BN

ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ମନୁଷ୍ୟ ପରୀକ୍ଷା ସମୟରେ ସ୍ଥିର ଥାଏ (ଯାକୁବ ୧:୧୨-୧୬)

 ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ମନୁଷ୍ୟ ପରୀକ୍ଷା ସମୟରେ ସ୍ଥିର ଥାଏ

-ଯାକୁବ ୧:୧୨-୧୬

ପରିଚୟ: 

  • ଏହି ପତ୍ର ସେହି ଦ୍ଵାଦଶ ଗୋଷ୍ଠୀକୁ ଲେଖାଯାଇଛି ଯିଏ ଛିନ୍ନ ଭିନ୍ନ ହୋଇଥିଲେ ।

  • ଏହି ଲୋକମାନେ ଆପଣା ବିଶ୍ବାସ ସକାଶେ ନାନା ପରୀକ୍ଷାର ସମ୍ମୁଖୀନ ହେଉଥିଲେ।  

  • ନାନା ପରୀକ୍ଷା ଯୋଗୁଁ ସେମାନେ ଅସ୍ଥିର ହେଉଥିଲେ। 

  • ସେମାନେ ପରିପକ୍ୱତା ସହିତ ନାନା ପରୀକ୍ଷାକୁ ସମ୍ମୁଖୀନ କରୁନଥିଲେ।  

  • ଯାକୁବ ସେମାନଙ୍କୁ ସ୍ଥିର ରହିବା ପାଇଁ ଉତ୍ସାହ କରୁଅଛନ୍ତି। 

୨-୮ ପଦରେ ଯାକୁବ ବିଭିନ୍ନ ପରୀକ୍ଷା ପ୍ରତି ଜଣେ ବିଶ୍ବାସୀର ସ୍ଵଭାବ ବିଷୟରେ ସ୍ମରଣ କରାଉଛନ୍ତି। 

  • ପରୀକ୍ଷାକୁ ବିଶେଷ ଆନନ୍ଦ ବିଷୟ ବୋଲି ମନେ କର

  • ପରୀକ୍ଷା ଦ୍ଵାରା ଆମର ବିଶ୍ୱାସ ପରୀକ୍ଷିତ ହୁଏ। 

  • ଆମ ଜୀବନରେ ପରୀକ୍ଷା ଦ୍ଵାରା ଧୈର୍ଯ୍ୟର କାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ। 

  • ପରୀକ୍ଷାକୁ ସମ୍ମୁଖୀନ କରିବା ପାଇଁ ଆମ୍ଭମାନଙ୍କୁ ପରମେଶ୍ଵରଠାରୁ ଜ୍ଞାନ ମାଗିବା ଆବଶ୍ୟକ।  


ଏହି ସବୁ ବିଷୟକୁ ସ୍ମରଣ କରାଇବା ପରେ, ଯାକୁବ ଏହା ବୁଝାଇବା ପାଇଁ ଚାହୁଁଛନ୍ତି ଯେ କାହିଁକି ଆମେ ପରୀକ୍ଷା ସମୟରେ ସ୍ଥିର ରହିବା ଆବଶ୍ୟକ।  ସର୍ବ ପ୍ରଥମେ ଯାକୁବ କହୁଛନ୍ତି ଜଣେ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ମନୁଷ୍ୟର ଚିହ୍ନ ଓ ପରିଚୟ ହେଉଛି, ସେ ପରୀକ୍ଷା ସମୟରେ ସ୍ଥିର ରହେ।  ଜଣେ ମନୁଷ୍ୟକୁ ସେ ଭୌତିକ ଆଶୀର୍ବାଦରେ ପରିପୂର୍ଣ୍ଣ କିମ୍ବା ତାହାର ଜୀବନରେ କିଛି ଚିହ୍ନ - ଚମତ୍କାର - ସୁସ୍ଥତା ଇତ୍ଯାଦି ହୋଇଅଛି ବୋଲି ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ନାହିଁ । ତାହାର ଜୀବନରେ କିଛି ବଡ଼ ଅଦ୍ଭୁତ କାର୍ଯ୍ୟ ହୋଇଅଛି ବୋଲି ମଧ୍ୟ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ନାହିଁ।  ସେ ନିଜର ବୁଦ୍ଧି, ଧନ, ଜ୍ଞାନ ଇତ୍ଯାଦି ସକାଶେ ମଧ୍ୟ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) ନୁହେଁ । ଏହି ସବୁର ବିପରୀତ, ତାଙ୍କୁ ଏଥିପାଇଁ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହଯାଏ ଯେହେତୁ ସେ ନାନା ପ୍ରକାର ପରୀକ୍ଷା ସମୟରେ ସ୍ଥିର ବା ଦୃଢ ରହିଅଛି।  


ପ୍ରକୃତରେ, ପରମେଶ୍ଵରଙ୍କ ଆଉ ମନୁଷ୍ୟମାନଙ୍କ ମୂଲ୍ୟାଙ୍କନର ମାନଦଣ୍ଡ ସଂପୂର୍ଣ୍ଣ ବିପରୀତ ଅଟେ।  ଆମ୍ଭମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ପରମେଶ୍ଵରଙ୍କ ମାନଦଣ୍ଡ ଅନୁସାରେ ଚିନ୍ତା କରୁଛୁ ନା ଶିଖିବା ପାଇଁ ଇଚ୍ଛା କରୁଛୁ ଓ ଅନ୍ୟକୁ ଶିକ୍ଷା ଦେଉଛୁ।  ଆମ୍ଭମାନଙ୍କ ଚିନ୍ତାଧାରା ବିକୃତ, ଭ୍ରଷ୍ଟ, ପାପମୟ ଓ ପରମେଶ୍ୱର ବିରୋଧୀ ଅଟେ । ପରମେଶ୍ୱର ଆମକୁ ସାହାର୍ଯ୍ୟ ଓ ଅନୁଗ୍ରହ କରନ୍ତୁ ଯେ ଆମେ ଧନ୍ୟ (ଆଶୀର୍ବାଦ ପ୍ରାପ୍ତ) କୁହାଯିବାର ପ୍ରକୃତ ଅର୍ଥକୁ ବୁଝିପାରିବା। 


ତେବେ ପରୀକ୍ଷା ସମୟରେ କାହିଁକି ସ୍ଥିର / ଦୃଢ ରହିବା ଆବଶ୍ୟକ??


