BN

ଯୀଶୁ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ

ଏବ୍ରୀ ୧

ପ୍ରସଙ୍ଗ: ଯୀଶୁ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ। 


କିପରି ଶ୍ରେଷ୍ଠ?

ଈଶ୍ଵର

୧) ପୁରାକାଳରେ 

• ବିଭିନ୍ନ ଭାଗରେ ଓ 

• ବିଭିନ୍ନ ପ୍ରକାରେ 

କେଉଁମାନଙ୍କ ଦ୍ଵାରା ?

• ଭାବବାଦୀମାନଙ୍କ

କାହାକୁ ?

• ପିତୃପୁରୁଷମାନଙ୍କୁ


କଥା କହି ଅଛନ୍ତି। (୧)


୨) ଶେଷକାଳରେ

କାହା ଦ୍ଵାରା?

• ପୁତ୍ରଙ୍କ 

କାହାକୁ ?

• ଆମ୍ଭମାନଙ୍କୁ 


କଥା କହିଅଛନ୍ତି; (୨)


ଯୀଶୁ ଖ୍ରୀଷ୍ଟ କିଏ? 


• ସେ ସମସ୍ତ ବିଷୟର ଅଧିକାରୀ ଅଟନ୍ତି (୨)

• ସେ ମଧ୍ୟ ସମସ୍ତ ବିଶ୍ଵ ସୃଷ୍ଟି କଲେ; (୨)

• ସେ ଈଶ୍ବରଙ୍କ ମହିମାର ପ୍ରଭା (୩)

• ସେ ଈଶ୍ବରଙ୍କ ତତ୍ତ୍ଵର ପ୍ରତିମୂର୍ତ୍ତି, (୩)

• ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ଵାରା ସମସ୍ତ ବିଷୟ ଧାରଣ କରନ୍ତି, (୩)

• ସେ ପାପ ମାର୍ଜ୍ଜନା କରନ୍ତି(୩)

• ସେ ଊର୍ଦ୍ଧ୍ଵସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଅଛନ୍ତି (୩)

• ସେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି (୪)

• ସେ ଦୂତମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି। (୪) 

• ଈଶ୍ବର ଯୀଶୁଙ୍କୁ କହିଛନ୍ତି “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ? (୫)

• ଈଶ୍ଵରଙ୍କର ସମସ୍ତ ଦୂତ ଯୀଶୁଙ୍କୁ ପ୍ରଣାମ କରନ୍ତୁ। (୬)

• ଯୀଶୁ ଈଶ୍ଵର (୮)

• ଯୀଶୁଙ୍କ ସିଂହାସନ ଅନନ୍ତକାଳସ୍ଥାୟୀ ଅଟେ (୮)

• ଯୀଶୁଙ୍କ ନ୍ୟାୟର ଦଣ୍ତ ତୁମ୍ଭର ରାଜଦଣ୍ତ ଅଟେ (୮)

• ଯୀଶୁ ଧାର୍ମିକତାକୁ ପ୍ରେମ ଓ ଅଧାର୍ମିକତାକୁ ଘୃଣା କରିଛନ୍ତି (୯)

• ଈଶ୍ଵର ଯୀଶୁଙ୍କ ସଙ୍ଗୀମାନଙ୍କ ଅପେକ୍ଷା ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି (୯)

• ଯୀଶୁ ପ୍ରଭୁ ଅଟନ୍ତି (୧୦)

• ଯୀଶୁ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଛନ୍ତି (୧୦) 

• ପୁଣି ଆକାଶମଣ୍ତଳ ଯୀଶୁଙ୍କ ହସ୍ତକୃତ କର୍ମନ୍ତ (୧୦)

• ଯୀଶୁ ନିତ୍ୟସ୍ଥାୟୀ; ଆଉ ଆକାଶମଣ୍ଡଳ ଓ ପୃଥିବୀ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ (୧୧)

• ଯୀଶୁ ଚାଦର ଓ ବସ୍ତ୍ର ପରି ଆକାଶମଣ୍ଡଳକୁ ଓ ପୃଥିବୀକୁ ଗୁଡ଼ାଇବ (୧୨)

• ଯୀଶୁ ସର୍ବଦା ସମାନ ଅଟନ୍ତି (୧୨)

• ଯୀଶୁଙ୍କ ବର୍ଷସମୂହ ଶେଷ ହେବ ନାହିଁ। (୧୨)

• ଯୀଶୁ ଈଶ୍ବରଙ୍କ ଦକ୍ଷିଣରେ ବସିଛନ୍ତି (୧୩)

• ଈଶ୍ୱର ଯୀଶୁଙ୍କ ଶତ୍ରୁମାନଙ୍କୁ ତାହାଙ୍କପାଦ ପୀଠ କରିବେ (୧୩)


କାହିଁକି ଶ୍ରେଷ୍ଠ?

ଈଶ୍ୱର 

• ଦୂତ ମାନଙ୍କ ମଧ୍ୟରୁ କେବେ ଏହାକୁ କହିଅଛନ୍ତି? (୫)

• ଦୂତମାନଙ୍କ ମଧ୍ୟରେ କାହାକୁ କହିଛନ୍ତି? (୧୩)


ଉତ୍ତର: କହି ନାହାଁନ୍ତି 


ତେଣୁ 


ଯୀଶୁ

• ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ଅଟନ୍ତି । (୫)

• ଦୂତମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି । (୫)


ଦୂତମାନେ କିଏ ?

• ବାୟୁ ସ୍ୱରୂପ (୭)

• ଅଗ୍ନି ଶିଖା ସ୍ୱରୂପ (୭)

• ସେବାକାରୀ ଆତ୍ମା (୧୪)

• ସେବା କରିବାକୁ ପ୍ରେରିତ ହୁଅନ୍ତି (୧୪)


କାହାର ସେବା କରିବାକୁ?

• ପରିତ୍ରାଣର ଭାବି ଅଧିକାରୀମାନଙ୍କର (୧୪)


Thank You

Stephenson Sunani