BN

ନୈତିକ ଦାୟିତ୍ବ

 ନୈତିକ ଦାୟିତ୍ବ

ଆଜିର ଚିନ୍ତା

ଯାତ୍ରା - ୨୨:୧୬-୨୪:୯

ମୋ' ମଣ୍ଡଳୀର ଅଭିବୃଦ୍ଧିରେ ମୋର ଯୋଗଦାନ କିପରି ?


ପରମେଶ୍ୱର ଇସ୍ରାଏଲୀୟମାନଙ୍କର ସାମାଜିକ ଜୀବନରେ ଥିବା କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଏହି ଅଂଶରେ ସ୍ମରଣ କରାଇ ଦେଇଛନ୍ତି । ସମାଜ ମଧ୍ୟରେ ଥିବା ଆମ୍ଭମାନଙ୍କର ଦାୟିତ୍ବକୁ ଆମ୍ଭେମାନେ କିପ୍ରକାର ଭାବରେ ସଂପାଦନ କରି ସାମାଜିକ ଶୃଙ୍ଖଳା ଓ ନିଜର ସହିତ ଅନ୍ୟର ମଙ୍ଗଳ ସାଧନ କରିପାରିବା ତାହା ଈଶ୍ଵର ଶିକ୍ଷା ଦେଇଛନ୍ତି । 


ଈଶ୍ୱରଙ୍କ ବିରୁଦ୍ଧରେ ଅପରାଧ : ଯଦି ଜଣେ ମନୁଷ୍ୟ ଅସଙ୍ଗତ କାର୍ଯ୍ୟ କରେ ବା ସଦାପ୍ରଭୁ ଯାହା ଘୃଣା କରନ୍ତି, ସେ ପ୍ରକାର କାର୍ଯ୍ୟ କରେ କିମ୍ବା ସଦାପ୍ରଭୁଙ୍କୁ ଛାଡ଼ି ଅନ୍ୟ ଦେବତାର ନିକଟରେ ବଳିଦାନ କରେ, ତେବେ ତାହା ସତ୍ୟ, ଜୀବିତ ପରମେଶ୍ୱରଙ୍କ ବିରୁଦ୍ଧରେ ଏକ ଦଣ୍ଡନୀୟ ଅପରାଧ ଅଟେ (ଗାଲାତୀୟ ୧:୬-୯) । ତେଣୁ ସମାଜରେ ଆମ୍ଭେମାନେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ଵ ଦେଇ ନିଜର ଜୀବନକୁ ସୁଧାରି ଉପଯୁକ୍ତ କାର୍ଯ୍ୟ କରିବା ସହ ଈଶ୍ୱରଙ୍କ ଜୀବନରେ ପ୍ରଥମ ଓ ପ୍ରଧାନ ସ୍ଥାନ ଦେବା ଉଚିତ୍ । 


ସହମାନବ ବିରୁଦ୍ଧରେ ଅପରାଧ : ଆମ୍ଭେମାନେ ସମାଜରେ ବାସ କରୁଥିବା ସମୟରେ ଆମ୍ଭମାନଙ୍କ ଜୀବନରେ ମାନବିକତାର ଗୁଣଗୁଡ଼ିକ ରହିବା ଆବଶ୍ୟକ । ଯଦି ଆମ୍ଭେମାନେ ଅମାନବୀୟ ବ୍ୟବହାର କରୁ, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣି ଆମ୍ଭମାନଙ୍କୁ ଦଣ୍ଡିତ କରିବେ (ଯିରିମିୟ ୭:୫-୭) । କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଧୟରୂପେ ବିଚରିତ ହେବ (ଯାକୁବ ୨:୧୩) । ବିଧବା, ଦରିଦ୍ର, ଅଭାବଗ୍ରସ୍ତ ପାଇଁ ଈଶ୍ୱର ଗଭୀର ଦୟା, ଓ ପ୍ରେମ ପ୍ରକାଶ କରନ୍ତି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଜି ଆମ୍ଭେମାନେ ସେମାନଙ୍କ ପ୍ରତି କିପ୍ରକାର ବ୍ୟବହାର କରୁଛୁ, ତାହା ଚିନ୍ତା କରିବା । 