ବିଶ୍ବାସୀ ପରୀକ୍ଷା ସମୟରେ ସ୍ଥିର / ଦୃଢ ରହେ ଯେହେତୁ ତାହା ପରମେଶ୍ୱରଙ୍କ ପ୍ରତି ତାହାର ପ୍ରେମର ପ୍ରମାଣ ଅଟେ।  (୧୨)


ପରୀକ୍ଷା ସମୟରେ ଆମର ସ୍ଥିରତା ସକାଶେ ଆମେ ସିଦ୍ଧ ହୋଇପାରୁ। ଏହି ମାନଦଣ୍ଡ ପରମେଶ୍ବର ସ୍ଥିର କରିଛିନ୍ତି । ଆମେ ଏହା ବିଷୟରେ କଣ ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସିଦ୍ଧ ହେବା ମାନଦଣ୍ଡ ସର୍ଵଜ୍ଞା ପରମେଶ୍ଵର ସ୍ଥିର କରିଛିନ୍ତି।  ଆମ ନିକଟରେ କୌଣସି ଅନ୍ୟ ବିକଳ୍ପ, ଉପାୟ ଓ ରାସ୍ତା କିଛି ନାହିଁ।  

ପରୀକ୍ଷା ସମୟରେ ସ୍ଥିରତା ହେତୁ ଆମେ ମୁକୁଟ ପ୍ରାପ୍ତ ହେଉ।  ଏଠାରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହଁ ଯେ ମୁକୁଟ କେତେ ଓଜନ ହେବ, କେମିତି ଦେଖାଯିବ, କେଉଁ ରଙ୍ଗର ହୋଇଥିବ ଇତ୍ୟାତି । ମୁଖ୍ୟ ବିଷୟ ହେଉଛି ଯେ ଏହା ପରୀକ୍ଷା ସମୟରେ ସ୍ଥିର ରହିବାର ପ୍ରତିଫଳ । ଏହା ଏକ ନିଶ୍ଚିତ ପ୍ରତିଫଳ ଯେହେତୁ ଏହା ପ୍ରଭୁଙ୍କ ପ୍ରତିଜ୍ଞା ଅଟେ।  ଏହା ସର୍ବଶକ୍ତିମାନ - ଅପରିବର୍ତ୍ତନୀୟ - ଅନନ୍ତକାଳୀନ - ଜୀବିତ - ପବିତ୍ର ପରମେଶ୍ଵରଙ୍କ ପ୍ରତିଜ୍ଞା। ମୁକୁଟର ସୌନ୍ଦର୍ଯ୍ୟ ଆମର ଉତ୍ସାହର ବିଷୟ ନୁହେଁ କିନ୍ତୁ ଏହି ପ୍ରତିଜ୍ଞାର ଦୃଢତା ଓ ନିଶ୍ଚିତତା ଆମର ଉତ୍ସାହର ବିଷୟ ଅଟେ। 


ପରୀକ୍ଷା ସମୟରେ ସ୍ଥିରତା ପରମେଶ୍ୱରଙ୍କ ପ୍ରତି ଆମର ପ୍ରେମର ପ୍ରମାଣ ଅଟେ।  ପରୀକ୍ଷା ସମୟରେ ସ୍ଥିର ରହିବା, ତାହା ଦ୍ଵାରା ସିଦ୍ଧ ହେବା, ସିଦ୍ଧ ହେବା ସକାଶେ ମୁକୁଟ ପ୍ରାପ୍ତିର ପ୍ରତିଜ୍ଞା ପାଇବା ଏକ ମନୁଷ୍ୟର ପରମେଶ୍ଵର ପ୍ରତି ଥିବା ପ୍ରେମକୁ ଦର୍ଶାଏ। ପରମେଶ୍ଵରଙ୍କୁ ଏହି ପ୍ରକାରେ ପ୍ରେମ କରିବା ଲୋକକୁ ଏହି ପ୍ରତିଜ୍ଞା ଦିଆଯାଇଛି ଯେ ସେ ମୁକୁଟ ପ୍ରାପ୍ତ ହେବ।  ପରମେଶ୍ଵରଙ୍କୁ ପ୍ରେମ କରିବା ଲୋକ - ଏହାର ପରିଭାଷା ଦେବାର କେବଳ ପରମେଶ୍ଵରଙ୍କ ଅଧିକାର ଅଛି।  ଏହାର ପରିଭାଷା ଆମେ ନିଜର ମନ, ଇଚ୍ଛା, ଓ ବୁଦ୍ଧି ଦ୍ଵାରା ବନେଇ ପାରିବା ନାହିଁ।  ପରମେଶ୍ଵର ତାଙ୍କୁ ପ୍ରେମ କରିବା ଲୋକଙ୍କ ପାଇଁ ଯେଉଁ ପରିଭାଷା ସ୍ଥିର କରିଛିନ୍ତି, ତାହା ହେଉଛି ଯେ ମନୁଷ୍ୟ ପରୀକ୍ଷା ସମୟରେ ସ୍ଥିର ରହିବ; ସେ ନିଜର ସିଦ୍ଧତାର ପ୍ରମାଣ ପରୀକ୍ଷା ସମୟରେ ସ୍ଥିର ରହିବା ଦ୍ଵାରା ପ୍ରକାଶ କରିବ । 


