ପ୍ରଭୁଭୋଜ କଣ ଅଟେ?

 ପ୍ରଭୁଭୋଜ କଣ ଅଟେ??

ଯେତେବେଳେ ଆମେ ପଚାରୁ ଯେ ପ୍ରଭୁଭୋଜ କିପରି ଆଜିର ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ ହେବା ଉଚିତ, ବୁଝିବାରେ ତିନୋଟି ବିଷୟ ଆମକୁ ସାହାର୍ଯ୍ୟ କରେ – ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । 


ପ୍ରଥମରେ, ପ୍ରଭୁଭୋଜ ହେଉଛି ସ୍ମରଣ କରିବାର ସମୟ।  ଯୀଶୁ କହିଲେ, "ମୋତେ ସ୍ମରଣ କରିବା ନିମନ୍ତେ ଏହା କର" (ଲୂକ ୨୨:୧୯, ୧ କରି ୧୧: ୨୪, ୨୫)। ଏହା ଖ୍ରୀଷ୍ଟଙ୍କ କୃଶାର୍ପିତର ଦୁଃଖଭୋଗକୁ ସ୍ମରଣ କରି ଦୁଃଖରେ ରହିବା ନୁହେଁ, କିନ୍ତୁ ଏହା ତ୍ରାଣକର୍ତ୍ତାଙ୍କର ଆଶ୍ଚର୍ଯ୍ୟଜନକ ଜୀବନ ଏବଂ ସେବାକାର୍ଯ୍ୟକୁ ସ୍ମରଣ କରିବା ଅଟେ।  ପ୍ରଭୁଭୋଜ ହେଉଛି ଯୀଶୁ ଖ୍ରୀଷ୍ଟ ଯାହା ଆମ୍ଭମାନଙ୍କ ନିମନ୍ତେ କରିଛନ୍ତି, ସେଥିପ୍ରତି ଆମର ଗଭୀରତମ ପ୍ରସଂଶା ଓ ଗୌରବ ପ୍ରକାଶ କରିବାର ଏକ ଅବସର । ଯେପରି ଯିହୂଦୀମାନଙ୍କ ନିସ୍ତାର ପର୍ବର ଭୋଜନ ଏବ୍ରୀମାନଙ୍କ ମିସର ଦେଶର ଦାସତ୍ଵରୁ ମୁକ୍ତି ପାଇବାକୁ ଘୋଷାଣ କରୁଥିଲା (ଯାତ୍ରାପୁସ୍ତକ ୧୨:୨୬, ୨୭), ସେପରି ପ୍ରଭୁଭୋଜରେ ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ଵାରା ପାପରୁ ପରିତ୍ରାଣକୁ ଘୋଷାଣ କରନ୍ତି। ଯୀଶୁ ଆମର ନିସ୍ତାର ପର୍ବର ମେଷଶାବକ ଅଟନ୍ତି। (୧ କରିନ୍ଥୀୟ ୫:୭; ୧୧:୨୬)


ଦ୍ୱିତୀୟରେ, ପ୍ରଭୁଭୋଜ ହେଉଛି ସତେଜ ଓ ମିଳନର ସମୟ।  ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଜୀବନର ଲାଭରେ ଅଂଶ ଗ୍ରହଣ କରୁଛୁ, ଆମ୍ଭେ ପ୍ରକୃତରେ ଆତ୍ମାଙ୍କ ଦ୍ବାରା ପୁନରୁତ୍ଥିତ ଖ୍ରୀଷ୍ଟଙ୍କଠାରୁ ପୋଷଣ ଓ ଶକ୍ତି ପ୍ରାପ୍ତ ହେଉଛୁ।  ଜନ  ୱେସ୍ଲି ଏହି ଶକ୍ତିକୁ ଅନୁଭବ କରି ପାରିଥିଲେ। ହାରାହାରି, ସେ ତାଙ୍କର ଦୀର୍ଘ ଏବଂ ଫଳପ୍ରଦ ସେବାକାର୍ଯ୍ୟ କ୍ୟାରିୟରରେ ପ୍ରତି ଚାରି କିମ୍ବା ପାଞ୍ଚ ଦିନରେ ପ୍ରଭୁଭୋଜ ଗ୍ରହଣ କରୁଥିଲେ । ଏହା ନୁହେଁ ଯେ ପ୍ରଭୁଭୋଜ ବିନା ଈଶ୍ବର ଆମକୁ ସଶକ୍ତ କରିପାରିବେ ନାହିଁ, କିନ୍ତୁ ସେ ଆମ ପାଇଁ ପ୍ରଭୁଭୋଜ ପ୍ରତିଷ୍ଠା କରିଛନ୍ତି, ମଧ୍ୟ ଯେପରି ପ୍ରାର୍ଥନା ଏବଂ ବାକ୍ୟ ଶ୍ରବଣ କରିବା ତାଙ୍କ ଅନୁଗ୍ରହକୁ ଯୋଗାଯୋଗ କରିବାର ଏକ ମାଧ୍ୟମ ଭାବେ ସେ ନିଯୁକ୍ତ କରିଛନ୍ତି। ଯେତେବେଳେ ବାଇବଲ ଆମକୁ କେତେଥର ପ୍ରଭୁଭୋଜ ପାଳନ କରିବ କହେ ନାହିଁ, ୱେସଲିଙ୍କ ନିର୍ଦ୍ଦେଶ ଅନୁସାରେ- “ଯେତେଥର ସମ୍ଭବ", କିନ୍ତୁ ଏହା ଆମର ଗମ୍ଭୀର ବିଚାର ପାଇଁ ଯୋଗ୍ୟ । 