ଈଶ୍ୱରଙ୍କୁ ଓ ଆଇନ୍ କୁ ସମ୍ମାନ ଦେବା : ଆମ୍ଭେମାନେ ସର୍ବଦା ପରମେଶ୍ବରଙ୍କ ଆଜ୍ଞାକୁ ଜୀବନରେ ପାଳନ କରି ତାଙ୍କୁ ଓ ତାଙ୍କ ଦ୍ଵାରା ପ୍ରଦତ୍ତ ନିୟମ ବା ଆଇନ୍ କୁ ସମ୍ମାନ ଦେବା ଉଚିତ୍ । ନିଜର ପ୍ରଥମ ଜାତ ପୁତ୍ରମାନଙ୍କୁ ତାଙ୍କରି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଉଚିତ୍ । ପୁଣି ଅନ୍ୟାୟ ଭାବରେ ଦରିଦ୍ର ବିରୁଦ୍ଧରେ ଯାଉଥିବା ଦୁଷ୍ଟକୁ ସାହାଯ୍ୟ କରିବା । ଜଣେ ବିଶ୍ୱାସୀ ଭାବରେ କୌଣସି କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅନୁଚିତ୍ ଅଟେ । କାରଣ ଈଶ୍ଵର ସମସ୍ତ ବିଷୟ ଦେଖୁଛନ୍ତି । ସେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମନୁସାରେ ବିଚାର କରିବେ (୧ ପିତର ୧:୧୭) । ପୁଣି ମିଥ୍ୟା ବିଷୟରୁ ନିଜକୁ ଦୂରେଇ ରଖିବା ସହ ଦୟା ଓ ନ୍ୟାୟସଙ୍ଗତ ଅନ୍ୟ ପ୍ରତି ବ୍ୟବହାର କରିବା ଆବଶ୍ୟକ । 

ଯୀଶୁ ଖ୍ରୀଷ୍ଟଙ୍କର ସାତୋଟି ସନ୍ତାପ

 SEVEN OWES OF JESUS CHRIST

ଯୀଶୁ ଖ୍ରୀଷ୍ଟଙ୍କର ସାତୋଟି ସନ୍ତାପ
ସନ୍ଦର୍ଭବିଶ୍ଳେଷଣ
ମାଥିଉ ୨୩:୧୩ସ୍ଵର୍ଗରାଜ୍ୟ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ କି ନିଜେ ମଧ୍ୟ ପ୍ରବେଶ କରୁ ନାହଁ
ମାଥିଉ ୨୩:୧୫ତୁମ୍ଭେମାନେ ଅନ୍ୟ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଭ୍ରମଣ କରୁଥାଅ
ମାଥିଉ ୨୩:୧୬-୨୨ଈଶ୍ବରଙ୍କ ବାକ୍ୟ ବଦଳରେ ମନୁଷ୍ୟକୃତ ପରମ୍ପରାକୁ ଅନୁସରଣ କରିବାକୁ ଈଶ୍ବରଙ୍କ ଲୋକଙ୍କୁ ଅନ୍ଧ ଭାବରେ ଆଗେଇ ନିଅ |
ମାଥିଉ ୨୩: ୨୩, ୨୪ପ୍ରତ୍ୟେକ ଶେଷ ବିବରଣୀରେ ନିଜକୁ ଜଡିତ ଏବଂ ପ୍ରକୃତରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରିଥାଅ: ନ୍ୟାୟ, ଦୟା ଏବଂ ବିଶ୍ୱାସ |
ମାଥିଉ ୨୩: ୨୫, ୨୬ତୁମର ବ୍ୟକ୍ତିଗତ ଜୀବନ ଦୁର୍ନୀତିଗ୍ରସ୍ତ ଥିବାବେଳେ ସତ୍ତ୍ୱେ ତୁମ୍ଭେ ତୁମ୍ଭର ବାହ୍ୟ ଜୀବନ ଦୃଶ୍ୟମାନ କରିଥାଅ
ମାଥିଉ ୨୩: ୨୭, ୨୮ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ
ମାଥିଉ ୨୩: ୨୯-୩୬ତୁମ୍ଭେ ଅତୀତର ଇତିହାସରୁ ଶିଖିବାର ଛଳନା କରିଥାଅ, କିନ୍ତୁ ତୁମର ବର୍ତ୍ତମାନର ଆଚରଣ ଦର୍ଶାଏ ଯେ ତୁମେ କିଛି ଶିଖି ନାହଁ |
ଯେତେବେଳେ ଯୀଶୁ ଧାର୍ମିକ ନେତାମାନଙ୍କୁ “ସାତ ସନ୍ତାପ” ବିଷୟରେ କହିଥିଲେ ସେତେବେଳେ ସେ ଈଶ୍ବରଙ୍କ କ୍ରୋଧର ଗ୍ୟାରେଣ୍ଟି ଦେବା ପାଇଁ ଯୀଶୁ ସାତୋଟି ଉପାୟ ଉଲ୍ଲେଖ କରିଥିଲେ | ଏହି ସାତଟି ବକ୍ତବ୍ୟ ଦୃଢ ଏବଂ ଅବିସ୍ମରଣୀୟ ଥିଲା | ସେଗୁଡିକ ଏପର୍ଯ୍ୟନ୍ତ ମଧ୍ୟ ପ୍ରଯୁଜ୍ୟ ଯେତେବେଳେ ଆମେ ଧର୍ମର ଅଭ୍ୟାସକୁ ସିଦ୍ଧ କରିବାରେ ଜଡିତ ହେଉ । ଏବଂ ଆମେ ଭୁଲିଯାଉ ଯେ ଈଶ୍ଵର ଦୟା, ପ୍ରକୃତ ପ୍ରେମ ଏବଂ କ୍ଷମା ସହିତ ମଧ୍ୟ ଚିନ୍ତିତ |