ବିଶ୍ବାସୀ ପରୀକ୍ଷା ସମୟରେ ସ୍ଥିର ରହିବ ଯେହେତୁ ଅସ୍ଥିରତା ପାପ ଓ ମୃତ୍ୟୁ ଆଡକୁ ଘେନି ଯାଏ।  (୧୩-୧୬)


ପରୀକ୍ଷାର ଉଦ୍ଦେଶ୍ଯକୁ ଅସ୍ୱୀକାର କରିବା ଶୟତାନକୁ ଗୋଟିଏ ସୁଯୋଗ ଦିଏ ଯେ ସେ ଯେପରି ଆମକୁ ମନ୍ଦ ଅଭିଳାଷରେ ପ୍ରଲୋଭନ କରିବା ପାରିବ।  ପରୀକ୍ଷା ସମୟରେ ଅବ୍ରାହମ ମିସର ଦେଶକୁ ପଳାୟନ କଲେ (ଆଦି ପୁସ୍ତକ ୧୨:୧୦), ଇସ୍ରାଏଲିୟ ଲୋକମାନେ ପରୀକ୍ଷା ସମୟରେ ଅଭିଯୋଗ କଲେ (ଯାତ୍ରାପୁସ୍ତକ ୧୫:୨୩-୨୪) । ଜୀବନରେ ପରୀକ୍ଷା ଆସିବା ମନ୍ଦ ବିଷୟ ନୁହେଁ କିନ୍ତୁ ପରୀକ୍ଷାରୁ ବଞ୍ଚିତ ହେବା ପାଇଁ କିମ୍ବା ତାହାକୁ ସାମନା କରିବା ପାଇଁ ଭୁଲ ରାସ୍ତା ବା ଉପାୟକୁ ପ୍ରୟୋଗ କରିବା ମନ୍ଦ ଓ ପାପ ଅଟେ। ପରମେଶ୍ୱରଙ୍କ ନିକଟରେ ବିଶ୍ୱାସ ନ କରିବା ମୂର୍ଖତା ବିଷୟ ଅଟେ।  ଶୟତାନ ଆମର ମୂର୍ଖତାର ଲାଭ ଉଠାଇ ଆମକୁ ମନ୍ଦ ଉପାୟକୁ ପ୍ରୟୋଗ କରିବା ପାଇଁ ପ୍ରଲୋଭନ କରେ। ଏହା ସେହି ବିଷୟ ଅଟେ ଯାହା ଯାକୁବ ଚେତାବନୀ ଦେଉଅଛନ୍ତି । ଏହି ମନ୍ଦ ଅଭିଳାଷର ବିଷୟ ବସ୍ତୁ ଭିନ୍ନ ଭିନ୍ନ ହୋଇ ପାରେ କିନ୍ତୁ ତାହାର ଉଦ୍ଦେଶ୍ଯ ହେଉଛି ଆମକୁ ପରୀକ୍ଷା ସମୟରେ ଅସ୍ଥିର କରିଦେବା।  ଯୀଶୁଙ୍କ ଜୀବନରେ ଆମେ ଦେଖୁ ଯେ କିପରି ଶୟତାନ ଯୀଶୁଙ୍କୁ ମନ୍ଦ କଥାରେ/ଉପାୟରେ ପ୍ରଲୋଭିତ କରୁଥିଲା ଯେତେବେଳେ ଯୀଶୁ ୪୦ ଦିନ ଓ ୪୦ ରାତ୍ରି ଉପବାସ କରିବା ପରେ କ୍ଷୁଧିତ ହୋଇଥିଲେ (ଲୁକ ୪:୧-୧୨)। ପରୀକ୍ଷାରେ ମନ୍ଦ ଅଭିଳାଷ ପ୍ରତି ପ୍ରଲୋଭିତ ହେବା ଆମକୁ ପ୍ରବଞ୍ଚନା କରେ ଓ ପାପରେ ପକାଇଦିଏ।  ପ୍ରଲୋଭନ ଏକ ଜାଲ ପରି ଯାହା ଆମେ ଦେଖିପାରୁ ନାହୁଁ |  ତାହା ଆରମ୍ଭରେ ଉପକାରୀ, ଭଲ ଏବଂ ଠିକ୍ ଦେଖାଯାଏ କିନ୍ତୁ ଶେଷରେ ତାହା ମନ୍ଦତା ଆଣି ଆମକୁ ମୃତ୍ୟୁ ଆଡକୁ ନେଇଯାଏ | ସତ୍ୟ ଏହା ଯେ ପରୀକ୍ଷା ଆମର ବିଶ୍ବାସକୁ ପରିପକ୍ୱ କରିବା ପାଇଁ ଓ ଆମର ଉତ୍ତମତା ନିମନ୍ତେ ଅଟେ । ଆଉ ଏହି ସତ୍ୟରୁ ସେହି ପ୍ରଲୋଭନ ଆମକୁ ବଞ୍ଚିତ କରିବା ପାଇଁ ଚେଷ୍ଟା କରେ । ପରମେଶ୍ଵରଙ୍କ ପ୍ରତିଜ୍ଞାର ପ୍ରତିଫଳ ଭାବେ ଆମେ ମୁକୁଟ ପ୍ରାପ୍ତ ହେବା ସତ୍ୟତା ଠାରୁ ପ୍ରଲୋଭନ ଆମକୁ ବଞ୍ଚିତ କରିବା ପାଇଁ ଚେଷ୍ଟା କରେ ।


