BN

ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?

 Image of God: His Reflection in US.

କି ଏକ ଚମତ୍କାର ଧାରଣା- ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ମାନବଜାତିର ସୃଷ୍ଟି- ତାଙ୍କ ଅନୁସାରେ ସେ ଏକ ନମୁନା କଲେ, ତାଙ୍କ ପରିବାରର ସମାନତାକୁ ପ୍ରତିଫଳିତ କଲେ (୨ କରିନ୍ଥୀୟ ୩:୧୮)। ଏହା ଶାରିରୀକକୁ ନାହିଁ କିନ୍ତୁ ଆତ୍ମିକ ଏବଂ ନୈତିକ ଚରିତ୍ରକୁ ବୁଝାଏ।  


ଆମ୍ଭେମାନେ କିପରି ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି?


  • ଆମ୍ଭେମାନେ ଯୋଗାଯୋଗ କରିବାକୁ ସମର୍ଥ ଆଉ ଏହା କରିବା ଦ୍ୱାରା ଆମେ ଜଣଙ୍କୁ ଆଶୀର୍ବାଦ କିମ୍ବା ଅଭିଶାପ ଦେଇପାରୁ।  (ଯାକୁବ ୩:୯)

  • ଆମ୍ଭେମାନେ ସୃଜନଶୀଳ ଆଉ ଏହି ସୃଜନଶୀଳତା ଆମକୁ ଆନନ୍ଦ ଏବଂ ସନ୍ତୁଷ୍ଟି ଦିଏ। (ହିତ ୩୧:୧୩-୨୨)

  • ଆମ୍ଭମାନଙ୍କଠାରେ ଭାବନା ଓ ଅନୁଭବ ଅଛି ଆଉ ଆମ୍ଭେମାନେ ସମ୍ପର୍କ ଏବଂ ସହଭାଗୀତା ପାଇଁ ଆଗ୍ରହୀ ଅଟୁ ।  (ଗୀତ ୧୬:୧୧)

  • ଆମ୍ଭେମାନେ ଠିକ୍ ଏବଂ ଭୁଲ୍ ର ବିଚାର କରିପାରୁ।  (ଯିଶାଇୟ ୬:୫)

  • ଆମ୍ଭେମାନେ କର୍ମ କରୁ ଏବଂ ନିଜର କର୍ମ ସକାଶେ ଦାୟୀ ଅଟୁ।  (ଯୋହନ ୩:୧୮)

  • ଆମ୍ଭେମାନେ ଈଶ୍ବରଙ୍କୁ ଅନୁସରଣ କରିବାକୁ ଇଚ୍ଛା କରୁ । ମରିୟମ୍ ଯୀଶୁଙ୍କ ପାଦ ତଳେ ବସି ତାଙ୍କ ବାକ୍ୟ ଶ୍ରବଣ କରୁଥିଲେ।  ଯୀଶୁ ତାଙ୍କୁ ତାଙ୍କ ପାଦ ତଳେ ବସି ଶ୍ରବଣ କରିବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଇଲେ।  (ଲୁକ୍ ୧୦:୪୨)