ଯଥୋଚିତ ବ୍ୟବହାର

 ଯଥୋଚିତ ବ୍ୟବହାର 

ଆଜିର ଚିନ୍ତା


ଯାତ୍ରା ୨୧: ୩୩-୨୨:୧୫


ମୁଁ ପରମେଶ୍ୱରଙ୍କ ନିୟମ ଓ ଦେଶର ଆଇନ୍ କୁ  ସମ୍ମାନ ଦେଇ ଜୀବନ କାଟୁଛି କି ?


ପରମେଶ୍ୱର ଇସ୍ରାଏଲୀୟମାନଙ୍କର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ କିଛି ବିବାଦ ଉପୁଜିଲେ ତାହାର ନ୍ୟାୟସଂଗତ ସମାଧାନ କରିବା ପାଇଁ ଏହିସବୁ ଆଇନ୍ ବା ନିୟମ ମୋଶାଙ୍କ ଦ୍ଵାରା ପ୍ରଦାନ କରିଥିଲେ । ଏହି ଆଇନ୍ ଅନୁସାରେ ଈଶ୍ୱରଙ୍କ ଲୋକମାନେ ଅନ୍ୟ ପ୍ରତି କୋମଳ ଓ ଦୟାର ମନୋଭାବ ପୋଷଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ।  କାରଣ ଈଶ୍ୱରଙ୍କ ଆତ୍ମିକ ଶକ୍ତି ଆମ୍ଭମାନଙ୍କୁ ଅଧର୍ମ ଓ ସାଂସାରିକ ଅଭିଳାଷ ଦ୍ଵାରା ପରିଚାଳିତ ହେବାକୁ ନ ଦେଇ ବର୍ତ୍ତମାନ ଜଗତର ସୁବୁଦ୍ଧି, ଧାର୍ମିକ ଓ ଈଶ୍ଵର ପରାୟଣ ଜୀବନ କାଟିବା ପାଇଁ ସାହାଯ୍ୟ କରିଥାଏ (ତୀତସ ୨:୧୨) । 


ବ୍ୟକ୍ତିଗତ ଧନ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଆଇନ୍ : 

ଚୋରି ନ କରିବା ପାଇଁ ପରମେଶ୍ୱର ଦଶ ଆଜ୍ଞାରେ କହିଥିଲେ । ଏଠାରେ ଇସ୍ରାଏଲୀୟମାନଙ୍କର ବିଚାର କରିବା ସମୟରେ ବିଚାରକର୍ତ୍ତାମାନଙ୍କୁ ଏକ ସ୍ଵତନ୍ତ୍ର ନିୟମକୁ ଅନୁସରଣ କରିବାକୁ ଆଜ୍ଞା ଦିଆଯାଇଛି । ଯଦ୍ଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବନକୁ ଦେଶର ଶାସନ ବ୍ୟବସ୍ଥା  ନ୍ୟାୟ ଓ ସୁରକ୍ଷା ଦେଇପାରିବ । ଯଦି ଜଣେ ବ୍ୟକ୍ତି ଅନ୍ୟର ବିରୁଦ୍ଧରେ ଭୁଲ କରି ତାହାର ଜୀବନ, ଜୀବିକା ଉପରେ ଆଞ୍ଚ ଆଣେ ତେବେ ସେ ତାହାର ବହୁଗୁଣ ଫେରାଇ ଭୁଲ ସ୍ୱୀକାର କରି ଦଣ୍ଡିତ ହେବ । 