ଉପସଂହାର:


  • ଆମେ ପରୀକ୍ଷାରୁ ପଳାଇବାକୁ କିମ୍ବା ଏଡାଇବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ |

  • ଆମକୁ ମନେ ରଖିବାକୁ ହେବ ଯେ ପରୀକ୍ଷାର ଉଦ୍ଦେଶ୍ୟ ଆମର ମଙ୍ଗଳ ନିମନ୍ତେ। 

  • ପରୀକ୍ଷାରେ ଦୃଢ଼ ଭାବରେ ଠିଆ ହେବା ହେଉଛି ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିଙ୍କ ଚିହ୍ନ |


Source: Glory Apologetics Blog

Article by Ps Manish Mitra

Hindi: https://gloryapologetics.blogspot.com/2022/11/RighteousManEnglish.html?m=1


ପ୍ରେମ ହିଁ ସାର

 ପ୍ରେମ ହିଁ ସାର

ଆଜିର ଚିନ୍ତା

ରୋମୀୟ ୧୨:୯-୨୧


ଅନ୍ୟମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଲେ, ଈଶ୍ଵର ଗୌରବ ପାଆନ୍ତି ।


ଆତ୍ମିକ ଦାନଗୁଡ଼ିକ ବ୍ୟବହାର କରୁଥିବା ବିଶ୍ବାସୀମାନଙ୍କର ମନୋଭାବ ତଥା ଆଚରଣ କିପରି ହେବା ଉଚିତ୍, ଆଜିର ପାଠ୍ୟାଂଶରେ ପାଉଲ ତାହା ବୁଝାଇଛନ୍ତି । ନିଜ ଶକ୍ତିରେ ଆମ୍ଭେମାନେ ଏହି ଆଚରଣ ପ୍ରଦର୍ଶନ କରିବାକୁ ଚେଷ୍ଟା କଲେ ବିଫଳ ହେବା, ମାତ୍ର ପବିତ୍ର ଆତ୍ମଙ୍କ ସାହାଯ୍ୟରେ ଆମ୍ଭେମାନେ ଏହା କରିପାରିବା । 


ସହ ବିଶ୍ବାସୀଙ୍କୁ ପ୍ରେମ (୯-୧୩) :

ଅନେକ ସମୟରେ ଆମ୍ଭମାନଙ୍କ ପ୍ରେମ କେବଳ ଛଳନାପୂର୍ଣ୍ଣ ହୋଇଥାଏ । ଏଥିରେ ଆନ୍ତରିକତା ଆଦୌ ନ ଥାଏ । ଈଶ୍ୱର ଚାହାନ୍ତି ଆମେ ହୃଦୟ ସହ ପ୍ରେମ କରୁ, ଯେପରି ସେମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ତମ ହୋଇପାରିବେ । ଆମର ସମୟର ଅଭାବ ଥିବାବେଳେ ସମୟ ଦେବା, ଅନ୍ୟମାନଙ୍କର ଅଭାବମୋଚନ କରିବା ଓ ନିଜର ସନ୍ତାନମାନଙ୍କ ପରି ବ୍ୟକ୍ତିଗତଭାବେ ବୋଝଗ୍ରସ୍ତ ହେବା, ଏହା ସରଳ ତଥା ନିଷ୍କପଟ ପ୍ରେମର ପରିଭାଷା ଅଟେ । ମଣ୍ଡଳୀରେ ଆଜି ଅନେକ ଆମର ପ୍ରେମପୂର୍ଣ୍ଣ କାର୍ଯ୍ୟକୁ ଅପେକ୍ଷା କରିଛନ୍ତି ……

ମୁଁ କଣ ସଚେତନ ଅଛି ?


ଶତ୍ରୁମାନଙ୍କୁ ପ୍ରେମ (୧୪,୧୭-୨୦) :

ଆମ ଦେଶରେ କିଛି ସ୍ଥାନରେ ଖ୍ରୀଷ୍ଟ ବିଶ୍ବାସୀମାନେ ଭୀଷଣ ତାଡ଼ନାର ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ଆମ୍ଭେମାନେ ପ୍ରାର୍ଥନା ସହ ଧୈଯ୍ୟ ଓ ସାହସ ଧରିବା (ଯୋହନ ୧୬:୩୧), ପ୍ରତିହିଂସା ଦେଖାଇବା ନାହିଁ (୧ପିତର ୨:୨୧-୨୩) ମାତ୍ର ସେମାନଙ୍କର ଆତ୍ମାର ପରିତ୍ରାଣ ପାଇଁ ସେମାନଙ୍କୁ କ୍ଷମା ଦେଇ ପ୍ରାର୍ଥନା କରିବା । ମନେରଖିବା, ପ୍ରତିଶୋଧ ଆମକୁ ବନ୍ଦୀ କରିପକାଏ, ମାତ୍ର କ୍ଷମା ଆମକୁ ମୁକ୍ତ କରେ (ମାଥିଉ ୬:୧୪) ।


ବୈପ୍ଳବିକ ଆଚରଣ (୧୪,୧୫-୧୬,୨୦-୨୨) :

