BN

ଇଲିୟେଜର: ଜଣେ ପ୍ରକୃତ ସେବକର ରୂପରେଖ

 

ELIEZER: OUTLINE OF A TRUE SERVANT

 ଆପଣ କେବେ ଏହି ପ୍ରକାରର ଦାୟିତ୍ଵର ନିକଟବର୍ତ୍ତୀ ହୋଇଅଛନ୍ତି କି ଯାହା ଏକାନ୍ତ ମନୋଭାବ ଏବଂ ଯତ୍ନଶୀଳ ଯୋଜନାରେ ଅନ୍ତର୍ଭୁକ୍ତ, ପୁଣି ଶେଷରେ ଯାହା ଈଶ୍ବରଙ୍କଠାରେ ନିର୍ଭରଶୀଳ ?

·         ଚ୍ୟାଲେଞ୍ଜକୁ ଗ୍ରହଣ କଲେ                                                               ଆଦି ୨୪:୩,

·         ବିକଳ୍ପଗୁଡ଼ିକୁ ପରୀକ୍ଷା କଲେ                                                             ଆଦି ୨୪:୫

·         ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପ୍ରତିଜ୍ଞା କଲେ                                    ଆଦି ୨୪:୯

·         ଯୋଜନା କଲେ                                                                            ଆଦି ୨୪:୧୨-୧୪ 

·         ଈଶ୍ବରଙ୍କ ଯୋଜନାରେ ସମର୍ପିତ ହେଲେ                                              ଆଦି ୨୪:୧୨-୧୪

·         ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ                                                    ଆଦି ୨୪:୧୨-୧୪

·         ଈଶ୍ବର କାର୍ଯ୍ୟ କରିବା ନିମନ୍ତେ ଗୋଟିଏ ନୀତି ଯୋଜନା କଲେ                    ଆଦି ୨୪:୧୨-୧୪

·         ଅପେକ୍ଷା କଲେ                                                                             ଆଦି ୨୪:୨୧

·         ଅତି ନିକଟରୁ ଦେଖିଲେ                                                                   ଆଦି ୨୪:୨୧

·         କୃତଜ୍ଞତା ସହିତ ଉତ୍ତର ଗ୍ରହଣ କଲେ                                                  ଆଦି ୨୪:୨୬

·         ସଂପୃକ୍ତ ପକ୍ଷମାନଙ୍କୁ ପରିସ୍ଥିତିକୁ ବର୍ଣ୍ଣନା କଲେ                                       ଆଦି ୨୪:୩୪-୪୯

·         ଅନାବଶ୍ୟକ ବିଳମ୍ବକୁ ପ୍ରତ୍ୟାଖ୍ୟାନ କଲେ                                             ଆଦି ୨୪:୫୬

·         ପୁରା ଯୋଜନା ସହିତ ଅନୁସରଣ କଲେ                                               ଆଦି ୨୪:୬୬

ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ କଣ??

 ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ ।


 ମୋଶାଙ୍କ ବ୍ୟବସ୍ଥା ସହିତ ଖ୍ରୀଷ୍ଟଙ୍କ ସମ୍ପର୍କର ସଂକ୍ଷିପ୍ତ ବିବରଣ:


(୧) ଖ୍ରୀଷ୍ଟ ବ୍ୟବସ୍ଥାଧୀନ ହୋଇଥିଲେ (ଗାଲାତୀୟ ୪:୪) ।



(୨) ସେ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହ ହୋଇ ଜୀବନ ଯାପନ କଲେ (ମାଥିଉ ୧୭:୫; ଯୋହନ ୮:୪୬; ୧ମ ପିତର ୨:୨୧-୨୩) ।


(୩) ଯିହୁଦୀମାନଙ୍କ ନିମନ୍ତେ ସେ ବ୍ୟବସ୍ଥାର ଜଣେ ମନ୍ତ୍ରୀ ଥିଲେ, ସେ ରାବ୍ବି ମାନଙ୍କର ଅତ୍ୟାଧୁନିକତାରୁ ମୁକ୍ତ କରି, ସେମାନଙ୍କ ଉପରେ ଲାଗୁ କରୁଥିଲେ ଯେଉଁମାନେ ଏହାକୁ ପାଳନ କରିବାକୁ ସ୍ଵୀକାର କରୁଥିଲେ । (ଉଦାହରଣ ସ୍ୱରୂପ ଲୂକ ୧୦:୨୫-୩୭), କିନ୍ତୁ