ଅନ୍ୟର କ୍ଷତି ନ କରିବା ଆଇନ୍ : 

ନୈତିକତା ଦଷ୍ଟିକୋଣରୁ ଜଣେ ବ୍ୟକ୍ତି ସ୍ୱାର୍ଥପର ନ ହୋଇ ନିଜର ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇଥାଏ, ସେହିପରି ପଡ଼ୋଶୀର ଧନ ସମ୍ପତ୍ତିକୁ ମଧ୍ୟ କ୍ଷତି ନ ପହଞ୍ଚାଇ ସୁରକ୍ଷା ଦେବା ଉଚିତ୍ । ଯଦି ଆମ୍ଭେମାନେ ପଡ଼ୋଶୀର କୌଣସି ଦ୍ରବ୍ୟ ବ୍ୟବହାର କରିବାକୁ ଆଣିଥାଉ, ତେବେ ତାହାକୁ ଉପଯୁକ୍ତ ଯତ୍ନ ସହକାରେ ବ୍ୟବହାର କରି ଫେରାଇ ଦେବା ଉଚିତ୍ । ଯଦି ଆମ୍ଭମାନଙ୍କ ବିରୁଦ୍ଧରେ କେହି କିଛି ଅନ୍ୟାୟ ବା ଭୁଲ୍ କାର୍ଯ୍ୟ କରେ, ତେବେ ଆମ୍ଭେମାନେ ବିଚାରାଳୟରେ ତାହା ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଅବା ଅବିଶ୍ୱାସୀମାନଙ୍କ ନିକଟକୁ ତାହା ସମାଧାନ କରିବାକୁ ନ ଯାଇ ମଣ୍ଡଳୀରେ ଥିବା ଜ୍ଞାନୀ ଲୋକମାନଙ୍କ ଦ୍ବାରା ତାହାର ସମାଧାନ  କରିବା ଉଚିତ୍ । 


ଶେଷରେ ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଏ ଯେ, ଈଶ୍ଵର ଯଦି ଆମ୍ଭମାନଙ୍କ ସହିତରେ ଅଛନ୍ତି, ତେବେ ତାହା ଆମ୍ଭମାନଙ୍କ ଆତ୍ମାର ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ ଅଟେ ।

ଦାସ ନା ପୁତ୍ର

 ଦାସ ନା ପୁତ୍ର

ଆଜିର ଚିନ୍ତା


ଯାତ୍ରା ୨୧:।  ୧-୩୨


ଈଶ୍ୱରଙ୍କ ସନ୍ତାନ ଭାବେ ମୋର ଅନ୍ୟମାନଙ୍କ ପ୍ରତି ବ୍ୟବହାର କିପରି ?


ଈଶ୍ଵର ମିସର ଦେଶର ଦାସତ୍ୱ ବନ୍ଧନରୁ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିଥିବାରୁ, ସେମାନେ ସେହି ଦୁଃଖ ଦିନ ସମୂହକୁ ସ୍ମରଣ କରି, ନିଜ କ୍ରୀତଦାସମାନଙ୍କର ଅଧିକାର ଓ ସ୍ବାଭିମାନକୁ ମଧ୍ୟ ସମ୍ମାନ ଦେବା ଉଚିତ୍ ବୋଲି  ପରମେଶ୍ୱର ସୂଚାଇ ଦେଉଛନ୍ତି । ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ (ଯାତ୍ରା ୨୦:୧) ।


ବନ୍ଧନ ନୁହେଁ ମାତ୍ର ପ୍ରେମ :

