ପ୍ରଭୁଭୋଜ କଣ ଅଟେ??
ପ୍ରଥମରେ, ପ୍ରଭୁଭୋଜ ହେଉଛି ସ୍ମରଣ କରିବାର ସମୟ। ଯୀଶୁ କହିଲେ, "ମୋତେ ସ୍ମରଣ କରିବା ନିମନ୍ତେ ଏହା କର" (ଲୂକ ୨୨:୧୯, ୧ କରି ୧୧: ୨୪, ୨୫)। ଏହା ଖ୍ରୀଷ୍ଟଙ୍କ କୃଶାର୍ପିତର ଦୁଃଖଭୋଗକୁ ସ୍ମରଣ କରି ଦୁଃଖରେ ରହିବା ନୁହେଁ, କିନ୍ତୁ ଏହା ତ୍ରାଣକର୍ତ୍ତାଙ୍କର ଆଶ୍ଚର୍ଯ୍ୟଜନକ ଜୀବନ ଏବଂ ସେବାକାର୍ଯ୍ୟକୁ ସ୍ମରଣ କରିବା ଅଟେ। ପ୍ରଭୁଭୋଜ ହେଉଛି ଯୀଶୁ ଖ୍ରୀଷ୍ଟ ଯାହା ଆମ୍ଭମାନଙ୍କ ନିମନ୍ତେ କରିଛନ୍ତି, ସେଥିପ୍ରତି ଆମର ଗଭୀରତମ ପ୍ରସଂଶା ଓ ଗୌରବ ପ୍ରକାଶ କରିବାର ଏକ ଅବସର । ଯେପରି ଯିହୂଦୀମାନଙ୍କ ନିସ୍ତାର ପର୍ବର ଭୋଜନ ଏବ୍ରୀମାନଙ୍କ ମିସର ଦେଶର ଦାସତ୍ଵରୁ ମୁକ୍ତି ପାଇବାକୁ ଘୋଷାଣ କରୁଥିଲା (ଯାତ୍ରାପୁସ୍ତକ ୧୨:୨୬, ୨୭), ସେପରି ପ୍ରଭୁଭୋଜରେ ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ଵାରା ପାପରୁ ପରିତ୍ରାଣକୁ ଘୋଷାଣ କରନ୍ତି। ଯୀଶୁ ଆମର ନିସ୍ତାର ପର୍ବର ମେଷଶାବକ ଅଟନ୍ତି। (୧ କରିନ୍ଥୀୟ ୫:୭; ୧୧:୨୬)
ଦ୍ୱିତୀୟରେ, ପ୍ରଭୁଭୋଜ ହେଉଛି ସତେଜ ଓ ମିଳନର ସମୟ। ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଜୀବନର ଲାଭରେ ଅଂଶ ଗ୍ରହଣ କରୁଛୁ, ଆମ୍ଭେ ପ୍ରକୃତରେ ଆତ୍ମାଙ୍କ ଦ୍ବାରା ପୁନରୁତ୍ଥିତ ଖ୍ରୀଷ୍ଟଙ୍କଠାରୁ ପୋଷଣ ଓ ଶକ୍ତି ପ୍ରାପ୍ତ ହେଉଛୁ। ଜନ ୱେସ୍ଲି ଏହି ଶକ୍ତିକୁ ଅନୁଭବ କରି ପାରିଥିଲେ। ହାରାହାରି, ସେ ତାଙ୍କର ଦୀର୍ଘ ଏବଂ ଫଳପ୍ରଦ ସେବାକାର୍ଯ୍ୟ କ୍ୟାରିୟରରେ ପ୍ରତି ଚାରି କିମ୍ବା ପାଞ୍ଚ ଦିନରେ ପ୍ରଭୁଭୋଜ ଗ୍ରହଣ କରୁଥିଲେ । ଏହା ନୁହେଁ ଯେ ପ୍ରଭୁଭୋଜ ବିନା ଈଶ୍ବର ଆମକୁ ସଶକ୍ତ କରିପାରିବେ ନାହିଁ, କିନ୍ତୁ ସେ ଆମ ପାଇଁ ପ୍ରଭୁଭୋଜ ପ୍ରତିଷ୍ଠା କରିଛନ୍ତି, ମଧ୍ୟ ଯେପରି ପ୍ରାର୍ଥନା ଏବଂ ବାକ୍ୟ ଶ୍ରବଣ କରିବା ତାଙ୍କ ଅନୁଗ୍ରହକୁ ଯୋଗାଯୋଗ କରିବାର ଏକ ମାଧ୍ୟମ ଭାବେ ସେ ନିଯୁକ୍ତ କରିଛନ୍ତି। ଯେତେବେଳେ ବାଇବଲ ଆମକୁ କେତେଥର ପ୍ରଭୁଭୋଜ ପାଳନ କରିବ କହେ ନାହିଁ, ୱେସଲିଙ୍କ ନିର୍ଦ୍ଦେଶ ଅନୁସାରେ- “ଯେତେଥର ସମ୍ଭବ", କିନ୍ତୁ ଏହା ଆମର ଗମ୍ଭୀର ବିଚାର ପାଇଁ ଯୋଗ୍ୟ ।
ତୃତୀୟରେ, ପ୍ରଭୁଭୋଜ ହେଉଛି ପୁନଃ ସମର୍ପିତ ଏବଂ ପ୍ରତୀକ୍ଷାର ସମୟ। ଆମକୁ ନିଜକୁ ବିଚାର (ଆକ୍ଷରିକ ଭାବେ "ପ୍ରମାଣ" କିମ୍ବା "ପରୀକ୍ଷା") କରିବାକୁ ହେବ ଏବଂ ଯୋଗ୍ୟ ଭାବେ ଅଂଶ ଗ୍ରହଣ କରିବା ଉଚିତ୍ । (୧ କରିନ୍ଥୀୟ ୧୧: ୨୮, ୨୯) ଏହା କରିବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଏବଂ ତାଙ୍କ ଲୋକମାନଙ୍କ ପ୍ରତି ଆମର ଉତ୍ସର୍ଗୀକୃତକୁ, ଖ୍ରୀଷ୍ଟଙ୍କ ଆଗମନର ପ୍ରତ୍ୟାଶାରେ (୧ କରିନ୍ଥୀୟ ୧୧:୨୬), ନୂତନ କରିଥାଉ । ଖ୍ରୀଷ୍ଟଙ୍କ ଆଗମନ ପରେ ଆମ୍ଭେମାନେ ତାହାଙ୍କ ଶାରିରୀକ ଉପସ୍ଥିତିରେ ତାହାଙ୍କ ରାଜ୍ୟରେ ତାହାଙ୍କ ସହିତ ଅଂଶ ଗ୍ରହଣ କରିବୁ।
Source: NKJV Study Bible