ମୋଶାଙ୍କ ଚୁକ୍ତି ଅଧୀନରେ ପିତୃପୁରୁଷଙ୍କ ନିକଟରେ ଦିଆଯାଇଥିବା ପ୍ରତିଜ୍ଞାକୁ ଦୃଢ କରୁଥିଲେ (ରୋମୀୟ ୧୫:୮; ଯାତ୍ରା ୧୯:୫) |


(୪) ସେ ତାହାଙ୍କ ପବିତ୍ର ଜୀବନ ଏବଂ ବଳିଦାନର ମୃତ୍ୟୁ ଦ୍ୱାରା ବ୍ୟବସ୍ଥାକୁ ସଫଳ କଲେ (ଏବ୍ରୀ ୯:୧୧-୨୮) ।

 

(୫) ସେ, ବ୍ୟବସ୍ଥାର ଅଭିଶାପ ବହନ କଲେ, ଯାହା ଦ୍ବାରା ଯେଉଁମାନେ ବିଶ୍ବାସ କରନ୍ତି (ଗାଲାତୀୟ ୩:୧୩-୧୪) ସେମାନଙ୍କ ନିମନ୍ତେ ଅବ୍ରହାମଙ୍କୁ ଦିଆଯାଇଥିବା ଚୁକ୍ତି (ଆଦିପୁସ୍ତକ ୧୨:୨) ସଫଳ ହୁଏ ।


(୬) ସେ ଆପଣା ଉଦ୍ଧାରର କାର୍ଯ୍ୟ ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ବ୍ୟବସ୍ଥାଧୀନ ଦାସତ୍ୱରୁ ପୁତ୍ରତ୍ୱର ସ୍ଥାନକୁ ସ୍ଥାନାନ୍ତର କଲେ (ଗାଲାତୀୟ ୪:୧-୭) ।


(୭) ସେ ଆପଣା ରକ୍ତ ଦ୍ୱାରା ନୂତନ ଚୁକ୍ତିର (ଏବ୍ରୀ ୮:୮ ) ନିଶ୍ଚିତତା ଏବଂ ଅନୁଗ୍ରହର ମଧ୍ୟସ୍ଥ ହେଲେ ଯେଉଁଠାରେ ସମସ୍ତ ବିଶ୍ୱାସୀ ଭରସା କରନ୍ତି (ରୋମୀୟ ୫:୨), ତେଣୁ ପବିତ୍ର ଆତ୍ମାଙ୍କ ଦ୍ଵାରା ଧାର୍ମିକ ଜୀବନ ଯାପନ କରି  "ଖ୍ରୀଷ୍ଟଙ୍କ ବ୍ୟବସ୍ଥା" ପ୍ରତିଷ୍ଠା କରିପାରିଥିଲେ ।


ପରମେଶ୍ୱରଙ୍କ ପ୍ରତିଜ୍ଞା

 ପରମେଶ୍ୱରଙ୍କ ପ୍ରତିଜ୍ଞା

ଆଜିର ଚିନ୍ତା

ଯିରିମିୟ ୩୧:୧-୨୨

ଆଜି ସଦାପ୍ରଭୁ ମୋର ବ୍ୟକ୍ତିଗତ ଜୀବନର ପ୍ରଭୁ ହୋଇପାରିଛନ୍ତି କି ?


ଅନ୍ତିମ କାଳରେ (୩୦:୨୪;୩୧:୧) ସମୁଦାୟ ଇସ୍ରାଏଲ ଈଶ୍ୱରଙ୍କ ଲୋକ ହେବେ ଓ ଈଶ୍ଵର ସେମାନଙ୍କ ଈଶ୍ଵର ହେବେ, ଏହା ଏହି ଅଧ୍ୟାୟରେ କୁହାଯାଏ । ଯେଉଁମାନେ ଯାକୁବର ସଙ୍କଟ କାଳରୁ (୩୦:୭) ଉଦ୍ଧାର ପାଇବେ, ସେମାନେ ଈଶ୍ୱରଙ୍କ ଅନୁଗ୍ରହ ଓ ବିଶ୍ରାମ, ସେମାନଙ୍କ ମଶୀହ ଯୀଶୁଖ୍ରୀଷ୍ଟଙ୍କଠାରେ ପାଇବେ (୨ପଦ) ।