ପାର୍ବତ୍ୟ ଉପଦେଶରେ (ମାଥିଉ ୫-୭) ବର୍ଣ୍ଣିତ ଆଚରଣଗୁଡ଼ିକ, ଖ୍ରୀଷ୍ଟ ବିଶ୍ବାସୀର ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା । ଏଠାରେ ସେହି ଆଚରଣ ବିଷୟ କୁହାଯାଇଛି । ଆସନ୍ତୁ, ତାଡ଼ନାକାରୀକୁ ଆଶିର୍ବାଦ, ଅନ୍ୟର ଆନନ୍ଦରେ ଆନନ୍ଦ ଓ ରୋଦନରେ ରୋଦନ, ପାପୀ ଓ ଦୀନହୀନମାନଙ୍କୁ ଘୃଣା ନ କରି ସଙ୍ଗୀ ହେବା, ଶତ୍ରୁକୁ ଭୋଜନ ଓ ପାନ କରାଇବା ଆଦି ସୁକ୍ରିୟା ଦ୍ଵାରା ସମସ୍ତ ମନ୍ଦତା ଉପରେ ଜୟଲାଭ କରିବା । 

ବ୍ୟବହାରିକ କର୍ତ୍ତବ୍ୟ

 ବ୍ୟବହାରିକ କର୍ତ୍ତବ୍ୟ

ଆଜିର ଚିନ୍ତା

ରୋମୀୟ ୧୨:୧-୮


ମୋତେ ପ୍ରଦତ୍ତ ଈଶ୍ୱରଙ୍କ ଦାନକୁ ମୁଁ କ'ଣ ଚିହ୍ନି ପାରିଛି ?


ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ଵାସଦ୍ଵାରା ପାପକ୍ଷମା ଓ ପରିତ୍ରାଣ ଏବଂ ଈଶ୍ୱରଙ୍କ ଯୋଜନାର ନିର୍ଦ୍ଧିଷ୍ଟତା ଆଦିରେ ନିହିତ ଧର୍ମତତ୍ତ୍ୱ ବିଷୟରେ ରୋମୀୟ ୧-୧୧ ପର୍ବରେ ବୁଝାଇଲା ପରେ, ପାଉଲ ଜଣେ ଖ୍ରୀଷ୍ଟ ବିଶ୍ବାସୀର ବ୍ୟବହାରରିକ କର୍ତ୍ତବ୍ୟ ସମ୍ବନ୍ଧରେ କହୁଅଛନ୍ତି । 


ଈଶ୍ୱରଙ୍କ ସହିତ (୧-୨) : 

ଖ୍ରୀଷ୍ଟ ବିଶ୍ବାସୀର ସର୍ବପ୍ରଥମ ସମ୍ପର୍କ ଈଶ୍ୱରଙ୍କ ସହ ହେବା ଆବଶ୍ୟକ ଅଟେ । ଈଶ୍ୱରଙ୍କ ମହାଦୟା ହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମ୍ଭମାନଙ୍କର ଶରୀର - ମନ - ଆତ୍ମାକୁ ସମ୍ପୂର୍ଣ୍ଣଭାବେ ଅର୍ପଣ କରିବା ଯୁକ୍ତିଯୁକ୍ତ ଅଟେ । ଯେତେବେଳେ ଆମେ ସମ୍ପୂର୍ଣ୍ଣ ଶରୀରକୁ (ଆମର କାର୍ଯ୍ୟସବୁକୁ ନୁହେଁ) ସଜୀବ ବଳି ରୂପେ ଉତ୍ସର୍ଗ କରୁ, ସେତେବେଳେ ଆମ୍ଭମାନଙ୍କର ଦୁର୍ବଳତା, ଯାବତୀୟ ପାପ ଆଦିକୁ ପୋଡ଼ି ପକାଇ, ଈଶ୍ଵର ଆମକୁ ପବିତ୍ର କରନ୍ତି । ଏହି ଉତ୍ସର୍ଗକୁ କାର୍ଯ୍ୟକାରୀ କରିବାକୁ ହେଲେ ମନର ପରିବର୍ତ୍ତନ ନିହାତି ଆବଶ୍ୟକ । ଆମେ ଯେତେବେଳେ ଈଶ୍ୱରଙ୍କ ଇଚ୍ଛାକୁ ଆମ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରାଣପଣ କରୁ, ସେତେବେଳେ ଈଶ୍ଵର ସ୍ୱୟଂ ଆପଣା ପବିତ୍ର ଆତ୍ମାଙ୍କ ଦ୍ଵାରା ତାହା ସାଧନ କରନ୍ତି (ଫିଲି ୨:୧୩) ।


ମଣ୍ଡଳୀ ସହିତ( ୩-୫) :

ମଣ୍ଡଳୀ ଖ୍ରୀଷ୍ଟଙ୍କର ଶରୀର ଓ ଆମ୍ଭେମାନେ ଏହାର ଅଙ୍ଗପ୍ରତ୍ୟଙ୍ଗ ଅଟୁ । ଆଜିକାଲି, ଆମେ ଓ ଆମର କର୍ଯ୍ୟାବଳୀସମୂହ ଦୃଶ୍ୟମାନ ହେଉ ବୋଲି ସମସ୍ତେ ଚାହାଁନ୍ତି । ଏହା ସମସ୍ତ ଅନର୍ଥର ମୂଳ କାରଣ । କାରଣ ଏହାଦ୍ବାରା ବିବାଦ ଓ କଳହ ଉପୁଜେ ଏବଂ ମଣ୍ଡଳୀରେ ଏକତା ଓ ପ୍ରେମର ଅଭାବ ଘଟି ମଣ୍ଡଳୀ ସ୍ଥାଣୁ ହୋଇପଡେ । ଆଜି କ'ଣ ମୁଁ ମଣ୍ଡଳୀର ନିଷ୍ଠା ଓ ବୃଦ୍ଧି ପାଇଁ କାର୍ଯ୍ୟରତ ?