ଯଦିଓ ଈଶ୍ବର ଏବଂ ମାନବିକତା ମଧ୍ୟରେ ମୂଳ ଅନ୍ତରଙ୍ଗ ସମ୍ପର୍କ ପତନ ଦ୍ୱାରା ବିଚ୍ଛିନ୍ନ ହୋଇଯାଇଥିଲା (ଆଦି ୩:୫-୭), ଈଶ୍ବର ତାଙ୍କ ପିଲାମାନଙ୍କୁ ଯୁଗ ଯୁଗ ଧରି ଅନୁସରଣ କରିଆସୁଛନ୍ତି, ତାଙ୍କର ପୁତ୍ର ଯୀଶୁଙ୍କୁ ପ୍ରେରଣ କରିଛନ୍ତି ଯେପରି ଆମେ ତାଙ୍କ ସହିତ ପୁନଃର୍ମିଲିତ ହୋଇପାରିବା ଏବଂ ତାଙ୍କର ପୁତ୍ର ଏବଂ ଝିଅ, ତାଙ୍କର ଉତ୍ତରାଧିକାରୀ ହୋଇପାରିବା (ରୋମୀୟ ୮:୧୪-୧୭) । ତାଙ୍କର ପ୍ରତିମୂର୍ତ୍ତି ଆମ ଭିତରେ ପ୍ରତିଫଳିତ ହୋଇପାରେ | ଖ୍ରୀଷ୍ଟଙ୍କ ମାଧ୍ୟମରେ ତାଙ୍କର ପ୍ରତିମୂର୍ତ୍ତିକୁ ପୁନର୍ବାର ଧ୍ୟାନକୁ ଅଣାଯାଇଛି ଯାହା ଦ୍ୱାରା ତାଙ୍କର ଗୌରବ ପ୍ରତିଫଳନରୁ ଉଜ୍ଜ୍ୱଳ ହୁଏ । 


Source: NKJV Study Bible.

ପ୍ରଭୁଭୋଜ କଣ ଅଟେ?

 ପ୍ରଭୁଭୋଜ କଣ ଅଟେ??

ଯେତେବେଳେ ଆମେ ପଚାରୁ ଯେ ପ୍ରଭୁଭୋଜ କିପରି ଆଜିର ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ ହେବା ଉଚିତ, ବୁଝିବାରେ ତିନୋଟି ବିଷୟ ଆମକୁ ସାହାର୍ଯ୍ୟ କରେ – ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । 


ପ୍ରଥମରେ, ପ୍ରଭୁଭୋଜ ହେଉଛି ସ୍ମରଣ କରିବାର ସମୟ।  ଯୀଶୁ କହିଲେ, "ମୋତେ ସ୍ମରଣ କରିବା ନିମନ୍ତେ ଏହା କର" (ଲୂକ ୨୨:୧୯, ୧ କରି ୧୧: ୨୪, ୨୫)। ଏହା ଖ୍ରୀଷ୍ଟଙ୍କ କୃଶାର୍ପିତର ଦୁଃଖଭୋଗକୁ ସ୍ମରଣ କରି ଦୁଃଖରେ ରହିବା ନୁହେଁ, କିନ୍ତୁ ଏହା ତ୍ରାଣକର୍ତ୍ତାଙ୍କର ଆଶ୍ଚର୍ଯ୍ୟଜନକ ଜୀବନ ଏବଂ ସେବାକାର୍ଯ୍ୟକୁ ସ୍ମରଣ କରିବା ଅଟେ।  ପ୍ରଭୁଭୋଜ ହେଉଛି ଯୀଶୁ ଖ୍ରୀଷ୍ଟ ଯାହା ଆମ୍ଭମାନଙ୍କ ନିମନ୍ତେ କରିଛନ୍ତି, ସେଥିପ୍ରତି ଆମର ଗଭୀରତମ ପ୍ରସଂଶା ଓ ଗୌରବ ପ୍ରକାଶ କରିବାର ଏକ ଅବସର । ଯେପରି ଯିହୂଦୀମାନଙ୍କ ନିସ୍ତାର ପର୍ବର ଭୋଜନ ଏବ୍ରୀମାନଙ୍କ ମିସର ଦେଶର ଦାସତ୍ଵରୁ ମୁକ୍ତି ପାଇବାକୁ ଘୋଷାଣ କରୁଥିଲା (ଯାତ୍ରାପୁସ୍ତକ ୧୨:୨୬, ୨୭), ସେପରି ପ୍ରଭୁଭୋଜରେ ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ଵାରା ପାପରୁ ପରିତ୍ରାଣକୁ ଘୋଷାଣ କରନ୍ତି। ଯୀଶୁ ଆମର ନିସ୍ତାର ପର୍ବର ମେଷଶାବକ ଅଟନ୍ତି। (୧ କରିନ୍ଥୀୟ ୫:୭; ୧୧:୨୬)