 ଈଶ୍ଵର ଆପଣା ଲୋକମାନଙ୍କୁ ଦାସତ୍ଵ ଯୁଆଳିରୁ ମୁକ୍ତ କରିଥିବାରୁ ଦାସମାନଙ୍କ ପ୍ରତି କୋମଳ ମନୋଭାବ ପ୍ରକାଶ କରିବା ନିମନ୍ତେ କୁହାଯାଇଛି । କାରଣ ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ….. କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି….(ଯୋହନ୧୫:୧୫)। ଜଣେ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ ନିଜ ଦାସକୁ ଭାଇ ବନ୍ଧୁ ପରି ସମାଦର କରିବା ଉଚିତ୍ । ଦାସ ମୁନିବର ବଶୀଭୂତ ହେବା ଯେତିକି ପ୍ରୟୋଜନ, ମୁନିବ ମଧ୍ୟ ଦାସର ବିଶ୍ଵସ୍ତତା ହେତୁ ତାକୁ ଦୟା ପ୍ରଦର୍ଶନ କରିବା ସେତିକି ପ୍ରୟୋଜନ । ମୁନିବର ବ୍ୟବହାର ତାକୁ ପରିବର୍ତ୍ତନ କରିବ । ପାଉଲ ମଧ୍ୟ ଫୀଲିମୋନଙ୍କ ନିକଟକୁ ପତ୍ର ଲେଖିଲେ, ଯେପରି ସେ ଅନୀସିମକୁ ଦାସ ପରି ନୁହେଁ, ମାତ୍ର ପ୍ରିୟ ଭ୍ରାତା ପରି ଗ୍ରହଣ କରନ୍ତି (ଫିଲିମୋନ ୧୧-୧୨)


ବନ୍ଧନ ନୁହେଁ ମାତ୍ର ସ୍ଵାଧୀନତା : 

ଦାସତ୍ୱ ବନ୍ଧନରୁ ମୁକ୍ତ ହେବାକୁ ନ ଚାହିଁବା ଦାସର ମୁନିବ ପ୍ରତି ତା'ର ଆନୁଗତ୍ୟକୁ ପ୍ରକାଶ କରେ । ଯେତେବେଳେ ଜଣେ ବ୍ୟକ୍ତି ପରିତ୍ରାଣ ପାଏ, ସେ ଅନୁଭବ କରେ ଯେ, ସେ ନିଜ ନିଜର ନୁହେଁ । ସେତେବେଳେ ସେ ଏହି ମହାନ ସ୍ଵାଧୀନତାକୁ ପାଇଥାଏ । ଶିଷ୍ୟମାନଙ୍କ ଭଳି ଆମେ କହିବାକି, ପ୍ରଭୁ ତୁମ୍ଭକୁ ଛାଡ଼ି କେଉଁଆଡେ ଯିବୁ ? ତୁମ୍ଭଠାରେ ଅନନ୍ତ ଜୀବନର ବାକ୍ୟ ଅଛି । ଏହି ମୋର ପ୍ରତିକ୍ରିୟା କି ? ଅପବ୍ୟୟୀ ପୁତ୍ର ପରି ମୁଁ ପିତାଙ୍କ ନିକଟକୁ ଫେରି ଆସିବି କି ?


ଆଜ୍ଞାପାଳନ

 ଆଜ୍ଞାପାଳନ

ଆଜିର ଚିନ୍ତା


ଯାତ୍ରା ୨୦:୧-୨୬


ମୁଁ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛି କି ? 


ଆଧ୍ୟାତ୍ମିକ ଭାବେ ପରିଚାଳିତ ହେବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ଆମର ପଥ ପ୍ରଦର୍ଶକ । ମନୁଷ୍ୟର ଧର୍ମମୟ ଜୀବନ, ଓ ଆଚରଣକୁ ଈଶ୍ୱରଙ୍କ ଆଜ୍ଞା ପ୍ରଭାବିତ କରିଥାଏ । ସ୍ୱର୍ଗସ୍ଥ ପିତା ଆମର ନୈତିକ ଆଚରଣ ଦ୍ଵାରା ତାହାଙ୍କ ଆଜ୍ଞା ପ୍ରତି ଥିବା ବିଶ୍ଵସ୍ତତାକୁ ପରଖି ଥା' ନ୍ତି । ଈଶ୍ଵର ଆମ ବାଧ୍ୟତା ଅବାଧ୍ୟତାର ପରିମାପକ ଅଟନ୍ତି । ସେ ଆମ ବାଧ୍ୟତାର ପୁରସ୍କାର ଦାତା ଓ ଅବାଧ୍ୟତାର ପ୍ରତିଫଳଦାତା । 