ପରସ୍ପର ସହିତ (୬-୮) :

ଯାହାକୁ ଯେଉଁ ଦାନ ଦତ୍ତ ହୋଇଛି ତାହା ଭାବବାଣୀ କହିବା ହେଉ ବା ଦୟା କରିବା ହେଉ - କୌଣସି ଗୋଟିଏ ଦାନ ଉତ୍କୃଷ୍ଟ ବା ନିକୃଷ୍ଟ ନୁହେଁ । ଆସନ୍ତୁ, ନିଜ ନିଜର ଦାନକୁ ଚିହ୍ନିବା ଓ ନମ୍ରତା ସହକାରେ, ଈଶ୍ୱରଙ୍କ ପରିବାର ଓ ରାଜ୍ୟର ନିଷ୍ଠା ପୁଣି ବୃଦ୍ଧି ନିମନ୍ତେ ପ୍ରାଣପଣ କରିବା ।

ପଣ୍ଡିତା ରମାବାଇ

 ପଣ୍ଡିତା ରମାବାଇ

(୨୩ ଏପ୍ରିଲ ୧୮୫୮- ୫ ଏପ୍ରିଲ ୧୯୨୨)


ସ୍ଲୋଗାନ

ଯଦି ଆପଣ ଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ଈଶ୍ବରଠାରେ ସମର୍ପିତ ତେବେ 

  • ଭୟ କରିବା ବିଷୟ କିଛି ନାହିଁ 

  • ହରାଇବା ବିଷୟ କିଛି ନାହିଁ 

  • କୌଣସି ପଶ୍ଚାତାପ କରିବା ବିଷୟ କିଛି ନାହିଁ 


ଆଦରଣୀୟ ମହିଳା 

  1. ପଣ୍ଡିତା ଓ ସରସ୍ଵତୀ ଉପାଧି ପାଇଥିବା ପ୍ରଥମା ମହିଳା 

  2. କେସର ଏ ହିନ୍ଦ (Kesar E Hind) ପୁରସ୍କାର ପାଇବା ଭାରତର ପ୍ରଥମ ମହିଳା 

  3. ମରାଠି ଭାଷାରେ ବାଇବେଲ ଅନୁବାଦ କରିଥିବା ପୃଥିବୀର ପ୍ରଥମ ମହିଳା 

  4. ଭାରତରେ ମହିଳାମାନଙ୍କ ଡାକ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରିଥିବା ପ୍ରଥମ ମହିଳା 

  5. ପ୍ରଥମ ମହିଳା ଯିଏ ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ।  

  6. କୁଟୀର ଉଦ୍ୟୋଗକୁ (Cottage Industry) ସଙ୍ଗଠିତ କରିଥିବା ପ୍ରଥମ ମହିଳା, ବିଶେଷରେ ଖଦି ବନାଇବା ଓ ପିନ୍ଧିବା 

  7. ଦୁର୍ଭିକ୍ଷ ସମୟରେ ଅନାଥ ଏବଂ ବିଧବାମାନଙ୍କୁ ବିସ୍ତୃତି ସହାୟତା କାର୍ଯ୍ୟ ଆୟୋଜିତ କରିଥିବା ପ୍ରଥମ ମହିଳା 

  8. ମରାଠି ବ୍ରେଲୀ/ଟାଇପିଷ୍ଟ କୁ ଆବିଷ୍କାର କରିଥିବା ପ୍ରଥମ ମହିଳା 

  9. ବାଳାଶ୍ରମ (Kindergarten) ଶିକ୍ଷା ପ୍ରଣାଳୀକୁ ସଙ୍ଗଠିତ କରିଥିବା ପ୍ରଥମ ମହିଳା 

  10. ପ୍ରାଧିକରଣ (ହଣ୍ଟର ଆୟୋଗ) ବିରୁଦ୍ଧରେ ମହିଳାମାନଙ୍କ ଅଧିକାର ନିମନ୍ତେ ସ୍ଵର ଉତ୍ତୋଳନ କରିଥିବା ପ୍ରଥମ ମହିଳା 

ହିତୋପଦେଶ ୩୧ ରେ ବର୍ଣ୍ଣିତ ଜଣେ ସ୍ତ୍ରୀ ର ୧୦ ଗୋଟି ଗୁଣ

ସେ ବିଶ୍ୱସ୍ତ ଅଟନ୍ତି ଏବଂ ଯୀଶୁଙ୍କୁ ସମ୍ପୂର୍ଣ୍ଣ ହୃଦୟ ସହିତ ଭଲ ପାଆନ୍ତି ।

# ୧ ଏହା ଜଣେ ସ୍ତ୍ରୀଙ୍କ ବିଶ୍ୱାସ ଏବଂ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ଯାହା ତାହାଙ୍କୁ ଜଣେ ଗୁଣବତୀ ସ୍ତ୍ରୀ କରିଥାଏ । ହିତୋପଦେଶ ୩୧ରେ ବର୍ଣ୍ଣିତ ଜଣେ ସ୍ତ୍ରୀ ହେବା ବିଶ୍ୱାସ ବିନା ଅସମ୍ଭବ ଅଟେ ।  ଆମ୍ଭମାନଙ୍କୁ  କୁହାଯାଇଅଛି ଯେ ସେ ପ୍ରଭୁଙ୍କୁ ଭୟ କରନ୍ତି ଏବଂ ତାହାଙ୍କୁ ପ୍ରଶଂସା କରାଯିବ। (ହିତୋପଦେଶ ୩୧:୨୬; ହିତୋପଦେଶ ୩୧: ୨୯-୩୧; ମାଥିଉ ୨୨: ୩୭; ଯୋହନ ୧୪:୧୫; ଗୀତସଂହିତା ୧୧୯:୧୫)