ଦ୍ୱିତୀୟରେ, ପ୍ରଭୁଭୋଜ ହେଉଛି ସତେଜ ଓ ମିଳନର ସମୟ।  ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଜୀବନର ଲାଭରେ ଅଂଶ ଗ୍ରହଣ କରୁଛୁ, ଆମ୍ଭେ ପ୍ରକୃତରେ ଆତ୍ମାଙ୍କ ଦ୍ବାରା ପୁନରୁତ୍ଥିତ ଖ୍ରୀଷ୍ଟଙ୍କଠାରୁ ପୋଷଣ ଓ ଶକ୍ତି ପ୍ରାପ୍ତ ହେଉଛୁ।  ଜନ  ୱେସ୍ଲି ଏହି ଶକ୍ତିକୁ ଅନୁଭବ କରି ପାରିଥିଲେ। ହାରାହାରି, ସେ ତାଙ୍କର ଦୀର୍ଘ ଏବଂ ଫଳପ୍ରଦ ସେବାକାର୍ଯ୍ୟ କ୍ୟାରିୟରରେ ପ୍ରତି ଚାରି କିମ୍ବା ପାଞ୍ଚ ଦିନରେ ପ୍ରଭୁଭୋଜ ଗ୍ରହଣ କରୁଥିଲେ । ଏହା ନୁହେଁ ଯେ ପ୍ରଭୁଭୋଜ ବିନା ଈଶ୍ବର ଆମକୁ ସଶକ୍ତ କରିପାରିବେ ନାହିଁ, କିନ୍ତୁ ସେ ଆମ ପାଇଁ ପ୍ରଭୁଭୋଜ ପ୍ରତିଷ୍ଠା କରିଛନ୍ତି, ମଧ୍ୟ ଯେପରି ପ୍ରାର୍ଥନା ଏବଂ ବାକ୍ୟ ଶ୍ରବଣ କରିବା ତାଙ୍କ ଅନୁଗ୍ରହକୁ ଯୋଗାଯୋଗ କରିବାର ଏକ ମାଧ୍ୟମ ଭାବେ ସେ ନିଯୁକ୍ତ କରିଛନ୍ତି। ଯେତେବେଳେ ବାଇବଲ ଆମକୁ କେତେଥର ପ୍ରଭୁଭୋଜ ପାଳନ କରିବ କହେ ନାହିଁ, ୱେସଲିଙ୍କ ନିର୍ଦ୍ଦେଶ ଅନୁସାରେ- “ଯେତେଥର ସମ୍ଭବ", କିନ୍ତୁ ଏହା ଆମର ଗମ୍ଭୀର ବିଚାର ପାଇଁ ଯୋଗ୍ୟ । 


ତୃତୀୟରେ, ପ୍ରଭୁଭୋଜ ହେଉଛି ପୁନଃ ସମର୍ପିତ ଏବଂ ପ୍ରତୀକ୍ଷାର ସମୟ।  ଆମକୁ ନିଜକୁ ବିଚାର (ଆକ୍ଷରିକ ଭାବେ "ପ୍ରମାଣ" କିମ୍ବା "ପରୀକ୍ଷା") କରିବାକୁ ହେବ ଏବଂ ଯୋଗ୍ୟ ଭାବେ ଅଂଶ ଗ୍ରହଣ କରିବା ଉଚିତ୍ ।  (୧ କରିନ୍ଥୀୟ ୧୧: ୨୮, ୨୯) ଏହା କରିବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଏବଂ ତାଙ୍କ ଲୋକମାନଙ୍କ ପ୍ରତି ଆମର ଉତ୍ସର୍ଗୀକୃତକୁ,  ଖ୍ରୀଷ୍ଟଙ୍କ ଆଗମନର ପ୍ରତ୍ୟାଶାରେ (୧ କରିନ୍ଥୀୟ  ୧୧:୨୬), ନୂତନ କରିଥାଉ । ଖ୍ରୀଷ୍ଟଙ୍କ ଆଗମନ ପରେ ଆମ୍ଭେମାନେ ତାହାଙ୍କ ଶାରିରୀକ ଉପସ୍ଥିତିରେ ତାହାଙ୍କ ରାଜ୍ୟରେ ତାହାଙ୍କ ସହିତ ଅଂଶ ଗ୍ରହଣ କରିବୁ। 