ତୃତୀୟରେ, ପ୍ରଭୁଭୋଜ ହେଉଛି ପୁନଃ ସମର୍ପିତ ଏବଂ ପ୍ରତୀକ୍ଷାର ସମୟ।  ଆମକୁ ନିଜକୁ ବିଚାର (ଆକ୍ଷରିକ ଭାବେ "ପ୍ରମାଣ" କିମ୍ବା "ପରୀକ୍ଷା") କରିବାକୁ ହେବ ଏବଂ ଯୋଗ୍ୟ ଭାବେ ଅଂଶ ଗ୍ରହଣ କରିବା ଉଚିତ୍ ।  (୧ କରିନ୍ଥୀୟ ୧୧: ୨୮, ୨୯) ଏହା କରିବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଏବଂ ତାଙ୍କ ଲୋକମାନଙ୍କ ପ୍ରତି ଆମର ଉତ୍ସର୍ଗୀକୃତକୁ,  ଖ୍ରୀଷ୍ଟଙ୍କ ଆଗମନର ପ୍ରତ୍ୟାଶାରେ (୧ କରିନ୍ଥୀୟ  ୧୧:୨୬), ନୂତନ କରିଥାଉ । ଖ୍ରୀଷ୍ଟଙ୍କ ଆଗମନ ପରେ ଆମ୍ଭେମାନେ ତାହାଙ୍କ ଶାରିରୀକ ଉପସ୍ଥିତିରେ ତାହାଙ୍କ ରାଜ୍ୟରେ ତାହାଙ୍କ ସହିତ ଅଂଶ ଗ୍ରହଣ କରିବୁ। 


Source: NKJV Study Bible

ଇଲିୟେଜର: ଜଣେ ପ୍ରକୃତ ସେବକର ରୂପରେଖ

 

ELIEZER: OUTLINE OF A TRUE SERVANT

 ଆପଣ କେବେ ଏହି ପ୍ରକାରର ଦାୟିତ୍ଵର ନିକଟବର୍ତ୍ତୀ ହୋଇଅଛନ୍ତି କି ଯାହା ଏକାନ୍ତ ମନୋଭାବ ଏବଂ ଯତ୍ନଶୀଳ ଯୋଜନାରେ ଅନ୍ତର୍ଭୁକ୍ତ, ପୁଣି ଶେଷରେ ଯାହା ଈଶ୍ବରଙ୍କଠାରେ ନିର୍ଭରଶୀଳ ?

·         ଚ୍ୟାଲେଞ୍ଜକୁ ଗ୍ରହଣ କଲେ                                                               ଆଦି ୨୪:୩,

·         ବିକଳ୍ପଗୁଡ଼ିକୁ ପରୀକ୍ଷା କଲେ                                                             ଆଦି ୨୪:୫

·         ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପ୍ରତିଜ୍ଞା କଲେ                                    ଆଦି ୨୪:୯

·         ଯୋଜନା କଲେ                                                                            ଆଦି ୨୪:୧୨-୧୪ 

·         ଈଶ୍ବରଙ୍କ ଯୋଜନାରେ ସମର୍ପିତ ହେଲେ                                              ଆଦି ୨୪:୧୨-୧୪

·         ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ                                                    ଆଦି ୨୪:୧୨-୧୪

·         ଈଶ୍ବର କାର୍ଯ୍ୟ କରିବା ନିମନ୍ତେ ଗୋଟିଏ ନୀତି ଯୋଜନା କଲେ                    ଆଦି ୨୪:୧୨-୧୪

·         ଅପେକ୍ଷା କଲେ                                                                             ଆଦି ୨୪:୨୧

·         ଅତି ନିକଟରୁ ଦେଖିଲେ                                                                   ଆଦି ୨୪:୨୧

·         କୃତଜ୍ଞତା ସହିତ ଉତ୍ତର ଗ୍ରହଣ କଲେ                                                  ଆଦି ୨୪:୨୬

·         ସଂପୃକ୍ତ ପକ୍ଷମାନଙ୍କୁ ପରିସ୍ଥିତିକୁ ବର୍ଣ୍ଣନା କଲେ                                       ଆଦି ୨୪:୩୪-୪୯

·         ଅନାବଶ୍ୟକ ବିଳମ୍ବକୁ ପ୍ରତ୍ୟାଖ୍ୟାନ କଲେ                                             ଆଦି ୨୪:୫୬

·         ପୁରା ଯୋଜନା ସହିତ ଅନୁସରଣ କଲେ                                               ଆଦି ୨୪:୬୬