ସେ ଜଣେ ବିଶ୍ୱସ୍ତ କନ୍ୟା ଅଟନ୍ତି।

# ୨ ଜଣେ ଗୁଣବତୀ ସ୍ତ୍ରୀ ଜଣେ ବିଶ୍ୱସ୍ତ ପତ୍ନୀ ଅଟେ । କିନ୍ତୁ ଏହା ଚିନ୍ତା କରନ୍ତୁ ନାହିଁ ଯେ ଯଦି ଆପଣ ଅବିବାହିତ ତେବେ ଆପଣ ହିତୋପଦେଶ ୩୧ର ସ୍ତ୍ରୀ ହୋଇପାରିବେ ନାହିଁ!  ଆପଣ ସଂପୂର୍ଣ୍ଣ ହୋଇପାରିବେ!  ବାସ୍ତବରେ, ଜଣେ ଖ୍ରୀଷ୍ଟିଆନ ଭାବରେ, ଆପଣ ଖ୍ରୀଷ୍ଟଙ୍କର କନ୍ୟା ଅଟନ୍ତି । ଆପଣଙ୍କୁ ସର୍ବପ୍ରଥମେ ତାହାଙ୍କ ପ୍ରତି ବିଶ୍ୱସ୍ତ ହେବାକୁ ଆହ୍ଵାନ କରାଯାଇଅଛି । (ହିତୋପଦେଶ ୩୧:୧୧-୧୨; ହିତୋପଦେଶ ୩୧:୨୩; ହିତୋପଦେଶ ୩୧:୨୮; ୧ମ ପିତର ୩; ଏଫିସୀୟ ୫; ଆଦିପୁସ୍ତକ ୨:୧୮) ।


 ସେ ଜଣେ ସ୍ନେହଶୀଳ ମାତା ଏବଂ ତାଙ୍କ ସନ୍ତାନମାନେ ତାହାଙ୍କୁ ଧନ୍ୟ ବୋଲି କହନ୍ତି ।

# ୩ ହିତୋପଦେଶ ୩୧ର ସ୍ତ୍ରୀ ଜଣେ ଉତ୍ତମ ମାତା ଅଟନ୍ତି । ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଉଲ୍ଲେଖ କରାଯାଇଥିବା ସ୍ତ୍ରୀ ନିଜ ସନ୍ତାନମାନ ଉଠି ତାହାଙ୍କୁ ଧନ୍ୟ ଧନ୍ୟ କହନ୍ତି ।  ତଥାପି, ଏହାର ଅର୍ଥ ନୁହେଁ ଯେ ଯଦି ଆପଣଙ୍କର ସନ୍ତାନମାନେ ନାହାଁନ୍ତି, ତେବେ ଆପଣ ଜଣେ ଉତ୍ତମ ସ୍ତ୍ରୀ ହୋଇପାରିବେ ନାହିଁ! (ହିତୋପଦେଶ ୩୧:୨୮; ହିତୋପଦେଶ ୩୧:୨୬; ହିତୋପଦେଶ ୨୨:୬; ଦ୍ୱିତୀୟ ବିବରଣ ୬,ଲୂକ ୧୮:୧୬)


ସେ ଆପଣା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ।

# ୪ ଖ୍ରୀଷ୍ଟିଆନ ଭାବରେ ଆମ୍ଭମାନଙ୍କୁ ଆମ୍ଭର ଶରୀରର ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଅଛି |  କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର ୬:୨୦ କୁହେ, "... ଆପଣା ଶରୀରରେ ଈଶ୍ବରଙ୍କୁ ଗୌରବ ଦିଅ |"  ଏହାର ପ୍ରକୃତ ଅର୍ଥ ହେଉଛି ଯେ ଆମ୍ଭେମାନେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ବିଷୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁ | (ହିତୋପଦେଶ ୩୧:୧୪-୧୫; ହିତୋପଦେଶ ୩୧:୧୭; ୧ମ କରିନ୍ଥୀୟ ୬:୧୯; ଆଦିପୁସ୍ତକ ୧:୨୯; ଦାନିୟେଲ ୧; ଲେବୀୟ ପୁସ୍ତକ ୧୧) ।


 ସେ ଅନ୍ୟମାନଙ୍କୁ ପ୍ରେମ ଏବଂ ଦୟା ସହିତ ବ୍ୟବହାର କରନ୍ତି

 # ୫ ଜଣେ ଗୁଣବତୀ ସ୍ତ୍ରୀ ଅନ୍ୟମାନଙ୍କୁ ଆନନ୍ଦର ଆତ୍ମା ​​ସହିତ ସେବା କରନ୍ତି । ସେ ଜଣେ ଇଚ୍ଛୁକ ସାହାଯ୍ୟକାରୀ ଏବଂ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ।  ସେ ନିଜର ପ୍ରାଥମିକତା ବିଷୟକୁ ବଜାୟ ରଖିବା ସହ ତାଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ।  ସେ ପରୋପକାରୀ । (ହିତୋପଦେଶ ୩୧:୧୨; ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦; ୧ମ କରିନ୍ଥୀୟ ୧୩:୧୩) ।


 ଈଶ୍ୱର ତାହାଙ୍କୁ ଦେଇଥିବା ଦାନ ସମୂହକୁ ସେ ବୁଦ୍ଧିର ସହ ପରିଚାଳନା କରନ୍ତି ।

# ୬ ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ନିଜ ଆର୍ଥିକ ବିଷୟ ପ୍ରତି ଯତ୍ନବାନ ଏବଂ ବୁଦ୍ଧିର ସହ ଟଙ୍କା ବ୍ୟୟ କରନ୍ତି ।  ହିତୋପଦେଶ ୩୧ର ରେ ଆମ୍ଭମାନଙ୍କୁ ଏହା ମଧ୍ୟ କୁହାଯାଇଅଛି ଯେ ସେ ଆପଣା ବ୍ୟବସାୟ ସହ ଆୟ ଆଦାନପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରନ୍ତି । ସେ ସ୍ମାର୍ଟ (Smart) ଏବଂ ଆର୍ଥିକ ଦୃଷ୍ଟିରୁ ଜ୍ଞାନୀ ଥିଲେ। (ହିତୋପଦେଶ ୩୧:୧୪; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୧୮; ୧ମ ତୀମଥି ୬:୧୦; ଏଫିସୀୟ :୨୩; ଦ୍ୱିତୀୟ ବିବରଣ ୧୪:୨୨; ଗଣନାପୁସ୍ତକ ୧୮:୨୬) ।