ଈଶ୍ୱରଙ୍କ ବିଶ୍ଵସ୍ତତା (୩-୬ ପଦ) : 

ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ବିଶ୍ଵସ୍ତତା ତାଙ୍କର ଅନନ୍ତକାଳୀନ ପ୍ରେମ ଉପରେ ପର୍ଯ୍ୟବେସିତ (୩ପଦ) ଏହି ପଦ ଇସ୍ରାଏଲ ସମ୍ପର୍କରେ କୁହାଯାଇଥିଲେ ସୁଦ୍ଧା ପ୍ରତ୍ୟକ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରଯୁଜ୍ୟ (ଯୋହନ ୩:୧୬; ରୋମୀ ୫:୮)  । ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁ ଯାକୁବ ସଙ୍କଟ କାଳରେ ଅର୍ଥାତ ୭ବର୍ଷର କ୍ଳେଶ ଓ ମହାକ୍ଳେଶର ସମୟରେ ଇସ୍ରାଏଲ ମନପରିବର୍ତ୍ତିତ କରି ମସୀହଙ୍କୁ ଗ୍ରହଣ କରିବେ ଓ ଈଶ୍ୱରଙ୍କ ନିକଟକୁ ଫେରି ଆସିବେ । 


ଆନନ୍ଦପୂର୍ଣ୍ଣ ପୁନଃସ୍ଥାପନ (୭-୧୪ପଦ) : 

ମେ ୧୪, ୧୯୪୮ ରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ହୋଇଥିଲା, ଯେତେବେଳେ ଇସ୍ରାଏଲ ଏକ ଯିହୁଦୀ ଦେଶ ରୂପେ ଆତ୍ମ ପ୍ରକାଶ କଲା । ଏହିଦିନ ଯିଶାଇୟ ୬୬:୮ ସଫଳ ହେଲା ବୋଲି କୁହାଯାଏ । ଅବଶ୍ୟ ଅବିଶ୍ଵାସ ମଧ୍ୟରେ ଇସ୍ରାଏଲର ଏକତ୍ରୀକରଣ ଘଟିଛି, କିନ୍ତୁ ଯେତବେଳେ ସେମାନେ ଯିହୋବାଙ୍କଠାରେ ଓ ସେମାନଙ୍କ ମଶୀହଙ୍କଠାରେ ବିଶ୍ଵାସ କରିବେ, ଏଠାରେ ବର୍ଣ୍ଣିତ ଭାବବାଣୀ ସମୂହ ସଫଳ ହେବ । 


ରାହେଲଙ୍କ କ୍ରନ୍ଦନ (୧୫-୨୨ପଦ) :

ଯୀଶୁଙ୍କ ଜନ୍ମ ପରେ ହେରୋଦ ରାଜା ୨ ବର୍ଷ ଓ ତା' ଠାରୁ କମ୍ ବୟସର ବାଳକମାନଙ୍କୁ ହତ୍ୟା କରିବା ପ୍ରସଙ୍କରେ ମାଥିଉ ଲେଖନ୍ତି (ମାଥିଉ ୨:୧୭) । ରାହେଲ ଯୋଷେଫ ଓ ବିନ୍ୟାମୀନଙ୍କ ମାତା ଥିଲେ ଓ ରାମାରେ କବର ପାଇଥିଲେ । ଯିରିମିୟ ଏଠାରେ କବ୍ୟିକ ଓ କାଳ୍ପନିକ ରାହେଲଙ୍କ ବିଷୟରେ କହନ୍ତି, ଯେ କି ସମାଧିରୁ ଉଠି ନିର୍ବାସନରେ ଥିବା ଯିହୁଦାର ଲୋକଙ୍କ ନିମନ୍ତେ କାନ୍ଦୁଛନ୍ତି ଓ ସାନ୍ତ୍ଵନାବାଣୀ ଶୁଣିବାକୁ ଅନିଚ୍ଛୁକ ଅଟନ୍ତି । ମାଥିଉ ଶିଶୁ ପୁତ୍ରମାନଙ୍କୁ ହରାଇଥିବା ଯିହୁଦୀ ମାତାମାନଙ୍କ କ୍ରନ୍ଦନକୁ ରାହେଲଙ୍କ କ୍ରନ୍ଦନ ସହିତ ତୁଳନା କରନ୍ତି ।