Source: NKJV Study Bible

ଇଲିୟେଜର: ଜଣେ ପ୍ରକୃତ ସେବକର ରୂପରେଖ

 

ELIEZER: OUTLINE OF A TRUE SERVANT

 ଆପଣ କେବେ ଏହି ପ୍ରକାରର ଦାୟିତ୍ଵର ନିକଟବର୍ତ୍ତୀ ହୋଇଅଛନ୍ତି କି ଯାହା ଏକାନ୍ତ ମନୋଭାବ ଏବଂ ଯତ୍ନଶୀଳ ଯୋଜନାରେ ଅନ୍ତର୍ଭୁକ୍ତ, ପୁଣି ଶେଷରେ ଯାହା ଈଶ୍ବରଙ୍କଠାରେ ନିର୍ଭରଶୀଳ ?

·         ଚ୍ୟାଲେଞ୍ଜକୁ ଗ୍ରହଣ କଲେ                                                               ଆଦି ୨୪:୩,

·         ବିକଳ୍ପଗୁଡ଼ିକୁ ପରୀକ୍ଷା କଲେ                                                             ଆଦି ୨୪:୫

·         ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପ୍ରତିଜ୍ଞା କଲେ                                    ଆଦି ୨୪:୯

·         ଯୋଜନା କଲେ                                                                            ଆଦି ୨୪:୧୨-୧୪ 

·         ଈଶ୍ବରଙ୍କ ଯୋଜନାରେ ସମର୍ପିତ ହେଲେ                                              ଆଦି ୨୪:୧୨-୧୪

·         ମାର୍ଗ ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ                                                    ଆଦି ୨୪:୧୨-୧୪

·         ଈଶ୍ବର କାର୍ଯ୍ୟ କରିବା ନିମନ୍ତେ ଗୋଟିଏ ନୀତି ଯୋଜନା କଲେ                    ଆଦି ୨୪:୧୨-୧୪

·         ଅପେକ୍ଷା କଲେ                                                                             ଆଦି ୨୪:୨୧

·         ଅତି ନିକଟରୁ ଦେଖିଲେ                                                                   ଆଦି ୨୪:୨୧

·         କୃତଜ୍ଞତା ସହିତ ଉତ୍ତର ଗ୍ରହଣ କଲେ                                                  ଆଦି ୨୪:୨୬

·         ସଂପୃକ୍ତ ପକ୍ଷମାନଙ୍କୁ ପରିସ୍ଥିତିକୁ ବର୍ଣ୍ଣନା କଲେ                                       ଆଦି ୨୪:୩୪-୪୯

·         ଅନାବଶ୍ୟକ ବିଳମ୍ବକୁ ପ୍ରତ୍ୟାଖ୍ୟାନ କଲେ                                             ଆଦି ୨୪:୫୬

·         ପୁରା ଯୋଜନା ସହିତ ଅନୁସରଣ କଲେ                                               ଆଦି ୨୪:୬୬

ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ କଣ??

 ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ ।


 ମୋଶାଙ୍କ ବ୍ୟବସ୍ଥା ସହିତ ଖ୍ରୀଷ୍ଟଙ୍କ ସମ୍ପର୍କର ସଂକ୍ଷିପ୍ତ ବିବରଣ:


(୧) ଖ୍ରୀଷ୍ଟ ବ୍ୟବସ୍ଥାଧୀନ ହୋଇଥିଲେ (ଗାଲାତୀୟ ୪:୪) ।



(୨) ସେ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହ ହୋଇ ଜୀବନ ଯାପନ କଲେ (ମାଥିଉ ୧୭:୫; ଯୋହନ ୮:୪୬; ୧ମ ପିତର ୨:୨୧-୨୩) ।


(୩) ଯିହୁଦୀମାନଙ୍କ ନିମନ୍ତେ ସେ ବ୍ୟବସ୍ଥାର ଜଣେ ମନ୍ତ୍ରୀ ଥିଲେ, ସେ ରାବ୍ବି ମାନଙ୍କର ଅତ୍ୟାଧୁନିକତାରୁ ମୁକ୍ତ କରି, ସେମାନଙ୍କ ଉପରେ ଲାଗୁ କରୁଥିଲେ ଯେଉଁମାନେ ଏହାକୁ ପାଳନ କରିବାକୁ ସ୍ଵୀକାର କରୁଥିଲେ । (ଉଦାହରଣ ସ୍ୱରୂପ ଲୂକ ୧୦:୨୫-୩୭), କିନ୍ତୁ

ମୋଶାଙ୍କ ଚୁକ୍ତି ଅଧୀନରେ ପିତୃପୁରୁଷଙ୍କ ନିକଟରେ ଦିଆଯାଇଥିବା ପ୍ରତିଜ୍ଞାକୁ ଦୃଢ କରୁଥିଲେ (ରୋମୀୟ ୧୫:୮; ଯାତ୍ରା ୧୯:୫) |


(୪) ସେ ତାହାଙ୍କ ପବିତ୍ର ଜୀବନ ଏବଂ ବଳିଦାନର ମୃତ୍ୟୁ ଦ୍ୱାରା ବ୍ୟବସ୍ଥାକୁ ସଫଳ କଲେ (ଏବ୍ରୀ ୯:୧୧-୨୮) ।

 

(୫) ସେ, ବ୍ୟବସ୍ଥାର ଅଭିଶାପ ବହନ କଲେ, ଯାହା ଦ୍ବାରା ଯେଉଁମାନେ ବିଶ୍ବାସ କରନ୍ତି (ଗାଲାତୀୟ ୩:୧୩-୧୪) ସେମାନଙ୍କ ନିମନ୍ତେ ଅବ୍ରହାମଙ୍କୁ ଦିଆଯାଇଥିବା ଚୁକ୍ତି (ଆଦିପୁସ୍ତକ ୧୨:୨) ସଫଳ ହୁଏ ।


(୬) ସେ ଆପଣା ଉଦ୍ଧାରର କାର୍ଯ୍ୟ ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ବ୍ୟବସ୍ଥାଧୀନ ଦାସତ୍ୱରୁ ପୁତ୍ରତ୍ୱର ସ୍ଥାନକୁ ସ୍ଥାନାନ୍ତର କଲେ (ଗାଲାତୀୟ ୪:୧-୭) ।


(୭) ସେ ଆପଣା ରକ୍ତ ଦ୍ୱାରା ନୂତନ ଚୁକ୍ତିର (ଏବ୍ରୀ ୮:୮ ) ନିଶ୍ଚିତତା ଏବଂ ଅନୁଗ୍ରହର ମଧ୍ୟସ୍ଥ ହେଲେ ଯେଉଁଠାରେ ସମସ୍ତ ବିଶ୍ୱାସୀ ଭରସା କରନ୍ତି (ରୋମୀୟ ୫:୨), ତେଣୁ ପବିତ୍ର ଆତ୍ମାଙ୍କ ଦ୍ଵାରା ଧାର୍ମିକ ଜୀବନ ଯାପନ କରି  "ଖ୍ରୀଷ୍ଟଙ୍କ ବ୍ୟବସ୍ଥା" ପ୍ରତିଷ୍ଠା କରିପାରିଥିଲେ ।