ଦୁଇଟି ଜୀବନ ଦୁଇଟି ଦୃଷ୍ଟିକୋଣ
ଉପଦେଶକ ୨:୧୨-୧୭
ଆହା! ମୁର୍ଖ ଯେପରି ମରେ, ଜ୍ଞାନୀ ହିଁ ସେପରି ମରେ ।
(ଉପଦେଶକ ୨:୧୬)
ଜଣେ ବାପାଙ୍କର ଦୁଇ ପୁଅ ଥିଲେ । ସେମାନଙ୍କ ମଧ୍ୟରୁ ସାନ ପୁଅଟି ନିତାନ୍ତ ଅବାଧ୍ୟ ଓ ଉଚ୍ଛୃଙ୍ଖଳ ଥିଲା ଏବଂ ବଡ଼ ପୁଅ ଅତ୍ୟନ୍ତ ବାଧ୍ୟ ଥିଲା ଯୁବାବସ୍ଥାରେ ହିଁ ସାନ ପୁଅର ମୃତ୍ୟୁ ଘଟିଲା, ଆଉ ଧର୍ମପରାୟଣ ବଡ଼ ପୁଅର ମଧ୍ୟ କାଳକ୍ରମେ ମୃତ୍ୟୁ ଘଟିଲା ତାଙ୍କ ଘର ପାଖରେ ରହୁଥିବା ଜଣେ ନାସ୍ତିକ କହିଲେ, "ବଡ଼ ଭାଇ ଏତେ ଧାର୍ମିକ ହେଲେ ବି ଶେଷରେ ସାନ ଭାଇ ପରି ମଲା" । ଜ୍ଞାନୀ ଶଲୋମନ ମଧ୍ୟ ଲେଖିଥିଲେ, "ମୂର୍ଖ ଓ ଜ୍ଞାନୀ ସମସ୍ତଙ୍କ ପ୍ରତି ଏକ ଦଶା ଘଟଇ" (୧:୨୪ ପଦ) । କିନ୍ତୁ ପରବର୍ତ୍ତୀ ସମୟରେ ସେ ବୁଝି ପାରିଥିଲେ ଯେ, ମୂର୍ଖର ମୃତ୍ୟୁ ଓ ଜ୍ଞାନୀର ମୃତ୍ୟୁ, ଅର୍ଥାତ୍ ଈଶ୍ୱର ବିଶ୍ୱାସୀର ମୃତ୍ୟୁ ମଧ୍ୟରେ କେଡ଼େ ବିରାଟ ପାର୍ଥକ୍ୟ ରହିଛି!
ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜାଣେ ଯେ, ଶାରିରୀକ ମୃତ୍ୟୁ ପରେ ସେମାନଙ୍କ ପାଇ ଅନନ୍ତ ଜୀବନ ଅପେକ୍ଷା କରିଅଛି । ସେମାନଙ୍କ ଉପରେ ମୃତ୍ୟୁର କର୍ତ୍ତୃତ୍ଵ ହିଁ ନାହିଁ । ତେଣୁ ପାଉଲ ମୃତ୍ୟୁଦଣ୍ଡକୁ ଅପେକ୍ଷା କରି ରହିଥିବା ସମୟରେ ଆନନ୍ଦରେ କହିଛନ୍ତି ଯେ, ସେ ଯୀଶୁଙ୍କୁ ଭେଟିବାକୁ ଓ ଧାର୍ମିକତାର ମୁକୁଟ ପାଇବାକୁ ଯାଉଅଛନ୍ତି । ଯେଉଁମାନେ ଯୀଶୁଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି, ସେମାନଙ୍କ ପାଇଁ ପୁରସ୍କାର ସଞ୍ଚିତ କରି ରଖା ଯାଇଅଛି (୨ତୀମଥି ୪:୬-୮) । ବିଶ୍ବାସୀର ମରଣ, ଅବିଶ୍ବାସୀର ମରଣ ପରି ଆଦୌ ନୁହେଁ, ବିଶ୍ବାସୀ ନିମନ୍ତେ, ମରଣ ହେଉଛି, ଅନନ୍ତ ଜୀବନର ଆରମ୍ଭ । ମାତ୍ର ଅବିଶ୍ବାସୀ ନିମନ୍ତେ, ମୃତ୍ୟୁ ଅନ୍ତେ ଅନନ୍ତ ଦଣ୍ଡ, ଅର୍ଥାତ୍ ଅନନ୍ତ ମୃତ୍ୟୁ ନିରୂପିତ । ତେଣୁ ଖ୍ରୀଷ୍ଟିୟାନ ଭାବରେ ଆମେ ସମସ୍ତେ ଆନନ୍ଦରେ ମରଣର ସମ୍ମୁଖୀନ ହୋଇପାରିବା ।
"ମୃତ୍ୟୁ କି ଆମର ଜୀବନର ଶେଷ କ୍ଷଣ? ନା, ଆଉ ଏକ ଅନ୍ତହୀନ ଜୀବନର ଅମୃତ ଲଗନ ???
ଅନନ୍ତ ଜୀବନ, ଅନନ୍ତ ଜୀବନ, ଅନନ୍ତ ଜୀବନ!"