ସେ ପରିଶ୍ରମୀ ଏବଂ ସମସ୍ତ କାର୍ଯ୍ୟରେ ତତ୍ପର ଅଟନ୍ତି ।

# ୭ ଜଣେ ଗୁଣବତୀ ସ୍ତ୍ରୀ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି । ସେ ଅଳସୁଆର ରୋଟୀ ଖାଆନ୍ତି ନାହିଁ - ବରଂ ସେ ପ୍ରତିଦିନ ଆପଣା ଜୀବନରେ ଈଶ୍ବରଙ୍କ ଉଦ୍ଦେଶ୍ୟ ପୂରଣ କରିବା ନିମନ୍ତେ ବ୍ୟସ୍ତ ଅଟନ୍ତି । ସେ ଅଳସୁଆ ନୁହଁନ୍ତି, ସେ ଅସନ୍ତୋଷ ସହିତ କାର୍ଯ୍ୟକୁ ଗ୍ରହଣ କରନ୍ତି ନାହିଁ, ଏବଂ ସେ ଆପଣା ଗୃହର ନୀତିନିୟମଗୁଡ଼ିକର ଧ୍ୟାନ ରଖନ୍ତି। (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୨୪; ହିତୋପଦେଶ ୩୧:୩୧; ଫିଲିପ୍ପୀୟ ୨:୧୪) ।


ସେ ତାହାଙ୍କ ଗୃହର ଜଣେ ଉତ୍ତମ ପ୍ରବନ୍ଧକ ଅଟନ୍ତି। 

# ୮ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ଆପଣା ଗୃହର ନୀତିନିୟମ ଗୁଡିକକୁ ଠିକ ଭାବେ ପରିଚାଳନା କରନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ନିଜେ ସବୁକିଛି କରନ୍ତି!  ସେ ଆପଣା ପରିବାର ଏବଂ ଅତିଥିମାନଙ୍କ ପାଇଁ ଆନନ୍ଦ ଓ ପ୍ରେମର ଆମନ୍ତ୍ରଣକାରୀ ପରିବେଶ ସୃଷ୍ଟି କରନ୍ତି । ସେ ତାହାଙ୍କ ଆଖପାଖର ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦-୨୨; ହିତୋପଦେଶ ୩୧:୨୭; ତୀତସ ୨:୫; ୧ମ ପିତର ୪-୯; ଏବ୍ରୀ ୧୩:୨) ।


ସେ ଉତ୍ତମ କାର୍ଯ୍ୟ / ବିଷୟରେ ସମୟ ବିତାଇଥାନ୍ତି।

# ୯ ଗୁଣବତୀ ସ୍ତ୍ରୀ ଯାହା କରିବା ଆବଶ୍ୟକ ତାହା କରିବା ପାଇଁ ସମୟ ବିତାଇଥାନ୍ତି । ସେ କାର୍ଯ୍ୟରତ ଏବଂ ପରିଶ୍ରମୀ ଅଟନ୍ତି । ସେ ପ୍ରଭୁଙ୍କୁ ସନ୍ତୁଷ୍ଟ ନଥିବା ବିଷୟ ଉପରେ ଧ୍ୟାନ ଦେବା ନିମନ୍ତେ ସମୟ ବିତାନ୍ତି ନାହିଁ । (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୯; ହିତୋପଦେଶ ୩୧:୨୭; ଉପଦେଶକ ୩; ହିତୋପଦେଶ ୧୬:୯; ଫିଲିପ୍ପୀୟ ୪:୮) ।


ସେ ସୃଜନଶୀଳ ଏବଂ ସୌନ୍ଦର୍ଯ୍ୟ ଓ ଧାର୍ମିକତାକୁ ପସନ୍ଦ କରନ୍ତି।

# ୧୦ ଜଣେ ଗୁଣବତୀ ସ୍ତ୍ରୀ  ମୂଲ୍ୟବାନ ଏବଂ ସୁନ୍ଦର ଅଟନ୍ତି  । ତାହାଙ୍କଠାରେ ଏକ ଆନ୍ତରିକ ସୌନ୍ଦର୍ଯ୍ୟ ରହିଅଛି ଯାହା କେବଳ ଖ୍ରୀଷ୍ଟଙ୍କଠାରୁ ଆସିଥାଏ । ସେ ତାହାଙ୍କ ସୃଜନଶୀଳତା ଏବଂ ଭାବନାର ଶୈଳୀକୁ ଆପଣା ଜୀବନରେ ଏବଂ ଆପଣା ପ୍ରିୟଜନଙ୍କ ଜୀବନରେ ସୌନ୍ଦର୍ଯ୍ୟତା ସୃଷ୍ଟି କରିବା ନିମନ୍ତେ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୦; ହିତୋପଦେଶ ୩୧:୨୧-୨୨; ହିତୋପଦେଶ ୩୧:୨୪-୨୫; ଯିଶାଇୟ ୬୧:୧୦; ୧ମ ତୀମଥି ୨:୯; ୧ ମ ପିତର ୩:୧-୬) ।


Source: Glory Apologetics