ଯାତ୍ରା ୨୦ ପର୍ବରେ ବର୍ଣ୍ଣିତ ଈଶ୍ଵରଦତ୍ତ ୧୦ ଗୋଟି ଆଜ୍ଞା ମଧ୍ୟରୁ ପ୍ରଥମ ଚାରୋଟି ଆଜ୍ଞା ଈଶ୍ୱରଙ୍କ ପ୍ରତି ଆମର ଆଚରଣ ଓ ପରବର୍ତ୍ତୀ ଛଅଟି ଆଜ୍ଞା ଆମର ପରସ୍ପର ପ୍ରତି ବ୍ୟବହାରକୁ ଦର୍ଶାଇଥିଲେ । 


ଈଶ୍ୱରଙ୍କ ପ୍ରତି ମନୁଷ୍ୟର କର୍ତ୍ତବ୍ୟ : 

ଈଶ୍ୱରଙ୍କ ବାକ୍ୟ ପବିତ୍ର ନ୍ୟାୟସଙ୍ଗତ ଓ ଉତ୍ତମ (ରୋମୀ ୭:୧୨) । ଏହି ଆଜ୍ଞାଗୁଡିକ ଇସ୍ରାଏଲ ଓ ସମଗ୍ର ମାନବ ଜାତି ନିମନ୍ତେ ଈଶ୍ୱରଙ୍କ ଉପହାର ସ୍ୱରୂପ । ଯଦି ଆମେ ଏହି ଆଦେଶଗୁଡ଼ିକ ପାଳନ କରୁ ତେବେ ଜଗତ ପରିବର୍ତ୍ତିତ ଓ ସୁନ୍ଦର ହେବା ସହ ଈଶ୍ଵରଙ୍କ ନିମନ୍ତେ ଆମ ଜୀବନ ପବିତ୍ର ହେବ ଓ ଆମେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହୋଇପାରିବା । ମନୁଷ୍ୟ ପ୍ରତି ଈଶ୍ୱରଙ୍କ ମନୋଭାବ ଓ ଇଚ୍ଛାକୁ ପ୍ରକାଶ କରୁଥିବା ଏହି ଦଶଗୋଟି ଆଜ୍ଞା ମନୁଷ୍ୟକୁ ପଥ କଢ଼ାଇ ନେଉଥିବା ଏକ ଦୀପ ସଦୃଶ୍ୟ । ଏହା ଆମ ନୈତିକ ବିଫଳତା ଓ ତ୍ରାଣକର୍ତ୍ତାଙ୍କ ଆବଶ୍ୟକତାକୁ ଦର୍ଷାଉଥିବା ଦର୍ପଣ ଅଟେ । ତେଣୁ ସେହି ଅଦ୍ୱିତୀୟ ଈଶ୍ୱରଙ୍କୁ ଆମେ ପ୍ରେମ ଓ ସମାଦର କରିବା ଆବଶ୍ୟକ ।


ସହମାନବ ପ୍ରତି କର୍ତ୍ତବ୍ୟ :

 ଖ୍ରୀଷ୍ଟଙ୍କ ଈଶ୍ଵରତତ୍ତ୍ୱକୁ ଗ୍ରହଣ, ସ୍ଵୀକାର ଓ ଈଶ୍ୱରଙ୍କ ଆଜ୍ଞପାଳନ ଖ୍ରୀଷ୍ଟୀୟ ବିଶ୍ଵାସ ମୂଳତତ୍ତ୍ୱ । ଫିଲିପୀୟ ୩:୬ - ନିଜକୁ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ପରିଚୟ ଦେଉଥିବା ପାଉଲ, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକତା ପ୍ରାପ୍ତି ବିଷୟରେ ସୂଚନା ଦେଇଛନ୍ତି । ତେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ସହ ବାକ୍ୟକୁ ପାଳନ କରିବା ଦ୍ୱାରା ଜଣେ ଉପଯୁକ୍ତ ଖ୍ରୀଷ୍ଟୀୟ ଜୀବନ କାଟିପାରିବ । ଯଦ୍ଵାରା ସହମାନବ ପ୍ରତିଥିବା ତା' ର କର୍ତ୍ତବ୍ୟକୁ ପାଳନ କରିପାରିବ ।